Home ଜିଲ୍ଲା ପରିକ୍ରମା ବଜରଙ୍ଗ ସେନା ପକ୍ଷରୁ ଧାମନଗର ଥାନା ଅଧିକାରୀଙ୍କୁ ଦାବିପତ୍ର

ବଜରଙ୍ଗ ସେନା ପକ୍ଷରୁ ଧାମନଗର ଥାନା ଅଧିକାରୀଙ୍କୁ ଦାବିପତ୍ର

8

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ରେ ବିଭିନ୍ନ ଅଂଚଳ ରୁ ବେଆଇନିଭାବେ ଦୈନିକ ଗୋ ଚାଲାଣ ହେଉଛି। ଯାହାକି ଅତି ନୃଶଂସ ଭାବରେ ଗୋମାତା ଗୋଡ଼ ବାନ୍ଧି ଗାଡ଼ି ରେ ବାହାର ରାଜ୍ୟ କୁ ଚାଲାଣ ହେଉଛି ଯାହାକୁ ହିନ୍ଦୁ ସମାଜ କୁ ଦୁଃଖ ଦେଉଛି। ପ୍ରଶାସନକୁ ବାରମ୍ବାର ବଜରଙ୍ଗ ସେନା ସୂଚନା ଦେବା ପରେ ଗୋଚାଲାଣ ବନ୍ଦ ହେଉନାହିଁ। ତେବେ ସୋମବାର ଦିନ ଭଦ୍ରକ ଜିଲ୍ଲା ବଜରଙ୍ଗ ସେନା ର ସଭାପତି ଅଶ୍ୱିନୀ ପାଢ଼ୀ,ଜିଲ୍ଲା ସମ୍ପାଦକ ଓମ୍ ଚାନ୍ଦ ମୋହନ ନାୟକ ଙ୍କ ନେତୃତ୍ୱ ରେ ବଳରାମ ଜେନା,ହରିହର ଚାନ୍ଦ, ରଶ୍ମୀ ରଞ୍ଜନ ମଲ୍ଲିକ,ବ୍ରଜକିଶ୍ୱର ସାହୁ, ମହେନ୍ଦ୍ର ସାହୁ ପ୍ରମୁଖ ଧାମନଗର ଥାନା ଅଧିକାରୀ ଙ୍କୁ ଭେଟି ଗୋଚାଲାଣ ବନ୍ଦ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ନିଶ୍ଚିତ ଭାବରେ ଧାମନଗର ରେ ବେଆଇନି ଗୋଚାଲାଣ ବନ୍ଦ ହେବ ସେ ନେଇ ସମସ୍ତ ଙ୍କ ର ସହଯୋଗ ର ଆବଶ୍ୟକତା ରହିଛି। ଗୋଚାଲାଣସହ ବେଆଇନି ମଦ ଓ ଚୋରିରୋକାଯିବ ବୋଲି ନୂଆ ଥାନା ଅଧିକାରୀ ରଞ୍ଜନ ସେଠି କହିଥିଲେ ।ତେବେ ଯଦି ଗୋ ଚାଲାଣ ହେଉଛି ତୁରନ୍ତ ଥାନାକୁ ସୁଚନା ଦେବେ ଆଇନିକୁ ହାତ କୁ ନ ନେବାକୁ ଥାନା ଅଧିକାରୀ ଶ୍ରୀ ସେଠୀ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.