Home ଜିଲ୍ଲା ପରିକ୍ରମା ଶତାୟୁ ପୁରୁଷ ଭାଷ୍କର ମଲ୍ଲିକଙ୍କୁ ଶ୍ରଦ୍ଧାଞ୍ଜଳି

ଶତାୟୁ ପୁରୁଷ ଭାଷ୍କର ମଲ୍ଲିକଙ୍କୁ ଶ୍ରଦ୍ଧାଞ୍ଜଳି

8

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ୍ ବୋଡ଼କ ଗ୍ରାମ ପଂଚାୟତର ଅଣ୍ଡରାଇ ଗ୍ରାମର ବର୍ଷୀୟାନ ବ୍ୟକ୍ତିତ୍ୱ ଶତାୟୁ ପୁରୁଷ ଭାଷ୍କର ମଲ୍ଲିକଙ୍କ ବିୟୋଗରେ ତାଙ୍କର ଏକାଦଶାହ ଅବସରରେ ଅଣ୍ଡରାଇ ସେବା ସମବାୟ ସମିତି ପ୍ରାଙ୍ଗଣରେ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଥିଲା। ବରିଷ୍ଠ ସାମ୍ବାଦିକ ଅଜୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଶ୍ରଦ୍ଧାଞ୍ଜଳି ସଭା ସଂଚାଳନ ହୋଇଥିଲା। ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ତିହିଡ଼ି ବ୍ଲକର ବୋଡ଼କ, ବିଲଣା, ତଳଗୋପବିନ୍ଧା, ଗ୍ରାମ ପଂଚାୟତର ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିବା ବେଳେ ଧାମନଗର ବ୍ଲକର କାଶୀମପୁର, କଟସାହି ଗ୍ରାମ ପଂଚାୟତର ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଓଡ଼ିଶା ବହୁଜନ ସାମୁଖ୍ୟ ରାଜ୍ୟ ସଭାପତି ବିଶ୍ୱନାଥ ଜେନା, ସମାଜସେବୀ ଓ ସମାଜ ସଂସ୍କାରକ ଭାଗବତ ପଳାଇ, ଅମବିକାଶ ଦଳର ରାଜ୍ୟ ଉପସଭାପତି ପ୍ରକାଶ କୁମାର ନାୟକ, ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ବୀରେନ୍ଦ୍ର କୁମାର ମଲ୍ଲିକ, ଭଦ୍ରକ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ଶିଳ୍ପୀ ଜୟନ୍ତ କୁମାର ନାୟକ, ବାରିକପୁର ଆଂଚଳିକ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ଉମାକାନ୍ତ ମହାଳିକ, ଯୁବନେତା ତଥା ସମାଜସେବୀ ଅଭୟ କୁମାର ମଲ୍ଲିକ, ବୋଡ଼କ ଗ୍ରାମ ପଂଚାୟତର ସମିତି ସଭ୍ୟ ଜୟପ୍ରକାଶ ମଲ୍ଲିକ, ସରପଂଚଙ୍କ ପ୍ରତିନିଧି ବିଷ୍ଣୁ ମୋହନ ଜେନା, ସମାଜସେବୀ ପ୍ରଭାତ ଜେନା, ଖିରସିନ୍ଧୁ ବାରିକ, ମୁକ୍ତିକାନ୍ତ ନାୟକ ଯୋଗଦେଇ ସ୍ମୃତିଚାରଣ କରି ଶ୍ରଦ୍ଧା ନିବେଦନ କରିଥିଲେ। ଏଥି ସହିତ ଗଣମାଧ୍ୟମ ବନ୍ଧୁମାନେ ମୁଦ୍ରିତ ଓ ବୈଦୁତିକ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ବିଶେଷ କରି ଭାଷ୍କର ମଲ୍ଲିକଙ୍କ ବାଲ୍ୟ ଜୀବନ ଠାରୁ ଯୌବନଦୀପ୍ତ ଅତିକ୍ରାନ୍ତ କରି ବାର୍ଦ୍ଧକ୍ୟରେ ଉପନୀତ ହୋଇ ଏକଶତ ବର୍ଷ ପର୍ଯ୍ୟନ୍ତ ଜୀବିତ ରହି ନିଜର ଜୀବନର ବହୁ ଉତ୍‌ଥାନପତନ ମଧ୍ୟରେ ଜଣେ କୃଷିଜୀବି ଓ ଶ୍ରମଜୀବିର ଜୀବନରେ ସତ୍ୟକୁ ଆଶ୍ରୟ କରି ପିଲାମାନଙ୍କୁ ଉପଯୁକ୍ତ ଦିଗ୍‌ଦର୍ଶନ ଦେଇ ମଣିଷ କରିଥିଲେ। ସେମାନେ ପିତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଆଜି ପ୍ରତିଷ୍ଠିତ ହୋଇ ପାରିଛନ୍ତି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଆଂଚଳିକ ଜନସାଧାରଣ ଓ ପଡ଼ୋଶୀ ଗ୍ରାମ ପଂଚାୟତ ମାନଙ୍କରୁ ଆସିଥିବା ଭଦ୍ରବ୍ୟକ୍ତିମାନେ ତାଙ୍କର ନିରଳସ ଜୀବନଚର୍ଯ୍ୟା ଓ ସତ୍ୟବାଦିତା, ମାଧୂର୍ଯ୍ୟପୂର୍ଣ୍ଣ ବ୍ୟବହାର ପାଇଁ ସେ ସବୁଦିନ ପାଇଁ ଆମ୍ଭମାନଙ୍କ ହୃଦୟ ଭିତରେ ରହିଥିବେ ବୋଲି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଉକ୍ତ ଶ୍ରଦ୍ଧାଞ୍ଜଳି ସଭାର ଆଭିମୁଖ୍ୟ ପ୍ରଦାନ ସହ ବହୁ ଦୂରରୁ ଆସି ଯୋଗଦେଇଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପରିବାର ତରଫରୁ କୃତଜ୍ଞତା ଜଣାଇଥିଲେ ତାଙ୍କର କନିଷ୍ଠ ଭାଇ ମଂଚ କଳାକାର ଓ ସମାଜସେବୀ କାଳନ୍ଦୀ ମଲ୍ଲିକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.