Home ଜିଲ୍ଲା ପରିକ୍ରମା ଭଦ୍ରକରେ ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ୧୫୦୦ ତମ ଜୟନ୍ତୀ, ସହର ପରିକ୍ରମା କଲା ୮୦ ଚିତାକର୍ଷକ...

ଭଦ୍ରକରେ ମହାପୁରୁଷ ପ୍ରଫେଟ ମହମ୍ମଦଙ୍କ ୧୫୦୦ ତମ ଜୟନ୍ତୀ, ସହର ପରିକ୍ରମା କଲା ୮୦ ଚିତାକର୍ଷକ “ଜୁଲୁସ’ ଓ “କାଫେଲା’

25

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇସଲାମ ଧର୍ମର ପ୍ରବର୍ତକ ମହାପୁରୁଷ ହଜରତ ପ୍ରଫେଟ ମହମ୍ମଦଙ୍କ ୧୫୦୦ ତମ ଜୟନ୍ତୀ (ଜଶ୍ନ -ଏ-ଇଦ ମିଲାଦୁନ ନବୀ ) ଭଦ୍ରକ ସହରରେ ଆନନ୍ଦ ଉଲ୍ଲାସ ସହ ଶାନ୍ତି ଶୃଙ୍ଖଳା ମଧ୍ୟରେ ପାଳନ କରାଯାଇଛି । ଏହି ପର୍ବ ଉପଲକ୍ଷେ ସମଗ୍ର ଭଦ୍ରକ ସହର ଉତ୍ସବ ମୁଖର ହୋଇ ଉଠିଥିଲା । ପୁରୁଣା ବଜ଼ାର ସ୍ଥିତ ଚୌଖଣ୍ଡିରୁ ଶୁଭାରମ୍ଭ ହୋଇଥିଲା । ଏହି ଉତ୍ସବକୁ ଭଦ୍ରକ ମୁସଲିମ ଜମାତର ଉପ-ସଭାପତି ମହମ୍ମଦ ଜକାଉଲ୍ଲାଙ୍କ ପୌରହିତ୍ୟରେ ଓ ସାଧାରଣ ସମ୍ପାଦକ ହାଜି ଶେଖ ଏନାମ ମହମ୍ମଦଙ୍କ ସହଯୋଗରେ ଆରମ୍ଭ ହୋଇଥିଲା । ଏବଂ ଇଦ ମିଲାଦୁନ ନବୀ ତଥା ସୀରତ କମିଟିର ସଭାପତି ହାଜି ଅବଦୁଲ ମୁକିତ ଖାନ , ସୀରତ କମିଟିର ସାଧାରଣ ସମ୍ପାଦକ ଇଂ. ହବିବୁଲ୍ଲା ଖାନ , ସୀରତ କମିଟିର କାର୍ଯ୍ୟକାରୀ ସଭାପତି ଅସରଫ ଅଲି ଖାନ, କୋଷାଧକ ଶେଖ ଅବୁକାଲାମ, ହାଜି ଏସ.ଏମ. ଫାରୁକ, ହାଜି ଶେଖ ଅବୁ ସୁଫିଆନ, ଭଦ୍ରକର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ , ନଳିନୀ ମହାନ୍ତି, ସୁଧାକର ରାଉତ, ଦିଲୀପ ନାୟକ, ରାଜୁ ଜେନା, ହରୀ ନନ୍ଦୀ, ଲିଗାଲ ସେଲ ଜମିଲ ଅଖତର ଖାନ ଓ ତାହେର ମହମ୍ମଦ, ହିନ୍ଦୁ ସୁରକ୍ଷା ସମିତିର ସଭାପତି ବିଦ୍ୟାଧର ସାହୁ,ଉପ ସଭାପତି -ଇଂ ରେଜାଏ ରସୁଲ, ହାଜି ଅବୁ ହୋସେନ ସେକ ହବିବୁଲ୍ଲା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶୁଭାରମ୍ଭ ସନ୍ଧ୍ୟା ୫. ୩୦ ଘଟିକା ସମୟରେ ଆରମ୍ଭ ହୋଇଥିଲା । ୮୦ ଟି ସୁସଜ୍ଜିତ ଚିତାକର୍ଷକ “ଜୁଲୁସ’ ଓ “କାଫେଲା’ ଚୌଖଣ୍ଡିରୁ ବାହାରି ବାଙ୍କା ଛକ , ପୁରୁଣା ବଜ଼ାର, ଲାହାପଟ୍ଟୀ , ପାଟଣାସାହି, ନଂଘା ମହଲ୍ଲା , ହଜାରି ନଗର , କଚେରୀ ବଜ଼ାର, ନୂଆ ବଜ଼ାର, କଦମବେଢା, ଶଙ୍କରପୁର ଛକ ଓ ହେଲାସାହି ଛକ ଦେଇ ସହର ପରିକ୍ରମା କରି ମଦିନା ମଇଦାନ ଠାରେ ପହଂଚିଥିଲା । ବିଶେଷକରି “କାଫେଲା” ରେ ଛୋଟ ଛୋଟ ଶିଶୁମାନଙ୍କ ଗୋଟିଏ ପ୍ରକାର ପୋଷାକରେ ଓ ଜୁଲୁସ (ମେଢ଼) କୁ ଅନୁଭବ କାରିଗର ମାନଙ୍କ ତିଆରି ଶୋଭାଯାତ୍ରା ବହୁତ ଆକର୍ଷଣୀୟ ହୋଇଥିଲା । ଭଦ୍ରକ ଏକ ଭାଇଚାରା ସହର ଓ ଏହି ସହରରେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ଏକ ହୋଇ ପାର୍ବପର୍ବାଣି ପାଳନ କରିଥାନ୍ତି । ଏହି ପର୍ବ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ପାଳନ କରାଯାଇଥାଏ ।ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ “ଜୁଲୁସ’ ଓ “କାଫେଲା” ସହର ପରିକ୍ରମା କରିବା ସମୟରେ ପ୍ରତ୍ୟେକ ଛକ ଛକରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ସରବତ , ଫଳ , ମିଷ୍ଟାନ, କଫି ଓ ବିଭିନ୍ନ ପ୍ରକାରର ଉପହାର ବଂଟନ କରାଯାଇଥିଲା । ସହର ପରିକ୍ରମା ସ୍ଥାନରେ ବିଭିନ୍ନ କମିଟି ତରଫରୁ ଆକର୍ଷଣୀୟ ଗେଟ ଓ ରଙ୍ଗ ବେରଙ୍ଗର ଆଲୋକ ସଜା ଓ ଛତା ତିଆରି ଆଲୋକ ଗେଟ କରାଯାଇଥିଲା । ଚଳିତ ଜୁଲୁସ ଓ କାଫେଲା ରେ ସମ୍ପୂର୍ଣ ଡିଜେ କୁ ନିଷେଧ କରାଯାଇଥିଲା । ଜୁଲୁସ ଓ କାଫେଲା ଶୋଭାଯାତ୍ରା ରେ ନାତ ସରିଫ (କବିତା) ପଢିବା ପାଇଂ ଭାରତର ଅଣୁକୋଣରୁ ପଚାଶ ରୁ ଉର୍ଦ୍ଧ କବି ମାନେ ଯୋଗଦାନ କରିଥିଲେ । ମଦିନା ମଇଦାନରେ ରାତ୍ରି ୯ ଘଟିକା ସମୟରେ କବି ମୁସ୍ତାକ ଗୌହରଙ୍କ ସଂଚାଳନରେ ଏକ ଧର୍ମସଭା ଚାଲୁ ରହିଛି ଓ ଏହି ଧର୍ମସଭାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ମୌଲାନା (ପଣ୍ଡିତ ), ସାଏର (କବି) ଯୋଗଦାନ କରି ହଜରତ ପ୍ରଫେଟ ମହମ୍ମଦଙ୍କ ତ୍ୟାଗପୁତ୍ର ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖି ଆଲୋକପାତ କରିଥିଲେ । ବିଭିନ୍ୟ ରାଜନୈତିକ ଦଳର ନେତୃମଣ୍ଡଳୀ ଉପସ୍ଥିତ ରହି ଶୋଭାଯାତ୍ରାକାରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏହି ସଭାରେ କୋଷାଧକ୍ଷ ମିର୍ଜା ଏକ୍ରାମ ବେଗ, ମୁସଲିମ ଜମାତର ହାଜି ଅନୱର ହୋସେନ, ହାଜି ସେର ଅଲି ଖାନ, ହାଜି ମତଲୁବ ଅଲି, ଶେଖ ରଫିକ,ହାଜି ତାବାରକ ଅଲି, ଅଖତର ଅଲି ଖାନ, ହାଜି କ୍ୟୈୁମ ସାହା, ମିଡ଼ିଆ ସେଲ ଶେଖ ଅନୱର (ବାବୁ) , ଜାୱେଦ ଅଖତର, ହଇଦର ଖାନ, ଶେଖ ଇମତୀୟାଜ଼ , ଶେଖ ଇମଦାଦ, ରୋହିତ ରୌଷନ, ସରୱାର ଆଲାମ, ଇମିତିୟାଜ଼ କମାଲ ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରା ସହିତ ଧର୍ମସଭା ରେ ପରିଚାଳନା କରିଥିଲେ । ଏବଂ ଜିଲ୍ଲା ପ୍ରଶାସନ ର ମଧ୍ୟ ସହଯୋଗ ରହିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.