Home ଜିଲ୍ଲା ପରିକ୍ରମା ବଜ୍ରପାତରୁ ରକ୍ଷା ନିମନ୍ତେ ତାଳ ଗୋଟମା ଲଗାଇଲା ତିହିଡି ଯୁବମଂଚ, ୪୦୦ ଗୋଟାମା ରୋପଣ କରିବାକୁ...

ବଜ୍ରପାତରୁ ରକ୍ଷା ନିମନ୍ତେ ତାଳ ଗୋଟମା ଲଗାଇଲା ତିହିଡି ଯୁବମଂଚ, ୪୦୦ ଗୋଟାମା ରୋପଣ କରିବାକୁ ଲକ୍ଷ୍ୟ ରଖିଛି ସଂଗଠନ

9

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାମ୍ପ୍ରତିକ ସମୟରେ ବଜ୍ରପାତ ପ୍ରଭାବରେ ବହୁ ମୂଲ୍ୟବାନ ଜୀବନ ଚାଲିଯାଉଛି। ଏହା ସହ ବହୁ ଧନ ସମ୍ପତି ମଧ୍ୟ ନଷ୍ଟ ହେଉଛି। ଏହାର ମାତ୍ରାକୁ କମ କରିବା ପାଇଁ ତାଳଗଛ ହିଁ ମାଧ୍ୟ୍ୟମ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ସରକାର ମଧ୍ୟ୍ୟ ତାଳଗଛ ଲଗାଇବାକୁ ପ୍ରାଥମିକତା ଦେବା ସହ ତାଳଗଛ କାଟିବାକୁ ନିଷେଧ କରିଛନ୍ତି। ଅଗ୍ରଣୀ ସାମାଜିକ ସଂଗଠନ “ତିହିଡ଼ି ଯୁବମଂଚ’ ତରଫରୁ ଗତ ବର୍ଷ ଭଳି ଚଳିତ ବର୍ଷ ତିହିଡ଼ି ବ୍ଲକରେ ସର୍ବ ପ୍ରଥମେ ତାଳ ଗୋଟମା ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଛି। ସଂଗଠନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ବୋଡ଼କ ଗ୍ରାମପଂଚାୟତର ବିଭିନ୍ନ ସ୍ଥାନରେ ବଜ୍ରପାତର ମାତ୍ରାକୁ କମ କରିବା ଏବଂ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ୧୦୦ ପାଖା ପାଖି ତାଳ ଗୋଟମା ରୋପଣ କରାଯାଇଥିଲା। ଚଳିତ ବର୍ଷ ୪୦୦ ତାଳ ଗୋଟମା ବିଭିନ୍ନ ସ୍ଥାନରେ ରୋପଣ କରାଯିବା କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଜାରି ରହିବ ଏବଂ ତାଳ ଗୋଟମା ଲଗାଇବା ସହ ତାଳଗଛ ସଂରକ୍ଷଣ ପାଇଁ ଜନ ସଚେତନତା ମଧ୍ୟ ସୃଷ୍ଟି କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ସଂଗଠନ ପକ୍ଷରୁ ସଭାପତି କୈଳାସ ବେହେରା, ସମ୍ପାଦକ ନିରଂଜନ ବାରିକ,ସମାଜସେବୀ ରବିନ୍ଦ୍ର ମହାକୁଳ , କୋଷାଧ୍ୟକ୍ଷ ସାକିରୁଦ୍ଦିନ ଖାଁ,ସୟଦ ରଫିକ, ବାସ୍ତବ ପଣ୍ଡ, ବଳରାମ ବାରିକ ପ୍ରମୁଖ ସାମିଲ ହୋଇ ତାଳ ଗୋଟମା ରୋପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.