Home ଜିଲ୍ଲା ପରିକ୍ରମା ବିଧାନସଭା କମିଟି ଅନ୍ ଏଷ୍ଟିମେଂଟସ୍ ବୈଠକରେ ଭଦ୍ରକ ବିଧାୟକଙ୍କ ପ୍ରକଳ୍ପ ସମୀକ୍ଷା

ବିଧାନସଭା କମିଟି ଅନ୍ ଏଷ୍ଟିମେଂଟସ୍ ବୈଠକରେ ଭଦ୍ରକ ବିଧାୟକଙ୍କ ପ୍ରକଳ୍ପ ସମୀକ୍ଷା

6

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଓଡ଼ିଶା ବିଧାନସଭା ପରିସରରେ “କମିଟି ଅନ ଏଷ୍ଟିମେଂଟସ୍‌’ ର ର ଗ୍ରାମୀଣ ବିକାଶ ବିଭାଗ ବୈଠକରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ସାମିଲ ହୋଇ ଭଦ୍ରକ ନିର୍ବାଚନ ମଣ୍ଡଳୀର ପ୍ରମୁଖ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଥିଲେ। ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ଏମଏମଏସ୍‌ୱାଇ, ସିଏମ୍‌ଆରଏଲ୍‌, ହାଇଲେବୁଲ ବ୍ରିଜ୍‌, ସିୟୁଭି, ଡିଏ ଯୋଜନା ଓ ପଂଚାୟତ ରୋଡ଼ଗୁଡ଼ିକୁ ଆର.ଡି. ରୋଡ୍‌ରେ ପରିଣତ କରିବାର ପ୍ରଗତିକୁ ସେ ସମୀକ୍ଷା କରିଥିଲେ। ସମସ୍ତ ପ୍ରକଳ୍ପକୁ ତ୍ୱରାନିତ ଭାବରେ କାର୍ଯ୍ୟାନ୍ୱୟନ କରି ସମୟୋପଯୋଗୀ ସମାପ୍ତି ପାଇଁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ବରିଷ୍ଠ ସଦସ୍ୟ ଜୟ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ସମସ୍ତ ସଦସ୍ୟ ଓ ବିଭାଗୀୟ ଉଚ୍ଚ ଅଧିକାରୀ ଗଣ ମଧ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.