Home ଜିଲ୍ଲା ପରିକ୍ରମା ସହରାଂଚଳ ଥାନା ପକ୍ଷରୁ ବ୍ରାଉନସୁଗା୫ ଗିରଫର ଜବତ,ସହରାଂଚଳ ଥାନା ପକ୍ଷରୁ ବ୍ରାଉନସୁଗାର ଜବତ, ୫ ଗିରଫ

ସହରାଂଚଳ ଥାନା ପକ୍ଷରୁ ବ୍ରାଉନସୁଗା୫ ଗିରଫର ଜବତ,ସହରାଂଚଳ ଥାନା ପକ୍ଷରୁ ବ୍ରାଉନସୁଗାର ଜବତ, ୫ ଗିରଫ

29

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସହରାଂଚଳ ଥାନାର ଏସଆଇ ଗୁରୁବାରୀ ସଏ ଓ ଆଶିଷ ସେନାପତି ପୃଥକ୍ ପୃଥକ୍ ଭାବେ ପାଟ୍ରୋଲିଂ କରୁଥିବାବେଳେ ୫ ଜଣଙ୍କୁ ଗିରଫ କରି ସେମାନଙ୍କ ଠାରୁ ୨୫.୯୫+୯.୭୯ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିବା ସହ ନଗଦ ୧୦ ହଜାର ଟଙ୍କା, ଗୋଟିଏ ହୋଣ୍ଡା କାର ଓ ପଲସର ମୋଟର ସାଇକେଲ୍ ଜବତ କରିଛନ୍ତି। ଏହି ଘଟଣାରେ ଭଦ୍ରକ ସହରାଂଚଳ ଥାନାରେ କେଶ୍ ନଂ ୫୨୯ ଓ କେଶ୍ ନଂ ୫୩୦ ମୂଳେ ଦୁଇଟି ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁରହିଛି। ଥାନାଧିକାରୀ ପ୍ରଭାଂଶୁ ମିଶ୍ରଙ୍କ ତଥ୍ୟ ଅନୁସାରେ ଆଜି ଭଦ୍ରକ ସହରାଂଚଳ ଥାନାର ମହିଳା ଏସଆଇ ଗୁରୁବାରୀ ସଏ ନାଇଟ୍ ପାଟ୍ରୋଲିଂ କରୁଥିବାବେଳେ ରାତି ପ୍ରାୟ ୮.୧୫ ସମୟରେ ପଶ୍ଚିମବଙ୍ଗ ବର୍ଦ୍ଦମାନ ଜିଲା ନିବାସୀ ତୁଷାରକାନ୍ତି ରାୟ ଚୌଧୁରୀଙ୍କର ପୁତ୍ର ଶୁଭଙ୍କର ରାୟ ଚୌଧୁରୀ ଡବ୍ଲ୍ୟୁ.ବି୩୮ଏଏ-୧୪୨୧ ନମ୍ବର ପଲସର ମୋଟର ସାଇକେଲ ସନ୍ଦେହ ଜନକ ଭାବେ ଯାଉଥିବାବେଳେ ତାଙ୍କ ଠାରୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ୯.୭୯ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଥିଲେ। ତଦନ୍ତ ସମୟରେ ସେ ଏହି ବ୍ରାଉନସୁଗାରକୁ ଭଦ୍ରକ ବଉଦପୋଖରୀ ନିବାସୀ ରବିନ୍ଦ୍ର ମଲ୍ଲିକଙ୍କ ପୁତ୍ର ରାଜା ମଲ୍ଲିକ ଠାରୁ କିଣି ବାଲେଶ୍ୱର ନେଉଥିବାର କହିଥିଲେ। ଫଳରେ ତାଙ୍କ ବୟାନ ଅନୁସାରେ ରାଜା ମଲ୍ଲିକଙ୍କୁ ମଧ୍ୟ ଗିରଫ କରାଯାଇଛି। ସେହିଭଳି ସହରାଂଚଳ ଥାନାର ଏସଆଇ ଆଶିଷ ସେନାପତି କୌଣସି ସୂତ୍ରରୁ ଖବର ପାଇ ଚାରିଘରିଆ ଛକ ନିକଟରେ ଓଡି-୦୯ବି-୭୫୫୫ ନମ୍ବରର ଏକ ହୋଣ୍ଡା କାର୍‌କୁ ଅଟକାଇ ସେଥିରେ ଥିବା କେଉଁଝର ଜିଲା ଘଷିପୁରା ନିବାସୀ ତ୍ରିଲୋଚନ ସାହୁଙ୍କ ପୁତ୍ର ସୁଦୀପ କୁମାର ସାହୁ, ବିଜୟ କୁମାର ସାହୁଙ୍କ ପୁତ୍ର ରଂଜନ କୁମାର ସାହୁ ଓ ଜଗବନ୍ଧୁ ଚକ୍ରଙ୍କ ପୁତ୍ର ସୁଜିତ୍ କୁମାର ଚକ୍ରଙ୍କୁ ଗିରଫ କରି ସେମାନଙ୍କ ଠାରୁ ୨୫.୯୫ ଗ୍ରାମ ବ୍ରାଉନସୁଗାର ଓ ନଗଦ ୧୦ ହଜାର ଟଙ୍କା ଜବତ କରିଥିଲେ।
 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.