Home ଜିଲ୍ଲା ପରିକ୍ରମା ଫାର୍ଶିବନ୍ଧ ଅଙ୍ଗନବାଡି ଦୁର୍ନୀତି ର ତଦନ୍ତ ପାଇଁ ୫ଜଣିଆ କମିଟି ଗଠନ କଲେ ଜିଲ୍ଲାପାଳ

ଫାର୍ଶିବନ୍ଧ ଅଙ୍ଗନବାଡି ଦୁର୍ନୀତି ର ତଦନ୍ତ ପାଇଁ ୫ଜଣିଆ କମିଟି ଗଠନ କଲେ ଜିଲ୍ଲାପାଳ

8

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ସିଡିପିଓ-୨ଙ୍କ ଅଧୀନରେ ଥିବା ଫାର୍ଶିବନ୍ଧ ଅଙ୍ଗନବାଡି କେନ୍ଦ୍ରରେ ବହୁ ଅନିୟମିତତା ନେଇ ସାମାଜିକ କର୍ମୀ ସୁରେଶ ନାୟକ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ମୂଳେ ସଂପୃକ୍ତ କର୍ମୀ ଏହି ଅଙ୍ଗନବାଡି କେନ୍ଦ୍ରରେ ହୋଇଥିବା ବହୁ ଆର୍ଥିକ ଅନିୟମିତା ରେ ଜଡିତ ରହିବା ସହ ଚାକିରୀ ରୁ ଅବସର ଗ୍ରହଣ ପରେ ମଧ୍ୟ ସଂପୃକ୍ତ ଅଙ୍ଗନବାଡି କୁ ଆସିଥିବା ଅର୍ଥ ତୋଷାରପାତ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ସମସ୍ତ ଅଭିଯୋଗ କୁ ଦୃଷ୍ଟିରେ ରଖି ଗତ ୧୪ ତାରିଖ ଦିନ ସିଡିପିଓ-୨, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ପୋଷଣ ମୁଖ୍ୟ ଏବଂ ଅଭିଯଯୋଗାକରୀ ସାମଜିକ କର୍ମୀ ସୁରେଶ ନାୟକ ପ୍ରମୁଖ ଏକ ଆଲୋଚନାରେ ବସିଥିଲେ। ମାତ୍ର ସଂପୃକ୍ତ ସାମାଜିକ କର୍ମୀ ସୁରେଶ ନାୟକ ଏହି ଅଙ୍ଗନବାଡିରେ ବହୁ ଦୁର୍ନିତୀ ହୋଇଥିବା କଥା ଉପସ୍ଥିତ ଅଧିକାରୀଙ୍କ ପାଖରେ ଉପସ୍ଥାପନା କରିଥିଲେ। ଏହି ସମସ୍ତ କଥାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାପାଳ ଏହି ଅଙ୍ଗନବାଡିରେ ଅଭିଯୋଗ ମୂଳେ ହୋଇଥିବା ଦୁର୍ନୀତିର ତଦନ୍ତ କରିବାକୁ ଏକ କମିଟି ଗଠନ କରିଛନ୍ତି। ଏହି ତଦନ୍ତ କମିଟିରେ ଚାନ୍ଦବାଲି ତହସିଲଦାର, ସହକାରୀ ଜିଲ୍ଲାପାଳ,ଜିଲ୍ଲା ସହ ଶିଶୁ ମଙ୍ଗଳ ଅଧିକାରୀ, ସହକାରୀ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏବଂ ଚାନ୍ଦବାଲି ସିଡିପିଓ ଏହି ତଦନ୍ତ କମିଟିରେ ସାମିଲ ହୋଇ ତଦନ୍ତ କରି ଏହାର ରିର୍ପୋଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ ବୋଲି ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଚିଠି ସଂଖ୍ୟା ୩୩୦୦/୦୧/୦୯/୨୦୨୫ରେ ଦର୍ଶାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.