ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଜିଲ୍ଲାପାଳ, ଭଦ୍ରକଙ୍କ ଅଧ୍ୟକ୍ଷତାରେ ଟେକ୍ସ୍ଟଟାଇଲ ପାର୍କ ଓ ଶିଳ୍ପ ପାର୍କ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଡ. ସୁରେଶ କୁମାର ଦଳେଇ, ନିର୍ବାହୀ ନିର୍ଦ୍ଦେଶକ, ଇଡକୋ, ଭୂବନେଶ୍ୱର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବିନାରାୟଣ ସାହୁ, ସଞ୍ଜୟ କୁମାର ପ୍ରତିହାରୀ, ଜେନେରାଲ ମ୍ୟାନେଜର, ଇଡକୋ, ଭୂବନେଶ୍ୱର, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଭୂ-ଅର୍ଜନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଲ, ଡେପୁଟି କଲେକ୍ଟର ପ୍ରଜ୍ଞା ହୋତା, ତହସିଲଦାର ଭଣ୍ଡାରିପୋଖରୀ ରୋଜାଲିନ ବେହେରା, ଟିମ ଲିଡର ଦିପା ସୁବ୍ରତ ସ୍ୱାଇଁ ଉପସ୍ଥିତ ଥିଲେ । ଧାମନଗର ଛକ ଠାରେ ଟେକ୍ସ୍ଟଟାଇଲ ପାର୍କ ପ୍ରତିଷ୍ଠା ନିମନ୍ତେ ତିନିଗୋଟି ମୌଜାର ମୋଟ ଏ.୨୧୭.୭୧ ରୟତ ଜମି ଅଧିଗ୍ରହଣ କରାଯାଇଅଛି ଓ ଏହାବାଦ ଏ.୧୭.୨୬ ସରକାରୀ ଜମି ଅନ୍ତର୍ଭୁକ୍ତ ଅଛି । ପ୍ରଥମ ପର୍ଯ୍ୟାୟରେ ଏ. ୫୯.୬୩ ଜମି ଓଙଉଖ କୁ ହସ୍ତାନ୍ତର କରାଯାଇଅଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟୁନ ଏ. ୭୦.୨୩ ଜମି ଓଙଉଖ ଓ ଏ.୧୦୫.୧୧ ଜମି ଗଉଚଓ ଚଙ୍ଖଗ୍ଧ. ଖଗ୍ଧୟ. କୁ ଯୋଗାଇବା ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଅଛି। ହସ୍ତାନ୍ତର ହୋଇଥିବା ଜମିରେ କିପରି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇପାରିବ ସେ ଦିଗରେ ଜିଲ୍ଲାପାଳ ପ୍ରାଧାନ୍ୟତା ଦେବାସହିତ ହସ୍ତାନ୍ତର ହେବାକୁଥିବା ପ୍ରସ୍ତାବିତ ଜମିକୁ ସରଳୀକରଣ କରିବା ଉପରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଗାମୀ ତା.୧୮.୦୯.୨୦୨୫ ରିଖ ଊଏଚଝ ସର୍ଭେ କାମ ଆରମ୍ଭ ହେବ ବୋଲି ଓଊଉଙ କର୍ତ୍ତୁପକ୍ଷ ସୂଚନା ଦେଇଥିଲେ, ସେହିଭଳି ଏକ ନୂତନ ରାସ୍ତା ପ୍ରକଳ୍ପ ମଧ୍ୟକୁ ଯିବାପାଇଁ ଚିହ୍ନଟ ନିମନ୍ତେ ଯୁଗ୍ମ ତଦନ୍ତ ହେବ । ଏଥିରେ ଓଊଉଙ/ଓଙଉଖ/ଞବଷବଗ୍ଦସକ୍ଷୟବକ୍ସ ଏବଂ ଜଳସେଚନ ବିଭାଗର କର୍ମଚାରୀ ରହିବେ । ସେହିପରି ପ୍ରକଳ୍ପ ସ୍ଥାନ ମଧ୍ୟରେ ଅନୁନ୍ୟ ଏ.୫.୦୦ ଜମି ବୈଦ୍ୟୁତିକ ସବଷ୍େଚସନ ପାଇଁ ଚିହ୍ନଟ କରାଯିବ । ଜଙ୍ଗଲ ଜମି ବାବଦରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବାପାଇଁ ଜିଲ୍ଲାପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଭଣ୍ଡାରିପୋଖରୀ ଓ ତହସିଲଦାର, ଭଣ୍ଡାରିପୋଖରୀ ଙ୍କୁ ତାଗିଦ୍ କରିଥିଲେ । ସେହିଭଳି ଶିଳ୍ପ ପାର୍କ ପ୍ରକଳ୍ପ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଏ.୯୬୧.୨୬୪୯ ଜମି ଅଧିଗ୍ରହଣ ନିମନ୍ତେ ଭୂ-ଅର୍ଜନ ଆଇନର ଧାରା ୧୧(୧) ଅନୁସାରେ ନୋଟିଫିକେସନ ହୋଇଯାଇଅଛି ଓ ଦ୍ୱିତୀୟ ପର୍ଯ୍ୟାୟରେ ଇଡକୋ ତରଫରୁ ପ୍ରସ୍ତାବିତ ଏ.୨୩୬୦.୫୧୪୪ ପରିମିତ ବେସରକାରୀ ଜମି ଅଧିଗ୍ରହଣ ପ୍ରକ୍ରିୟା ଉପରେ ଜିଲ୍ଲାପାଳ ସମୀକ୍ଷା କରିଥିଲେ । ଇଡକୋ ଯଥାଶିଘ୍ର ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ଏହାର ଅଗ୍ରଗତି କରିବାକୁ ଅନୁରୋଧ କରାଯାଇଥିଲା ।








