Home ଜିଲ୍ଲା ପରିକ୍ରମା ଭଦ୍ରକ ରାଣୀତାଲ ବଜାରରୁ ସୁନା ଦୋକାନ ସଟର ତାଡ଼ି ନେଇଗଲେ ଲକ୍ଷ ଲକ୍ଷ ଟଙ୍କାର ସୁନା...

ଭଦ୍ରକ ରାଣୀତାଲ ବଜାରରୁ ସୁନା ଦୋକାନ ସଟର ତାଡ଼ି ନେଇଗଲେ ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା

13

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ରାଣୀତାଲ ବଜାରରେ ଥିବା ଏକ ସୁନା ଦୋକାନ ରୁ ହୋଇଛି ଲୁଟ। ବିଳମ୍ବିତ ରାତିରେ ସୁନା ଦୋକାନରୁ ଲୁଟ ହୋଇଥିବା ନେଇ ଭଦ୍ରକ ଗ୍ରାମାଂଚଳ ପୋଲିସ ଦେଇଛି ସୂଚନା। ସୁନା ଦୋକାନ ଗ୍ରିଲର ତାଲା ଭାଙ୍ଗିବା ପରେ ସଟର ତାଡ଼ି ନେଇଗଲେ ୧୫ ଲକ୍ଷ ଟଙ୍କାର ସୁନା ଗହଣା । ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ ରାଣୀତାଲ ବଜାର ରେ ଥିବା ମା ତାରିଣୀ ଜୁଏଲାରୀରୁ ଲୁଟ ହୋଇଛି । ଦୋକାନ ମାଲିକ ପ୍ରଦୀପ ସାହୁ ଙ୍କ ସୂଚନା ଅନୁଯାୟୀ ଲୁଟ ବେଳେ ଦୋକାନ ଶୋ କେସ ବା ଡିସ୍‌ପ୍ଲେରେ ଥିବା ୧୫ ଲକ୍ଷ ଟଙ୍କା ରୁ ଅଧିକ ମୂଲ୍ୟ ର ସୁନା ଅଳଙ୍କାର ଲୁଟ ହୋଇଛି । ତେବେ ଦୋକାନ ଭିତରେ ଥିବା ଆଇରନ ଚେଷ୍ଟ ରେ ପ୍ରାୟ ୧ କିଲୋ ଓଜନ ର ସୁନା ରହିଥିଲା । ପୋଲିସ ଦୋକାନ ସିଲ କରିଥିବାରୁ ଆଇରନ ଚେଷ୍ଟ ରେ ଥିବା ସୁନା ବିଷୟ ରେ ସୂଚନା ମିଳିନାହିଁ । ତେବେ ଗ୍ରାମାଂଚଳ ଥାନାଧିକାରୀଙ୍କ ସହ ଏକ ଟିମ୍ ଲୁଟ ହୋଇଥିବା ଦୋକାନ ନିକଟ ରେ ପହଂଚି ସିସିଟିଭି ଯାଂଚ କରିଛନ୍ତି । ସାଇଂଟିଫିକ୍ ଟିମ ସହ ଡଗ ସ୍କ୍ୱାର୍ଡକୁ ମଧ୍ୟ ତଦନ୍ତ ରେ ସାମିଲ କରାଯିବ । ଜାତୀୟ ରାଜପଥ ନିକଟ ରେ ଥିବା ସୁନା ଦୋକାନ ରୁ ଲୁଟ ହୋଇଥିବାରୁ ବାହାର ରାଜ୍ୟ ର ଲୁଟେରା ସାମିଲ ଥିବା ସନ୍ଦେହ କରାଯାଉଛି । ମାଲିକ ପ୍ରଦୀପ ସାହୁଙ୍କ ଅଭିଯୋଗ ଯେ ଏହି ଘଟଣାରେ ଏକ ବଡ଼ ଧରଣର ରାକେଟ କାମ କରୁଛି। ସେମାନେ ଆଗରୁ ଯୋଜନା କରି ଏଭଳି ଲୁଟ କରିଛନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.