Home ଜିଲ୍ଲା ପରିକ୍ରମା ବସରୁ ଖସି ଚକା ତଳେ ଯୁବକଙ୍କ ଜୀବନ ଗଲା

ବସରୁ ଖସି ଚକା ତଳେ ଯୁବକଙ୍କ ଜୀବନ ଗଲା

10

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି଼ ବ୍ଲକ ପୀରହାଟ ଥାନା ଅଧୀନ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ସାମନ୍ତରାୟପୁର ଛକ ନିକଟରେ ସୋମବାର ପୂର୍ବାହ୍ନରେ ବସ୍‌ରୁ ଖସି ପଡ଼ିବା ପରେ ଚକା ତଳେ ଚାପି ହୋଇ ଜଣେ ଯୁବକଙ୍କ ଜୀବନ ଚାଲିଯିବା ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି। ପ୍ରକାଶ ଯେ, ସାହାପୁର ପଂଚାୟତ ଅଧୀନ ତାରାଚାନ୍ଦବିନ୍ଧା ଗ୍ରାମର ଜଗନ୍ନାଥ ସାହୁ (୨୮) ନାମକ ଜଣେ ଯୁବକ ଚାନ୍ଦବାଲିରୁ ଭଦ୍ରକ ଅଭିମୁଖେ ଯାଉଥିବା ଏକ ବସ୍‌ରେ ସାମନ୍ତରାୟପୁରର ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସୁଥିଲେ। ସାମନ୍ତରାୟପୁର ଛକ ନିକଟରେ ବସ୍‌ଟି ରହିବା ପରେ କିଛି ଲୋକ ତଳକୁ ଓହ୍ଲାଇ ଥିଲେ। ତେବେ ଜଗନ୍ନାଥ ବସ୍‌ରୁ ତଳକୁ ଓହ୍ଲାଉ ଥିବା ବେଳେ ବସ୍ ଛାଡ଼ି ଦେଇଥିଲା। ଯାହାଫଳରେ ସେ ରାସ୍ତା ଉପରେ ପଡ଼ିଯିବା ପରେ ବସ୍ ତାଙ୍କ ଉପରେ ଚଢ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ଜଗନ୍ନାଥଙ୍କୁ ଚିକିତ୍ସା ପାଇଁ ତିହିଡ଼ି ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏହି ଘଟଣାରେ ପୀରହାଟ ପୁଲିସ ଏକ ମକଦ୍ଦମା ରୁଜୁ କରି ବସ୍‌ଟିକୁ ଜବତ କରିଥିବା ଜଣାପଡ଼ିଛି। ତେବେ ବେପରୁଆ ଗାଡ଼ି ଚାଳନା ଯୋଗୁ ଏପରି ଦୁର୍ଘଟଣା ଘଟିଲା ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.