Home ଜିଲ୍ଲା ପରିକ୍ରମା ଗୋପାଳ ଦୋହରା ରାସ୍ତାରେ ନଳକୂପ ବସିବା ନେଇ ଅସନ୍ତୋଷ, ବିଡିଓଙ୍କ ଦୃଷ୍ଟି ଆକର୍ଷଣ ପରେ କାର୍ଯ୍ୟ...

ଗୋପାଳ ଦୋହରା ରାସ୍ତାରେ ନଳକୂପ ବସିବା ନେଇ ଅସନ୍ତୋଷ, ବିଡିଓଙ୍କ ଦୃଷ୍ଟି ଆକର୍ଷଣ ପରେ କାର୍ଯ୍ୟ ବନ୍ଦ, ସ୍କୁଲ ପାଖରେ ବସିବାକୁ ଦାବି କଲେ ଗ୍ରାମବାସୀ

11

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ସାହାପୁର ପଂଚାୟତ ଅଧୀନ ଗୋପାଳ ଦୋହରା ଗ୍ରାମ ରାସ୍ତା ଉପରେ ନଳକୂପ ବସାଯିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଗୁରୁବାର ୱାର୍ଡ଼ ସଦସ୍ୟ ପ୍ରଦୀପ ମାଝୀ, ଭରତ ମାଝୀ, ରମାକାନ୍ତ ମାଝୀ, ଅନନ୍ତ ମାଝୀ, ବିଜୟ ମାଝୀ, ଭାଗିରଥି ମାଝୀ, ବସନ୍ତ ମାଝୀ, ବାପୁଜୀ ମାଝୀ ପ୍ରମୁଖ ବହୁ ଗ୍ରାମବାସୀ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଭିଯୋଗ ପାଇବା ପରେ ବିଡିଓ ନିରଂଜନ ବାରିକ ନଳକୂପ ଖନନ କାର୍ଯ୍ୟ ବନ୍ଦ କରିଥିବା ଜଣାପଡ଼ିଛି। ଅପରପକ୍ଷେ ଗ୍ରାମରେ ଏକ ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ହେବା ପାଇଁ ଯେଉଁ ସ୍ଥାନ ନିରୂପଣ କରାଯାଇଛି ଗ୍ରାମବାସୀମାନେ ସେହି ସ୍ଥାନରେ ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ପାଇଁ ସହମତି ପ୍ରକାଶ କରୁନାହାନ୍ତି। ଅଙ୍ଗନୱାଡ଼ି କେନ୍ଦ୍ରକୁ ସ୍କୁଲ ପାଖରେ ନିର୍ମାଣ କରିବା ପାଇଁ ସେମାନେ ଦାବି କରିଛନ୍ତି। ପ୍ରକାଶ ଯେ, ଗୋପାଳ ଦୋହରା ଗ୍ରାମର ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ଏକ ନଳକୂପ ବସିବାକୁ ଅନୁଦାନ ମିଳିଛି। ଏହି ନଳକୂପୂ ଖନନଦାୟିତ୍ୱରେ ଥିବା ଠିକାଦାର ଗୋପାଳ ଦୋହରା ରାସ୍ତାର ଏକ ନିଛାଟିଆ ସ୍ଥାନରେ ବସାଉଛନ୍ତି। ରାସ୍ତା ଉପରେ ନଳକୂପ ବସିଲେ ଗ୍ରାମବାସୀମାନଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହେବା ସହିତ ଜରୁରୀକାଳିନ ଗାଡ଼ି ଗ୍ରାମକୁ ଯାଇ ପାରିବ ନାହିଁ। ଏପରିକି ରାସ୍ତାରେ ନଳକୂପ ବସିଲେ ସେଠାରେ ପାଣି ଜମି ରହି ରାସ୍ତା ନଷ୍ଟ ହେବା ସହିତ ଗ୍ରାମବାସୀମାନେ ଅସୁବିଧାରେ ସମ୍ମୁଖୀନ ହେବେ। ତେବେ ନଳକୂପଟିକୁ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ନିକଟରେ ବସାଇବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.