Home ଜିଲ୍ଲା ପରିକ୍ରମା ବ୍ଲକ ଓ ତହସିଲ ଘୋଷଣା ଦାବି ନେଇ ଖବରଦାତା ସମ୍ମିଳନୀ

ବ୍ଲକ ଓ ତହସିଲ ଘୋଷଣା ଦାବି ନେଇ ଖବରଦାତା ସମ୍ମିଳନୀ

15

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧୀନ ଧୂଷୁରୀ ଠାରେ ଥିବା ହୃଦାନନ୍ଦ ପାଠାଗାରରେ ଧୂଷୁରୀକୁ ବ୍ଲକ ଓ ତହସିଲ ଘୋଷଣା ଦାବି ନେଇ ବିରୋଧି ଦଳ ତରଫରୁ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜିତ ହୋଇଥିଲା । ବରିଷ୍ଠ ସାମ୍ୟବାଦୀ ନେତା ଚନ୍ଦ୍ର ଶେଖର ନାୟକଙ୍କ ଅଧ୍ୟକ୍ଷତା ଓ ବରିଷ୍ଠ ଆଇନଜୀବୀ ଶଶି ଭୂଷଣ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବ୍ଲକ କଂଗ୍ରେସ ସଭାପତି ଆଇନଜୀବୀ ରମେଶ ଚନ୍ଦ୍ର ବେହେରା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହୃଦାନନ୍ଦ ନାୟକ, ଅବସରପ୍ରାପ୍ତ ସେନା ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଧଳ, ଶରତ ସୁତାର, ବୃନ୍ଦାବନ ପଣ୍ଡା, ଦୁଃଶାସନ ସୁତାର, ବ୍ରଜେନ୍ଦ୍ର ମହାନ୍ତି, ଜଗନ୍ନାଥ ନାୟକ, କେଦାର ନାଥ ମହାପାତ୍ର, ବାଇଧର ବିଶ୍ୱାଳ, ସଦାଶିବ ମହାଳିକ, ଗଣେଶ ମଳିକ ପ୍ରମୁଖ ଉପସ୍ଥିତ ରହି ଦାବି ଉପସ୍ଥାପନ କରିଥିଲେ । ଧୂଷୁରୀ ଥାନା ଅଧୀନରେ ଥିବା ଧାମନଗର ବ୍ଲକର ୧୭ ପଂଚାୟତ, ଚାନ୍ଦବାଲି ବ୍ଲକର ୪ ପଂଚାୟତ, ତିହିଡି ବ୍ଲକର ୧ ପଂଚାୟତକୁ ନେଇ ନୂତନ ବ୍ଲକ ଓ ତହସିଲ ଗଠିତ ହେବା, ଧାମନଗର ବ୍ଲକ ଓ ତହସିଲ କାର୍ଯ୍ୟାଳୟ ଦୂରରେ ଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗିବା ସହ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ଲୋକେ ସରକାରୀ ସେବା ପାଇବାରୁ ବଂଚିତ ହେଉଥିବା ଯୋଗୁଁ ନୂତନ ଭାବେ ଗଠିତ ହେବାକୁ ଥିବା ବ୍ଲକ ଓ ତହସିଲର ଆବଶ୍ୟକତା ଅପରିହାର୍ଯ୍ୟ ବୋଲି ବିରୋଧୀ ମାନେ ନିଜର ମତ ଉପସ୍ଥାପନ କରିଥିଲେ । ଏଭଳି ସ୍ଥିତିରେ ରାଜ୍ୟ ସରକାର ଉପରୋକ୍ତ ଦାବିକୁ ମାନିନେବେ ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି । ଯଦି ଏଥିରେ ବ୍ୟତିକ୍ରମ ହୁଏ ତେବେ ସ୍ଥାନୀୟ ଅଂଚଳର ଜନ ସାଧାରଣ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଏହି ସମ୍ମିଳନୀରେ ଉଦବେଗ ପ୍ରକାଶ ପାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.