Home ଜିଲ୍ଲା ପରିକ୍ରମା ଭଦ୍ରକରେ ମିଳିତ ଜନଶୁଣାଣୀ ଶିବିର

ଭଦ୍ରକରେ ମିଳିତ ଜନଶୁଣାଣୀ ଶିବିର

4

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସଦଭାବନା ସଭା ଗୃହ ଠାରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ (ରାଜସ୍ୱ) ସହିତ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ ,ମୂଖ୍ୟ ଚିକିତ୍ସା ଅଧିକାରୀ ଡ ସୁଧି ରଞ୍ଜନ ନାୟକ,ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସମ୍ବିତ ମାଝୀ, ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ, ଜ୍ଞାନ ରଂଜନ ସାହୁ , ସଂଗ୍ରାମ କେଶରୀ ଖୁଂଟିଆ ତହସିଲଦାର, ଭଦ୍ରକ ଓ ଅନ୍ୟ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ। ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଦାଖଲ ହୋଇଥିବା ଅଭିଯୋଗ ପତ୍ରକୁ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ। ଆଜିର ଜନଶୁଣାଣୀ ଶିବିରରେ ମୋଟ ୧୫୮ ଆବେଦନ ପତ୍ର ଦାଖଲ ହୋଇଥିଲା। ସେଥିରୁ ୧୩୩ ଟି ବ୍ୟକ୍ତିଗତ ଥିଲାବେଳେ , ୧୬ଟି ସାମୁହିକ ଥିଲା। ୧୮ ଟି ର ସମାଧାନ ସଙ୍ଗେ ସଙ୍ଗେ ହୋଇଥିଲା।ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ରୁ ୩ ଜଣଙ୍କୁ ଓ ରେଡକ୍ରସ ରୁ ୬ ଜଣଙ୍କୁ ମୋଟ ୬୦୦୦୦ଟଙ୍କା ପ୍ରଦାନ କରାଯାଇଥିଲା। ଆଜିର ଜନଶୁଣାଣୀ ରେ ମୁଖ୍ୟତଃ ରେସନ କାର୍ଡ, ମଧୁବାବୁ ପେନସନ, ପି ଏମ ଆଭାସ ଯୋଜନା ରେ ଗୃହ ବଂଟନ, ଜମିଜମା ସଂପର୍କିତ ଅଭିଯୋଗ ଦାଖଲ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.