Home ଜିଲ୍ଲା ପରିକ୍ରମା ୬୯ ତମ ବୀମା ସପ୍ତାହ ପାଳନ ସହିତ ଅଭିକୠର୍ାଙ୍କ ଦ୍ୱାରା ଜିଏସ୍‌ଟି ଉଚ୍ଛେଦ ପର୍ବ ପାଳନ

୬୯ ତମ ବୀମା ସପ୍ତାହ ପାଳନ ସହିତ ଅଭିକୠର୍ାଙ୍କ ଦ୍ୱାରା ଜିଏସ୍‌ଟି ଉଚ୍ଛେଦ ପର୍ବ ପାଳନ

6

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ଜୀବନ ବୀମା ନିଗମ ଭଦ୍ରକ ଶାଖା ତରଫରୁ ୬୯ ତମ ବୀମା ସପ୍ତାହ ଉଦଯାପିତ ହୋଇ ଯାଇଛି।ବୀମା ସପ୍ତାହ ଗତ ସେପ୍େଟମ୍ବର ମାସ ୧ ତାରିଖ ଆରମ୍ଭ ହୋଇଥିଲା ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଯୋଗ ଦେଇ ଥିଲେ।ଭଦ୍ରକ ଶାଖାକୁ ସର୍ବ ଭାରତୀୟ ସ୍ତରରେ ୩ ନମ୍ବର ସ୍ଥାନରେ ନ ରଖି କେମିତି ଏକ ନମ୍ବର ହୋଇ ପାରିବ ତାହା ଶପଥ ନେବାକୁ କହିଥିଲେ।ଶାଖାର ମୁଖ୍ୟ ପ୍ରବନ୍ଧକ ବି ଶ୍ରୀନିବାସ ସାର ବୀମା ସପ୍ତାହ ଉଦଘାଟନ କରିଥିଲେ ଏବଂ କେମିତି ଆମର ବୀମା ଧାରୀଙ୍କୁ ଉତମ ସେବା ଦେଇ ହେବ ସେ ବିଷୟରେ ଆଲୋଚନା କରିଥିଲେ। ଏଲ୍‌ଆଇସି କେମିତି ଗତ ୨୦.୦୧.୨୦୨୫ ଗୋଟିଏ ଦିନରେ ୪,୫୨,୮୩୯ ଅଭିକର୍ତା ଙ୍କ ଦ୍ୱାରା ୫,୮୮, ୧୦୭ ପଲିସି ଗିନିଜ ବୁକ୍ ରେ ସ୍ଥାନ ପାଇଲା।ପ୍ରଶାସନିକ ପ୍ରବନ୍ଧକ ଲକ୍ଷ୍ମୀଧର ପ୍ରଧାନ ଓ ରଶ୍ମି ରଞ୍ଜନ ସାମନ୍ତରାୟ ସାର ବୀମା ବିଷୟରେ ଆଲୋଚନା କରିଥିଲେ।ଯେମିତି ୫ ଲକ୍ଷ ବୀମା ପଲିସି ପରିପକ୍ୱତା ବୀମା ରାଶି ପ୍ରଦାନ କରାଯାଏ ଯଦି ଏନପିସିଆଇ ଦ୍ୱାରା ପ୍ରମାଣିତ ହୋଇଥାଏ।ସର୍ବ ଭାରତୀୟ ସ୍ତରରେ ଯେ କୌଣସି ଏଲଆଇସି ଶାଖାରେ ନିଜର ଠିକଣା,ଉତରାଧିକାରୀ, ପାନ କାର୍ଡ,ବ୍ୟାଙ୍କ୍ ଆକାଉଂଟ ,ମୋବାଇଲ ନମ୍ବର ଦେଇ ପାରିବେ। ଗତ ୩ ତାରିଖ ବୀମା ପଲିସି ଉପରୁ ଜିଏସ୍‌ଟି ଛାଡ ହୋଇଥିବାରୁ ଅଭିକର୍ତା ସଙ୍ଘ ତରଫରୁ ମୁଖ୍ୟ ପ୍ରବନ୍ଧକଙ୍କ ଉପସ୍ଥିତିରେ ମିଠା ବଂଟନ କରିବା ସହିତ ମଣ୍ଡଳ ସମ୍ପାଦକ ଗୋବର୍ଦ୍ଧନ ପଣ୍ଡାଙ୍କ ଦ୍ୱାରା ନୂତନ ନୂତନ ଏଲଆଇସିର ଚେଞ୍ଜ ବିଷୟରେ କହିଥିଲେ,ଉତ୍ସବକୁ ପାଳନ କରି ପଲିସି ଧାରୀଙ୍କୁ ଉତ୍ସବ ରେ ସାମିଲ କରିଥିଲେ।୫ ତାରିଖ ଶେଷରେ ବୀମା ସପ୍ତାହ ଉଦଯାପିତ ହୋଇଯାଇଛି,ଉଦଯାପିତ ଉତ୍ସବରେ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ଯୋଗ ଦେଇ କେମିତି ବୀମା ଧାରୀଙ୍କ ସହିତ ସୁ ସମ୍ପର୍କ ,ନିଜକୁ ସେବକ ଭାବି କାମ କରିବା ଓ ଦୈନଦିନ ଜୀବନ ଉପରେ ମୂଲ୍ୟବାନ ମତାମତ ଦେଇଥିଲେ।ଶାଖାର ଅଭିକର୍ତା ସଂଘ ପକ୍ଷରୁ ଶାଖା ସଭାପତି ସନାତନ ଜେନା ବହୁ ମୂଲ୍ୟ କଥା ଆଲୋଚନା କରିଥିଲେ।ସଭାରେ ଉପସ୍ଥିତ ଥିଲେ ଶାଖା ସହ ପରିଚାଳକ ସଂଗ୍ରାମ କେଶରୀ ମିଶ୍ର ଓ ଆର୍ତତ୍ରାଣ ପଣ୍ଡା,ଅଫିସର ଓ ଟି ଜଗଦୀଶ,ବିଭୂତି ଭୂଷଣ ନାୟକ,ଅକ୍ଷୟ କୁମାର ନାୟକ,ଗୟାଧର ଦାସ କର୍ମଚାରୀ ବିଭୁ ପ୍ରସାଦ ରାଉତ,ବିଭୂତି ଭୂଷଣ ବାରିକ,ସୁରେଶ ନାୟକ,ପ୍ରଫୁଲ୍ଲ କୁମାର ନାୟକ,କୁନି ମୁଣ୍ଡା,ପୀତବାସ ନାଥ,ସଞ୍ଜୟ କୁମାର ସାହୁ ଅଭିକର୍ତାଙ୍କ ଦ୍ୱାରା ଶଶିକାନ୍ତ ପଣ୍ଡା,ଆରତୀ ମହାନ୍ତି,କାର୍ତିକ ପାଣିଗ୍ରାହୀ,ଅମୂଲ୍ୟ ରାଉତ,ସପନ କୁମାର ମହାନ୍ତି,ଅକ୍ଷୟ କୁମାର ମଲ୍ଲିକ ଉମାକାନ୍ତ କର ଯୋଗଦେଇଥିଲେ।କୃତି ଛାତ୍ର ଓ ଛାତ୍ରୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା। ଶେଷରେ ସଂଗ୍ରାମ କେଶରୀ ମିଶ୍ର ମୁଖ୍ୟ ଅତିଥି ,ଆୟାଜକ ମଣ୍ଡଳୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.