Home ଜିଲ୍ଲା ପରିକ୍ରମା ବାଂଶଡାରେ ସ୍ୱାଧୀନ ସଂଗ୍ରାମ ସେବା ସଙ୍ଗଠନର ଶୁଭାରମ୍ଭ

ବାଂଶଡାରେ ସ୍ୱାଧୀନ ସଂଗ୍ରାମ ସେବା ସଙ୍ଗଠନର ଶୁଭାରମ୍ଭ

22

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ ବାଂଶଡା ଠାରେ ସ୍ୱାଧୀନ ସଂଗ୍ରାମ ସେବା ସଙ୍ଗଠନର ଶୁଭାରମ୍ଭ ହୋଇଯାଇଛି। ବାଂଶଡା କଂଗ୍ରେସ କାର୍ଯ୍ୟାଳୟ ଠାରେ ବାଂଶଡା ପଂଚାୟତର ସରପଂଚଙ୍କ ପ୍ରତିନିଧି ଦୀପକ କୁମାର ଦାସ କଂଗ୍ରେସ ପତାକା ଉତୋଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସଭାରେ ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସର ସାଧାରଣ ସଂପାଦକ ପ୍ରତାପ ସାମଲ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଦୀପକ ଦାସ,ସମ୍ମାନୀତ ଅତିଥି ଭାବେ ବାଂଶଡା ପଂଚାୟତ ସମିତି ସଭ୍ୟ ପ୍ରଫୁଲ ନାୟକ ଏବଂ ନବୀନ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଆଜି ଶୁଭାରମ୍ଭ ହୋଇଥିବା ଏହି ସଂଗ୍ରାମ ସେବା ସଙ୍ଗଠନ କେବଳ ବାଂଶଡା ପଂଚାୟତ ନୁହେଁ ନିକଟବର୍ତୀ ଅଂଚଳରେ ସାଧାରଣ ଜନତାଙ୍କ ସୁଖ ଦୁଃଖରେ ସାମିଲ ହେବା ସହ ଅଂଚଳର ସମସ୍ତ ଜନହିତକର କାର୍ଯ୍ୟରେ ନିଜର ସ୍ଥିତି ବଜାଇ ରଖିବ ବୋଲି ଉପସ୍ଥିତ ବକ୍ତା ମାନେ ନିଜର ବକ୍ତବ୍ୟ ରଖିଥିଲେ। ଆଜି ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ଏବଂ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଚାନ୍ଦବାଲି ଯୁବ କଂଗ୍ରେସ ସଭାପତି ଶକ୍ତି ପ୍ରତାପ ବିଶ୍ୱାଳ,ନିତ୍ୟାନନ୍ଦ ବାରିକ, ବଳରାମ ନାୟକ, ରାଜେଶ ରାଉତ, ଧୀରେନ୍ଦ୍ର ସ୍ୱାଇଁ, ଲକ୍ଷ୍ମୀଧର ସାହୁ, କପିଳେନ୍ଦ୍ର ବାରିକ, କାର୍ତିକ ଜେନା, ପ୍ରଶାନ୍ତ ଜେନା ପ୍ରମୁଖ ଉପସ୍ଥିତ ରହିବା ସହ ଆଗାମୀ ଦିନରେ ଏହ ସେବା ସଙ୍ଗଠନ ସହ ଓତପ୍ରୋତ ଭାବେ ଜଡିତ ରହିବେ ବୋଲି ମତ ପ୍ରକାଶ ପାଇଥିଲା। ଶେଷରେ ନିତ୍ୟାନନ୍ଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.