Home ଜିଲ୍ଲା ପରିକ୍ରମା ଭଦ୍ରକରେ ଜବତ ହେଲା ଗୋ ମାଂସ ବୋଝେଇ ମିନି ଟ୍ରକ

ଭଦ୍ରକରେ ଜବତ ହେଲା ଗୋ ମାଂସ ବୋଝେଇ ମିନି ଟ୍ରକ

16

ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ଗୋମାତା ଓ ସେମାନଙ୍କର ମାଂସ ଚୋରା ଚାଲାଣ ହେବା ଘଟଣା ନୂଆ ନୁହେଁ। ତେବେ ଏହି ଚୋରା କାରବାରର ପେଣ୍ଠସ୍ଥଳୀ କୁହାଯାଉଥିବା ଭଦ୍ରକରେ ଏହି ବ୍ୟବସାୟ ଚୋରାରେ ଚାଲିଆସୁଥିବାବେଳେ ଆଜି ୧୬ନଂ ଜାତୀୟ ରାଜପଥ ନଳାଙ୍ଗ ନିକଟରୁ ବଜରଙ୍ଗ ସଦସ୍ୟ ଓ ଗୋ ରକ୍ଷକ ମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ଗୋ ମାଂସ ବୋଝେଇ ଏକ ଆଇଚର ମିନି ଟ୍ରକ୍‌କୁ ଜବତ କରି ପୁଲିସ୍‌ର ଜିମା ଦେଇଛନ୍ତି। ଯାହା ଜଣାଯାଏ ମିନି ଟ୍ରକ୍‌ର କଭର ଡାଲା ମଧ୍ୟରେ ଅଭିନବ ଉପାୟରେ କ୍ଷୀର ବାସ୍କେଟ ରଖି ଏହି ଗୋମାଂସ ଚାଲାଣ ହେଉଥିଲା। ଏହି ଗାଡିଟିକୁ ସନ୍ଦେହ ହେବାରୁ ବଜରଙ୍ଗ ଦଳ ସଦସ୍ୟମାନେ ତାହାର ପିଛା କରି ନଳାଙ୍ଗ ଅତିକ୍ରମ ପରେ ବାରିକପୁର ଛକରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡିଟିକୁ ଅଟକାଇଥିଲେ। ତନଖି ସମୟରେ ଉକ୍ତ ଗାଡିରେ ତଟକା ଗୋରୁ ମାଂସ ରଖାଯାଇ ତାହା ଉପରେ ଖାଲି କ୍ଷୀର ବାସ୍କେଟ ରଖାଯାଇଥିଲା। ଏହି ଘଟଣାରେ ସେଠାରେ ଚାପା ଉତେଜନା ପ୍ରକାଶ ପାଇଥିବାବେଳେ ଖବର ପାଇ ଭଦ୍ରକ ଗ୍ରାମାଂଚଳ ଥାନାର ୪ଟି ପିସିଆର ଭ୍ୟାନ୍ ପହଂଚି ଗାଡିଟି ସହ ୪ ଜଣ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖି ତଦନ୍ତ ଚଳାଇଛି। ପରୀକ୍ଷା ନିରୀକ୍ଷା ପରେ ଏହା ଗୋରୁ କି ଅନ୍ୟ ମାଂସ ତାହା ଜଣାପଡିବ ବୋଲି ଥାନାଧିକାରୀ ଗଣମାଧ୍ୟମକୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.