Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ସାଇବର ଅପରାଧ ଓ ଆଇନ ବିଷୟରେ ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ସାଇବର ଅପରାଧ ଓ ଆଇନ ବିଷୟରେ ସଚେତନତା କାର୍ଯ୍ୟକ୍ରମ

5

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ, ଗେଲପୁର ସ୍ଥିତ ରୟାଲ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ ପ୍ରାଙ୍ଗଣରେ ଏକ ସଚେତନତା କାର୍ଯ୍ୟକ୍ରମ ବିଶେଷକରି ସାଇବର ଅପରାଧ, ଆଇନ ଓ ସୁରକ୍ଷା ସଂକ୍ରାନ୍ତିୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଳୋକ ରଥ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥିମାନେ ଅନୁଷ୍ଠାନର ପିଲାମାନଙ୍କୁ ସାଇବର ଅପରାଧ, ଆଇନ ଓ ସୁରକ୍ଷା ସମ୍ବନ୍ଧରେ ବିସ୍ତୃତ ଭାବେ ବୁଝାଇଥିଲେ, ତତ୍‌ସହିତ ସଚିବ ଶ୍ରୀ ରଥ ପିଲାମାନଙ୍କ ସହିତ ଭାବର ଆଦାନ ପ୍ରଦାନ ବିଶେଷକରି ସାମାଜିକ ଗଣମାଧ୍ୟମ, ଇଣ୍ଟରନେଟ୍‌, ମୋବାଇଲ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ସାଇବର ଠକେଇ, ଅପରାଧ ତଥା ଆଇନ ବିଷୟରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରତିପକ୍ଷ ଅଧିବକ୍ତା ଡ. ତାପସ କୁମାର ମହାନ୍ତି, ପୋଲିସ ଇନ୍‌ସପେକ୍ଟର, ବନ୍ଦନା ଦେବୀ, ଏସ୍‌.ପି. ଅଫିସ, ଭଦ୍ରକ, ତୃପ୍ତିମୟୀ ପାତ୍ର, ଏ.ଡି.ଇ.ଓ., ଡି.ଇ.ଓ. ଅଫିସ, ହୀମାଦ୍ରୀ ନନ୍ଦୀନୀ ବିଶ୍ୱାଳ, ବିଜ୍ଞାନ ନିରୀକ୍ଷକ ଅଧିକାରୀ, ଡି.ଇ.ଓ. ଅଫିସ, ସଂଜୟ କୁମାର ତ୍ରୀପାଠୀ, ଚିଫ୍ ମେନେଜର, ଏସ୍‌.ବି.ଆଇ. ମୁଖ୍ୟ ବ୍ରାଂଚ, ଭଦ୍ରକ, ପ୍ରଦୀପ କୁମାର ପଣ୍ଡା, ଚେୟାରମେନ, ଆର.ଜି.ଆଇ. ଗେଲପୁର ଓ ନାରାୟଣ ଚନ୍ଦ୍ର ପଣ୍ଡା, ଅଧ୍ୟକ୍ଷ ଆର.ଜି.ଆଇ. ଗେଲପୁର ନିଜକୁ ନିଜେ ସୁରକ୍ଷିତ ଓ ସାଇବର ଅପରାଧରୁ ଦୂରେଇ ରହି, ପାଠପଢ଼ା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ତଥା ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ ତଥା ଜିଲ୍ଲା ଆଇନସେବାର କର୍ମଚାରୀ ମାନେ ଯୋଗଦେଇ ସଚେତନତା କାର୍ଯ୍ୟକ୍ରମଟିକୁ ସୁନ୍ଦର ଭାବରେ ପରିଚାଳନା ତଥା ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.