Home ଜିଲ୍ଲା ପରିକ୍ରମା ଆଗରପଡାକୁ ଏନ୍‌ଏସି ଘୋଷଣା ହେଲାନି, ବରପୁତ୍ର ଐତିହ୍ୟ ଗ୍ରାମକୁ ଉପହାସ, ସାମ୍ବାଦିକ ସମ୍ମିଳନୀରେ ଦାବୀ ଉପସ୍ଥାପନ

ଆଗରପଡାକୁ ଏନ୍‌ଏସି ଘୋଷଣା ହେଲାନି, ବରପୁତ୍ର ଐତିହ୍ୟ ଗ୍ରାମକୁ ଉପହାସ, ସାମ୍ବାଦିକ ସମ୍ମିଳନୀରେ ଦାବୀ ଉପସ୍ଥାପନ

8
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାର ସଦ୍ୟ ଘୋଷଣା କରିଥିବା ଏନ୍‌ଏସି ତାଲିକାରେ ଭଦ୍ରକ ଜିଲ୍ଲାର ଆଗରପଡାକୁ ବାଦ୍ ଦେବା ବରପୁତ୍ର ଐତିହ୍ୟ ଗ୍ରାମ ମହତାବଙ୍କ ମାଟି ପ୍ରତି ଉପହାସ ବୋଲି ଆହୂତ ଖବର ଦାତା ସମ୍ମିଳନୀରେ ମତ ପ୍ରକାଶ ପାଇଛି । ଆଗରପଡା ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ଉପ-ସଭାପତି ତଥା ପୁରୁଷଣ୍ଢ ସେବା ସମବାୟ ସମିତି ସଭାପତି ପ୍ରଶାନ୍ତ ଦାଶ କହିଲେ, ଓଡିଶା ର ପ୍ରଥମ ମୁଖ୍ୟମନ୍ତ୍ରୀ, ବମ୍ବେର ରାଜ୍ୟପାଳ ଡ. ହରେକୃଷ୍ଣ ମହତାବ କଟକରୁ ନେଇ ଭୁବନେଶ୍ୱରରେ ରାଜଧାନୀ ପ୍ରତିଷ୍ଠା କରିଥିଲେ । ତାଙ୍କର ଜନ୍ମ ମାଟିକୁ ସମ୍ମାନ ଦେବାକୁ ଯାଇ ପୂର୍ବର ବିଜେଡି ସରକାର ଅଗ୍ରାଧିକାର ଭିତିରେ ଏନ୍‌ଏସି ପାଇଁ ଘୋଷଣା କରିଥିଲେ । ମାତ୍ର ବର୍ତମାନର ବିଜେପି ସରକାର ଘୋଷଣାକୁ ପରିବର୍ତନ କରି ଏ ମାଟିର ଦାୟାଦଙ୍କୁ ଅବମାନନା କରିଛନ୍ତି ଯାହା ଅଂଚଳବାସୀଙ୍କୁ ଦୁଃଖିତ ଓ ମର୍ମାହତ କରିଛି । ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା ତାଙ୍କ ବକ୍ତବ୍ୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସଂସ୍କୃତି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସର୍ବୋପରି ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଏ ମାଟିର ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟରେ ଆଗରପଡାକୁ ଏନ୍‌ଏସି ଘୋଷଣା କରନ୍ତୁ ବୋଲି ଦାବୀ କରିଥିଲେ । ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ ରାଜ୍ୟ ସରକାର ମହତାବ ଐତିହ୍ୟ ସ୍ଥଳ ପାଇଁ ୪୦ କୋଟି ଟଙ୍କା ବ୍ୟୟ ବରାଦ କରିଥିବା ବେଳେ ତାଙ୍କର ଜନ୍ମସ୍ଥାନ ଆଗରପଡା ଏନ୍‌ଏସି ପାଇଁ ସମସ୍ତ ପ୍ରକାର ସର୍ତାବଳୀକୁ ପୂରଣ କରୁଥୁବା ବେଳେ ସରକାର ଅଂଚଳବାସୀଙ୍କୁ ନିରାଶ କରିଛନ୍ତି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୧୪ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ରୁନିତା ଦାସ,ପୁରୁଷଣ୍ଢ ସରପଂଚ ପ୍ରକାଶ ବିଶ୍ୱାଳ, ବଡମହିଷଗୋଠ ସରପଂଚ ବିନୋଦିନୀ ମହାନ୍ତି, ମହାନ୍ତିପଡା ସମିତି ସଭ୍ୟ ନିର୍ମଳ ନାୟକ, ବି.ଟି.ପୁର ସମିତି ସଭ୍ୟ ଜ୍ୟୋର୍ତିମୟୀ ପଣ୍ଡା , ପୂର୍ବତନ ସରପଂଚ ସତ୍ୟସାଧନ ବେଜ୍ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଏଠାରେ ଜିଲ୍ଲାର ଏକମାତ୍ର ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ, ବନ୍ତର ଏକମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଦମକଳ କେନ୍ଦ୍ର, ଦୁଇ ଗୋଟି ମହାବିଦ୍ୟାଳୟ,ଉଚ୍ଚ ବିଦ୍ୟାଳୟ, ଥାନା, ପଶୁ ଡାକ୍ତରଖାନା , ବିଦ୍ୟୁତ୍ ଗ୍ରୀଡ୍ ଆଦି ରହିଥିବା ବେଳେ ଏନ୍‌ଏସି ଗଠନର ନାର୍ଯ୍ୟ ଦାବୀ ଉପସ୍ଥାପନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସମିତି ସଭ୍ୟ ବାବୁରାମ୍ ମଲ୍ଲିକ୍‌, ନନ୍ଦ କିଶୋର ନାୟକ, ରାମଚନ୍ଦ୍ର ନାୟକ, ପ୍ରସନ୍ନ ସିଂହ ପ୍ରମୁଖ ଉପସ୍ଥିତ ଥିବା ବେଳେ ଖୁବ୍ ଶିଘ୍ର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ସାଂସଦ ପ୍ରମୁଖଙ୍କୁ ସାକ୍ଷାତ୍ କରି ଦାବୀ ଉପସ୍ଥାପନ ସହ ଆଗାମୀ ଦିନରେ ଦଳମତ ନିର୍ବିଶେଷରେ ଜୋରଦାର ଆନ୍ଦୋଳନ ହେବ ବୋଲି ନିଷ୍ପତି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.