Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା କଂଗ୍ରେସର ସଙ୍ଗଠନ ସୃଜନ ଅଭିଯାନ, ଭଦ୍ରକ ଜିଲା ଦାୟିତ୍ୱରେ ଏଆଇସିସିର ପର୍ଯ୍ୟବେକ୍ଷକ ତୁକାରାମଙ୍କ...

ଭଦ୍ରକ ଜିଲା କଂଗ୍ରେସର ସଙ୍ଗଠନ ସୃଜନ ଅଭିଯାନ, ଭଦ୍ରକ ଜିଲା ଦାୟିତ୍ୱରେ ଏଆଇସିସିର ପର୍ଯ୍ୟବେକ୍ଷକ ତୁକାରାମଙ୍କ ତୋଫାନି ଗସ୍ତ

16
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟରେ ଦୁର୍ବଳ ଥିବା କଂଗ୍ରେସ ସଙ୍ଗଠନ ଏବେ ରାହୁଲ ଗାନ୍ଧୀଙ୍କ ଡାକରାରେ ବେଶ୍ ସୁଦୃଢ ହୋଇପଡିଛି। ଯାହାର ପ୍ରତିଫଳନ ପିସିସି ପକ୍ଷରୁ ଆରମ୍ଭ ହୋଇଥିବା କଂଗ୍ରେସ ସଙ୍ଗଠନର ସୃଜନ ଅଭିଯାନ ପ୍ରତି ଜିଲାରେ ପରିଲକ୍ଷିତ ହୋଇଛି। ଏହି ପରିପ୍ରେକ୍ଷୀରେ ଜିଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କଂଗ୍ରେସର ଜିଲା ସଂଯୋଜକ ଅସିତ୍ ପଟ୍ଟନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲା ଦାୟିତ୍ୱରେ ଥିବା ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ କଂଗ୍ରେସ ନେତା ତଥା କର୍ଣ୍ଣାଟକର ବେଲୁର ଲୋକସଭାର ସାଂସଦ ତୁକାରାମ ଜୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ କଂଗ୍ରେସ ଦଳକୁ ତୃଣମୂଳ ସ୍ତରରୁ ସଙ୍ଗଠିତ କରି ଜିଲା ସଭାପତି ଚୟନ ନିମନ୍ତେ ପ୍ରତି ନିର୍ବାଚନ ମଣ୍ଡଳୀ ସ୍ତରୀୟ ତଥ୍ୟ ସଂଗ୍ରହ କରାଯାଉଛି ବୋଲି କହିଛନ୍ତି। ତୃଣମୂଳ ସ୍ତରୀୟ କର୍ମୀଙ୍କ ଠାରୁ ତଥ୍ୟ ସଂଗ୍ରହ ପରେ ଜିଲା ସଭାପତି ଓ ବ୍ଲକ୍ ସଭାପତି ଚୟନ କରାଯିବ ବୋଲି ସେ କହିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ଯୋଗଦେଇ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏବେ କଂଗ୍ରେସ ବେଶ୍ ସୁଦୃଢ ହେବା ସହ ୨୦୨୯ ନିର୍ବାଚନରେ ନିଶ୍ଚିତ ଭାବେ ସରକାର ଗଠନ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଭଦ୍ରକ ଜିଲା ଗସ୍ତରେ ଆସି ପ୍ରଥମେ ସେ ଭଣ୍ଡାରିପୋଖରୀ ବ୍ଲକ୍ କାର୍ଯ୍ୟକର୍ତାଙ୍କ ବୈଠକ ସାରିବା ପରେ ଭଦ୍ରକ ବ୍ଲକ୍ ଦଳୀୟ କାର୍ଯ୍ୟକର୍ତାଙ୍କ ସହ ବୈଠକ କରିଥିଲେ। ଜିଲା ସହୀଦ ସ୍ମୃତି ଭବନରେ ଆହୂତ ବୈଠକ ପୂର୍ବରୁ ସେ ପୃଥକ୍ ପୃଥକ୍ ଭାବେ କାର୍ଯ୍ୟକର୍ତାଙ୍କ ମତ ଲୋଡିଥିବାବେଳେ କେତେକ ସାମାଜିକ ସଙ୍ଗଠନ ଓ ବୁଦ୍ଧିଜୀବୀଙ୍କ ମତାମତ ମଧ୍ୟ ଲୋଡିଥିଲେ। ବିଶେଷକରି ଆସନ୍ତା ୨୦୨୯ ରେ ଓଡ଼ିଶା ଓ କେନ୍ଦ୍ରରେ କଂଗ୍ରେସ ସରକାର ଗଠନ କରିବ ବୋଲି ସେ ସୂଚନା ଦେବାକୁ ଯାଇ ଏଥିପାଇଁ ଦଳୀୟ ମତାନ୍ତରକୁ ଫିଙ୍ଗି ସମସ୍ତେ ଏକ ହୋଇ ଦଳପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଏହି ସୃଜନ କାର୍ଯ୍ୟକ୍ରମ ଓ ସାମ୍ବାଦିକ ସମ୍ମିଳନୀରେ ଦଳର ନେତା ଅସିତ୍ ପଟ୍ଟନାୟକ, ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ଦଳିତ ନେତା ରାଜେନ୍ଦ୍ର ଜେନାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ସୂଚନା ଥାଉକି, ନିକଟରେ ଦଳର ଜିଲା ସଂଯୋଜକ ଭାବେ ଅସିତ୍ ପଟ୍ଟନାୟକଙ୍କୁ ନିଯୁକ୍ତି କରିଥିଲେ ପ୍ରଦେଶ କଂଗ୍ରେସ ସଭାପତି। ଏବେ ସଭାପତି ପଦ ପାଇଁ ଏକାଧିକ ଆଶାୟୀଙ୍କ ଆବିର୍ଭାବ ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି। ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଜିଲା ସଭାପତି ପଦ ପାଇଁ ଅସିତ୍ ପଟ୍ଟନାୟକଙ୍କ ସମେତ ଭଦ୍ରକ ବିଧାନସଭା କ୍ଷେତ୍ରର ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ମହାନ୍ତି, ପ୍ରାକ୍ତନ ପ୍ରଦେଶ କଂଗ୍ରେସ ସମ୍ପାଦକ ସତ୍ୟାନନ୍ଦ ରାଉତ, ପ୍ରାକ୍ତନ ଜିଲା କାର୍ଯ୍ୟକାରୀ ସଭାପତି ଦେବରୂପ ମହାନ୍ତି, ପ୍ରାକ୍ତନ ଜିଲା କଂଗ୍ରେସ ସଭାପତି ସୁବ୍ରତ ଦାସଙ୍କ ସମେତ ଅନେକ ଆଶାୟୀ ଅଛନ୍ତି। ସଭାପତି ପାଇଁ ଆଶାୟୀ ନେତାମାନେ ଦଳ ପକ୍ଷରୁ ନିର୍ଦ୍ଧାରିତ ଏକ ଫର୍ମ ପୂରଣ କରି ପର୍ଯ୍ୟବେକ୍ଷକଙ୍କୁ ହସ୍ତାନ୍ତର କରୁଛନ୍ତି। ପର୍ଯ୍ୟବେକ୍ଷକ ଏହିସବୁ ଆଶାୟୀଙ୍କ ବାବଦରେ ଜିଲା ତମାମ କାର୍ଯ୍ୟକର୍ତାଙ୍କ ମତାମତ ଲୋଡିବେ। ଏ ସଂପର୍କରେ ଏକ ରିପୋର୍ଟ ଏଆଇସିସିକୁ ପ୍ରଦାନ କରାଯିବା ପରେ ସର୍ବସମ୍ମତ ସଭାପତି ମନୋନୟନ କରାଯିବ ବୋଲି କହିଛନ୍ତି ପର୍ଯ୍ୟବେକ୍ଷକ ଇ. ତୁକାରାମ। ସୃଜନ ସାଙ୍ଗଠନିକ କାର୍ଯ୍ୟକ୍ରମ ଜରିଆରେ ଚୟନ ହେବାକୁ ଥିବା ଜିଲା ସଭାପତିଙ୍କର ଦଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ଏବଂ ସେ ଏଆଇସିସି ସହିତ ସିଧାସଳଖ ଯୋଗସୂତ୍ରରେ ରହି କ୍ଷମତା ଆହରଣ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.