ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲଘୁଚାପ ଜନିତ ବର୍ଷା ରେ ବୈତରଣୀ ନଦୀରେ ବାରମ୍ବାର ବନ୍ୟା ଆସିବା ଦ୍ୱାରା ଧାମନଗର ବ୍ଲକ ରେ ବୈତରଣୀ ସମେତ କୋଚିଳା, ଗେଙ୍ଗୁଟି ,ରେବ ,କପାଳୀ ଆଦି ନଦୀର ବନ୍ୟା ଓ ବର୍ଷା ପାଣି ଭରି ରହିଛି ଚାଷ ଜମିରେ ପାଣି କମିବାରେ ନା ବି ଧରୁନି।ଧାମନଗର ବ୍ଲକ ରେ ହସନାବାଦ ପଂଚାୟତ ର ତଳ ଅଂଚଳ ରେ କୋଚିଳା ଓ ବୈତରଣୀ ନଦୀର ଆଡି ବନ୍ଦ ନ ଥିବାରୁ ପଛ ବାଟଦେଇ ବନ୍ୟାଜଳ ଆସି ପୁଣି ହସନାବାଦ,ଅର୍ଜୁନପୂର ଓ ପଧାନୀ ପଂଚାୟତ ଅଧିକାଂଶ ଗାଁ ଭିତରେ ପୁଣି ବନ୍ୟା ପାଣି ପଶିଛି । ସ୍ଥାନୀୟ ଅଂଚଳ ର ଲୋକ ମାନେ ଅକଥନୀୟ ହଇରାଣ ହେଉଛନ୍ତି । ବୈତରଣୀ ନଦୀରେ ବନ୍ୟା ଜଳ କମିଥିବା ବେଳେ ତଳିଆ ଅଂଚଳ ରେ ବନ୍ୟା ଜଳ କମୁ ନାହିଁ। ତେବେ ପୂର୍ଣ୍ଣମୀ ଥିବାରୁ ବନ୍ୟା ପାଣି ଛାଡୁନାହିଁ। ତେବେ ଉକ୍ତ ତିନିଟି ପଂଚାୟତରେ ବନ୍ୟା ଘେର ରେ ଥିବା ବେଳେ ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଇନାହିଁ ବୋଲି ବିପନ୍ନ ମାନେ କହିଛନ୍ତି।ତେବେ ଶୁକ୍ରବାର ସେପରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ନାହିଁ ଶନିବାର ପରିସ୍ଥିତି ଦେଖି ରନ୍ଧା ଖାଦ୍ୟ ଦିଆଯିବ ବୋଲି ବିଡ଼ିଓ ବନବିହାରୀ ଦିନ୍ଧା କହିଛନ୍ତି।








