Home ଜିଲ୍ଲା ପରିକ୍ରମା ଧାମରା ବନ୍ଦରରେ ଶ୍ରମିକଶୋଷଣ ପ୍ରତିବାଦରେ ଧାରଣା ଦେବ ବିଏମଏସ

ଧାମରା ବନ୍ଦରରେ ଶ୍ରମିକଶୋଷଣ ପ୍ରତିବାଦରେ ଧାରଣା ଦେବ ବିଏମଏସ

36

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ବନ୍ଦର(ଆଦାନୀ) କର୍ତୁପକ୍ଷ ବନ୍ଦର ମଧ୍ୟରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ଶୋଷଣ କରିବାର ସୀମା ପାର କରିଛନ୍ତି। ଏହି ଶ୍ରମିକ ମାନଙ୍କ ସମସ୍ୟାକୁ ନେଇ ବହୁବାର ଆପତି ଏବଂ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ବନ୍ଦର କର୍ତୁପକ୍ଷ ନିଜ ମନମାନୀରେ ଶ୍ରମିକ ମାନଙ୍କୁ ଶୋଷଣ କରିଚାଲିଛନ୍ତି ବୋଲି ଭାରତୀୟ ମଜଦୁର ସଂଘ ଏବଂ ଧାମରା ବନ୍ଦର ଶ୍ରମିକ ସଂଘ ଅଭିଯୋଗ ଆଣିଛି। ଏହି ଅଭିଯୋଗ ମୂଳେ ଧାମରା ବନ୍ଦରରେ କାର୍ଯ୍ୟରତ ଠିକାଦାର ବିଜ୍ଞାନ ରାୟ, ବିଜିଆର, ଅତୁଲ ଜାନା ଏବଂ ଟିକେଆଇଏଲ ପ୍ରମୁଖ ଶ୍ରମିକ ମାନଙ୍କୁ କୌଣସି କାରଣ ନ ଦର୍ଶାଇ କୌଣସି ପୂର୍ବ ସୁଚନା ନଦର୍ଶାଇ କାର୍ଯ୍ୟରୁ ବାହାର କରିବା, ଚାକିରୀରୁ ବହିଷ୍କାର କରିବା, ସେମାନଙ୍କୁ ଫୁଲ ଏବଂ ଫାଇନାଲ ପ୍ରଦାନ ନ କରିବା , ଶ୍ରମିକ ମାନଙ୍କୁ ୧୨ଘଂଟା କାର୍ଯ୍ୟ କରାଇ ୮ଘଂଟାର ପାରିଶ୍ରମିକ ପ୍ରଦାନ କରିବା ଏବଂ ଶ୍ରମ ଆଇନ ଦ୍ୱାରା ପ୍ରଣୀତ ଓ ବୈଧାନିକ ବ୍ୟବସ୍ଥା କୁ ସଠିକ ଭାବେ ଲାଗୁ ନକରିବା,ବାର୍ଷିକ ବେତନ ବୃଦ୍ଧି ଆଦି ଅଭିଯୋଗ ହେବା ପରେ ମଧ୍ୟ ଧାମରା ବନ୍ଦର ଅଧୀନରେ ଥିବା ଉପରୋକ୍ତ ଠିକା ସଂସ୍ଥା ନିଜ ମନମାନୀରେ ଚାଲୁଛନ୍ତି। ଶ୍ରମିକ ମାନଙ୍କୁ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଧାମରା ବନ୍ଦର କର୍ମଚାରୀ ସଂଘ ଆସନ୍ତା ୨୨ ତାରିଖ ଠାରୁ ଧାମରା ବନ୍ଦର ଗେଟ ଆଗରେ ଅନିର୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଧାରଣା ଦେବ ବୋଲି ନିଷ୍ପତି ନେଇଛି। ଏହି ସମସ୍ତ ଅଭିଯୋଗର ଅବିକଳ ନକଲ ମାନ୍ୟବର ମୁଖ୍ୟମନ୍ତ୍ରୀ, ଜିଲ୍ଲା ଶ୍ରମ ଅଧିକାରୀ, ମଣ୍ଡଳ ଶ୍ରମ ଆୟୁକ୍ତ, ଭଦ୍ରକ ଜିଲ୍ଲାପାଳ, ସଭାପତି ଭାରତୀୟ ଜନତା ପାର୍ଟିଙ୍କ ଅବଗତି ନିମନ୍ତେ ପଠାଯାଇଥିବା ବେଳେ ଏହି ଧାରଣା ସମୟରେ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ଧାମରା ବନ୍ଦର କର୍ତୁପକ୍ଷ ଦାୟୀ ରହିବେ ବୋଲି ଧାମରା ବନ୍ଦର ଶ୍ରମିକ ସଂଘ ଏବଂ ଭାରତୀୟ ମଜଦୁର ସଂଘ ଏକ ଲିଖିତ ବିବୃତି ମାଧ୍ୟମରେ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.