Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସପ୍ତମ ଅଧିବେଶନ

ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସପ୍ତମ ଅଧିବେଶନ

7

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସମ୍ମିଳନୀ କକ୍ଷ “ନିତ୍ୟାନନ୍ଦ ଭବନ”, କୁଆଁସ ଠାରେ ସଂଘର ଏ ବର୍ଷର ସପ୍ତମ ଅଧିବେଶନ କାର୍ଯ୍ୟକାରୀ ସଭାପତି ଉଦୟନାଥ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମଞ୍ଚାସୀନ ଥିଲେ ମୁଖ୍ୟ ଅତିଥି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୋମନାଥ ନାୟକ, ଯୁଗ୍ମ ସଂପାଦକ ଅଜିତ କୁମାର ନାୟକ, ନିମନ୍ତ୍ରିତ ଅତିଥି ପ୍ରକାଶ ଚନ୍ଦ୍ର ବିଶୋଇ ଓ ଦେବାଶିଷ ପୁହାଣ। ସଂଘର ଅନ୍ୟତମ ସଦସ୍ୟ ମଦନମୋହନ ନାୟକ ଗତ ମାସର ବିବରଣୀ ପାଠ କରିଥିଲେ ଓ ଏହା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା।ଏହାପରେ ସଦସ୍ୟ ଶ୍ରୀ ଚନ୍ଦ୍ରମୋହନ ମହାନ୍ତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ ବାର୍ଦ୍ଧକ୍ୟ ଜନିତ ବିଭିନ୍ନ ପ୍ରକାର ରୋଗର ଆୟୁର୍ବେଦିକ ଚିକିତ୍ସା ତଥା ନିରାକରଣ ସହଜରେ କିପରି କରାଯାଇପାରିବ ସେ ବିଷୟରେ ଅତିଥି ମାନଙ୍କର ଅନୁଭୂତିରୁ କିଛି ଉପସ୍ଥିତ ସଦସ୍ୟମାନଙ୍କୁ ପରାମର୍ଶ ଦେବାପାଇଁ ଅନୁରୋଧ କରିଥିଲେ। ବିଭିନ୍ନ ପ୍ରକାର ବାର୍ଦ୍ଧକ୍ୟଜନିତ ରୋଗରୁ ଆୟୁର୍ବେଦିକ ଔଷଧ ବ୍ୟବହାର କରିବା ଦ୍ୱାରା କିପରି ଆରୋଗ୍ୟ ଲାଭ କରୁଛନ୍ତି ସେ ବିଷୟରେ ମଞ୍ଚାସୀନ ଅତିଥି ସୋମନାଥ ନାୟକ ନିଜ ଅନୁଭୂତିରୁ ବୁଝାଇ କହିଥିଲେ। ଆୟୁର୍ବେଦିକ ଡାକ୍ତର ପ୍ରକାଶ ଚନ୍ଦ୍ର ବିଶୋଇ ଓ ଦେବାଶିଷ ପୁହାଣ ଛତୁରୁ ପ୍ରସ୍ତୁତ “ଜ୍ଞାନଡର୍ମା” ଔଷଧ ଦ୍ୱାରା ବାର୍ଦ୍ଧକ୍ୟ ଜନିତ ଆଣ୍ଠୁଗଣ୍ଠି ବ୍ୟାଧି ସହଜରେ ଉପଶମ ହୋଇପାରିବ ବୋଲି କହିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ସଭ୍ୟ ରମାକାନ୍ତ ନାୟକ ଓ ଉପସ୍ଥିତ ସଭ୍ୟମାନଙ୍କୁ ମନ୍ଦିର ପ୍ରସାଦରେ ଆପ୍ୟାୟିତ କରିଥିଲେ ସଭ୍ୟ ବାଦଲ କିଶୋର ମହାପାତ୍ର। ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ସଭ୍ୟ ମୁକ୍ତିକାନ୍ତ ମହାପାତ୍ର, ଯୁଧିଷ୍ଠିର ବାରିକ, ହରେକୃଷ୍ଣ ସାହୁ, ଦୁଃଶାସନ ମହାନ୍ତି, ପଦ୍ମନାଭ ନାୟକ, ଅରୁଣ କୁମାର ମିତ୍ର, ବାମନ ଚରଣ ରାଉତ, ନିରଞ୍ଜନ ବିଶ୍ୱାଳ, କାଶାୀନାଥ ମହାପାତ୍ର, ହରେକୃଷ୍ଣ ମହାକୁଡ଼, ରବୀନ୍ଦ୍ର କୁମାର ନାୟକ, ପ୍ରତାପ ଚନ୍ଦ୍ର ଦଳାଇ, ସୁରେଶ କୁମାର ସାହୁ, ହରେକୃଷ୍ଣ ସାହୁ, ପ୍ରଶାନ୍ତ କୁମାର ଦେ, ଲକ୍ଷ୍ମଣ କୁମାର ମହାନ୍ତି ଓ ଅରୁଣ କୁମାର ମହାପାତ୍ର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.