Home ଜିଲ୍ଲା ପରିକ୍ରମା ଧାମରା ସରକାରୀ ସ୍ଥାନରେ ଗଛକଟା, ବନବିଭାଗ ଏବଂ ତହସିଲଦାରଙ୍କ ପାଖରେ ଖବର ନାହିଁ , ସପୃକ୍ତ...

ଧାମରା ସରକାରୀ ସ୍ଥାନରେ ଗଛକଟା, ବନବିଭାଗ ଏବଂ ତହସିଲଦାରଙ୍କ ପାଖରେ ଖବର ନାହିଁ , ସପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ

8

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ରେ ଥିବା ସରକାରୀ ସ୍ଥାନରେ ଏକ ଗଛ କଟାକୁ ନେଇ ଅଂଚଳବାସୀ ପ୍ରଶ୍ନ ଉଠାଇଥିବା ବେଳେ କିଏ ଏହି ଗଛ କାଟିଲା ଏବଂ କାହିଁକି ତାହାର ଉତର କାହାରିଙ୍କ ପାଖରେ ନାହିଁ। ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରା ବସଷ୍ଟାଣ୍ଡରେ ଏକ ବିଶାଳ କଦମ୍ବ ଗଛ ଯାତ୍ରୀ ମାନଙ୍କୁ ଛାଇ ଯୋଗାଇ ଆସୁଥିଲା। ଏହା ରାସ୍ତା ପାଖରେ ଥିବା ବେଳେ ବାଟଯିବା ପଥିକ ଘଡିଏ ରହି ଶୀତଳ ଛାୟା ଟିକେ ପାଇ ପାରୁଥିଲା। ଗତକାଲି ରାତିରେ ଏହି ଗଛକୁ କେହି କାଟିଦେଇ ଗଡ ଗଡ କରି ସେଠାରେ ପକାଇ ଦେଇଥିବାରୁ ଅଂଚଳବାସୀ ଏ ନେଇ ଅଭିଯୋଗ ଆଣିଛନ୍ତି। ପ୍ରଥମେ ଅଂଚଳବାସୀ ଏହି ବିଷୟରେ ସଂପୃକ୍ତ ବନପାଳ ଏବଂ ପରେ ରେଞ୍ଜର ଏବଂ ଡିଏଫଓଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ ମାତ୍ର ବନବିଭାଗ କର୍ତୁପକ୍ଷ, ଏହି ସ୍ଥାନ ରେଭିନ୍ୟୁ( ଚାନ୍ଦବାଲି ତହସିଲ) ଅଧୀନରେ ହୋଇଥିବାରୁ ସେ ଏହି ବିଷୟରେ ଅବଗତ ନାହାନ୍ତି ବୋଲି କହିଥିଲେ। ପରେ ଅଂଚଳବାସୀ ଏ ନେଇ ଚାନ୍ଦବାଲି ତହସିଲଦାର ଭବତୋଷ ମଲିକଙ୍କୁ ପଚାରିବାରୁ ସେ ଏ ବିଷୟରେ କିଛି ଜାଣି ନଥିବା କଥା କହିଥିଲେ। ମାତ୍ର ରାଜରାସ୍ତା ଉପରୁ ଏହି ଗଛ କାଟିଲା କିଏ ଏବଂ ବନବିଭାଗ ଅଥବା ତହସିଲଦାରଙ୍କ ଠାରୁ କୌଣସି ପରମିଶନ ଆଣି ନଥିବା ବେଳେ ରାତାରାତି ଏହି ଗଛକୁ କାଟିଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.