Home ଜିଲ୍ଲା ପରିକ୍ରମା ନାଟ୍ୟକାର ଦେବେନ୍ଦ୍ର ତ୍ରିପାଠୀଙ୍କ ସ୍ମୃତି ସଭା

ନାଟ୍ୟକାର ଦେବେନ୍ଦ୍ର ତ୍ରିପାଠୀଙ୍କ ସ୍ମୃତି ସଭା

6

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଶିଷ୍ଟ ନାଟ୍ୟକାର ତଥା ବରିଷ୍ଠ ରାଜନେତା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦେବେନ୍ଦ୍ର ତ୍ରିପାଠୀଙ୍କ ବିୟୋଗରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଆଗରପଡା ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ସ୍ମୃତି ସଭାକୁ ଜିଲ୍ଲା ବିଜେଡି ଉପ-ସଭାପତି ପ୍ରଶାନ୍ତ ଦାଶ ଅଧ୍ୟକ୍ଷତା କରିଥିଲେ । ଏଥିରେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ୍ ଯୋଗଦେଇ ସ୍ୱର୍ଗତଃ ଦେବ ନନା ଯାତ୍ରା ଜଗତର ପରିଚିତ ନାମ ଥିଲା ବୋଲି କହିଥିଲେ । ସେ ଅଗ୍ରଣୀ ଯାତ୍ରାନୁଷ୍ଠାନ ଓଡିଶା ଅପେରାର ମା ଡାକୁଛି ଆ, ଏତେ ସପନକୁ ରାତି କାଇଁ ପରି ଜନାଦୃତ ନାଟକର ରଚୟିତା ଥିବା ବେଳେ ଦୂରଦର୍ଶନରେ ପ୍ରସାରିତ ଶକୁନ୍ତଳା ନାଟକ ପାଇଁ ଘରେ ଘରେ ପରିଚିତ ଲାଭ କରିଥିଲେ । ଏଥିସହ ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳର ନେତୃତ୍ୱ ନେଇ ସାଧାରଣ ଲୋକଙ୍କୁ ସେବା ଯୋଗାଇ ଆସୁଥିବା ବିଧାୟକ କହିଥିଲେ । ସଭାରେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ପ୍ରାକ୍ତନ ଅଧ୍ୟକ୍ଷ ମୂରଲୀଧର ପଣ୍ଡା, ବ୍ଲକ୍ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି,ପୁରୁଷଣ୍ଢ ସରପଚଂ ପ୍ରକାଶ ବିଶ୍ୱାଳ, ମହାନ୍ତିପଡା ସରପଚଂ ନିହାର ରଞ୍ଜନ ପଣ୍ଡା, ସମିତିସଭ୍ୟ ନିର୍ମଳ ନାୟକ, ପୂର୍ବତନ ସରପଚଂ ସତ୍ୟସାଧନ ବେଜ୍‌,ବନମାଳୀ ବେହେରା, ବରିଷ୍ଠ କର୍ମୀ ନନ୍ଦ କିଶୋର ନାୟକ,ରାମଚନ୍ଦ୍ର ନାୟକ, ଅଶୋକ ପାଣିଗ୍ରାହୀ ପ୍ରମୁଖ ସ୍ୱର୍ଗତଃ ତ୍ରିପାଠୀଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରି ସ୍ୱର୍ଗତଃ ତ୍ରିପାଠୀ ବିଜୁ ଜନତା ଦଳର ଜଣେ ଜନପ୍ରିୟ ଯୁବପିଢୀଙ୍କ ନେତା ଥିଲେ ବୋଲି କହିଥିଲେ । ପ୍ରାରମ୍ଭରେ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.