Home ଜିଲ୍ଲା ପରିକ୍ରମା ଭଦ୍ରକ ସ୍ପୋର୍ଟସ ଏକାଡେମୀ ତରଫରୁ ଜାତୀୟ କ୍ରିଡା ଦିବସ ପାଳିତ

ଭଦ୍ରକ ସ୍ପୋର୍ଟସ ଏକାଡେମୀ ତରଫରୁ ଜାତୀୟ କ୍ରିଡା ଦିବସ ପାଳିତ

5

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସ୍ୱୟଂ ଶାସିତ କଲେଜ ପରିସରରେ ଭଦ୍ରକ ସ୍ପୋର୍ଟସ ଏକାଡେମୀ ତରଫରୁ ,ଏକାଡେମୀରର ପ୍ରତିଷ୍ଠାତା ତଥା କ୍ରିଡା ଶିକ୍ଷକ ଓ କୋଚ ମନୋଜ କୁମାର ସାହୁଙ୍କ ତତ୍ୱାବଧାନରେ ମହା ସମାରୋହ ରେ ଜାତୀୟ କ୍ରିଡା ଦିବସ ପାଳନ କରାଯାଇଛି। ଏହି ଦିବସ ରେ ଭଦ୍ରକ ଜିଲ୍ଲା କ୍ରିଡା ଅଧିକାରୀ ଶ୍ରୀଯୁକ୍ତ ରମେଶ କୁମାର ମହାନ୍ତି ଯୋଗ ଦେଇ ସମସ୍ତ ଖେଳାଳୀ ମାନଙ୍କୁ ମେଜର୍ ଧ୍ୟାନ ଚାନ୍ଦ ବିଷୟରେ ଅବଗତ କରାଇବା ସହିତ ସେମାନେ କିପରି ନିଷ୍ଠା ର ସହ ଅଭ୍ୟାସ ରଖିବେ ସମ୍ୟକ ଆଲୋଚନା କରିଥିଲେ । ଏହି ଦିବସରେ ପ୍ରାୟ ୧୦୦ ସହ ରୁ ଖେଳାଳୀମାନେ ଯୋଗ ଦେଇଥିଲେ , ତଥା କ୍ରିକେଟ୍‌, ବାସ୍କେଟ ବଲ୍‌, ଫୁଟବଲ୍ , ହ୍ୟାଣ୍ଡବଲ୍ , ଟେନିକ ଏଟ୍‌, ନେଟ୍ ବଲ୍ ,ଆଥଲେଟିକ୍ସ, ରୋଲ୍ ବଲ୍ ଓ କବାଡି ) ଏଥିସହିତ ଭଦ୍ରକ କଲେଜ ର କ୍ରିଡ଼ା ଶିକ୍ଷୟତ୍ରୀ ସଂଧ୍ୟାରାଣୀ ମଲିକ, କ୍ରିକେଟ୍ କୋଚ ଅସୀତ ଦାସ, ଟେନିକ ଏଟ୍ କୋଚ ସୁବାସ ଚନ୍ଦ୍ର ଦୀକ୍ଷୀତ୍ ଓ ରାଜେଶ ନାୟକ , କୋଚ ଜନ୍ମେଜୟ ବାରିକ ଏବଂ ବରିଷ୍ଠ ଖେଳାଳୀ ଶ୍ରୀକାନ୍ତ ଜେନା, ହରିଶଙ୍କର ପାଣିଗ୍ରାହି,ସ୍ୱୟଂଭୁ ପ୍ରସାଦ ଦାସ, ନମ୍ରତା ସ୍ୱାଇଁ ,ସନ୍ତୋଷୀ ନି ତ୍ରିପାଠୀ, ଭାଗ୍ୟଶ୍ରୀ ରାଉତ୍ ପ୍ରମୁଖ ଉପସ୍ଥିତ ରହି ଜାତୀୟ କ୍ରିଡା ଦିବସକୁ ପରିଚାଳନାର ଭୂମିକା ନିର୍ବାହ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.