Home ଜିଲ୍ଲା ପରିକ୍ରମା ପ୍ରହାର କାର୍ଯ୍ୟକ୍ରମରେ ବାଂଶଡା ପୁଲିସ ଦ୍ୱାରା ୭କେଜି ଗଞ୍ଜେଇ ଜବତ

ପ୍ରହାର କାର୍ଯ୍ୟକ୍ରମରେ ବାଂଶଡା ପୁଲିସ ଦ୍ୱାରା ୭କେଜି ଗଞ୍ଜେଇ ଜବତ

4

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ ବାଂଶଡା ପୁଲିସ ବାଂଶଡା ରେଳଲାଇନ ଠାରେ ୭କେଜି ଗଞ୍ଜେଇ ଜବତ କରିଛି। ପ୍ରାପ୍ତ ଖବର ଅନୁଯାଇ କରଣପଲ୍ଲୀ ଅଂଚଳର ବିକାଶ ମଣ୍ଡଳ ଦୀର୍ଘଦିନ ହେବ ଗଞ୍ଜେଇ କାରବାର କରି ଆସୁଥିଲା। ଆଜି କୌଣସି ସୂତ୍ରରୁ ଖବର ପାଇ ବାଂଶଡା ପୁଲିସ ଉକ୍ତ ବ୍ୟକ୍ତିକୁ ବାଂଶଡା ରେଳଲାଇନ ଠାରେ ଗଞ୍ଜେଇ ନେଇ ଆସୁଥିବା ବେଳେ ତାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୭କେଜି ଗଞ୍ଜେଇ ଜବତ କରିଥିଲା। ଏନେଇ ବାଂଶଡା ଥାନାରେ ଏକ କେସ ରୁଜୁ ହୋଇଥିବା ବେଳେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.