Home ଜିଲ୍ଲା ପରିକ୍ରମା ପ୍ରଧାନ ଆଚାର୍ଯ୍ୟଙ୍କ ବଦଳି ଦାବିରେ ଶିଶୁମନ୍ଦିର ଗୁରୁଜୀ ଓ ଗୁରୁମାଙ୍କ ଧାରଣା,ନିଜ ସ୍ୱାର୍ଥ ପୂରଣ ପାଇଁ...

ପ୍ରଧାନ ଆଚାର୍ଯ୍ୟଙ୍କ ବଦଳି ଦାବିରେ ଶିଶୁମନ୍ଦିର ଗୁରୁଜୀ ଓ ଗୁରୁମାଙ୍କ ଧାରଣା,ନିଜ ସ୍ୱାର୍ଥ ପୂରଣ ପାଇଁ ପିଲାଙ୍କ ସ୍ୱାର୍ଥକୁ ବଳି ପକାଉଛନ୍ତି ଧାରଣାରତ ଶିକ୍ଷକ

24
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକରେ ଖରାଦିନ ଛୁଟି ପରେ ଝାଡାବାନ୍ତି ଜନିତ ରୋଗର ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ବିଦ୍ୟାଳୟଗୁଡିକ ଖୋଲିଥିବାବେଳେ ଭଦ୍ରକର ମଂଜୁଳ ମଂଜରୀ ସରସ୍ୱତୀ ଶିଶୁମନ୍ଦିରର କେତେକ ଗୁରୁଜୀ-ଗୁରୁମା ପ୍ରଧାନ ଆଚାର୍ଯ୍ୟଙ୍କ ବଦଳି ଦାବି ନେଇ ନୂଆବଜାରସ୍ଥିତ ପୁରୁଣା ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି। କାହିଁକି ନା ଏହି ବିଦ୍ୟାଳୟଟି ଦୀର୍ଘବର୍ଷରୁ ଅଧ୍ୟୟନରେ ନିଜର ପ୍ରତିଷ୍ଠା ରଖିଆସିଥିବାବେଳେ ଯେଉଁ କେତେକ ଶିକ୍ଷକ-ଶିକ୍ଷୟିତ୍ରୀ ପିଲାଙ୍କ ପାଠପଢା ପ୍ରତି ଯତ୍ନବାନ ନହୋଇ ନିଜ ସ୍ୱାର୍ଥ ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି, ତାହା ବୁଦ୍ଧିଜୀବୀ ମହଲରେ ଭୃକୁଂଚନ ସୃଷ୍ଟି କରିଛି। ତେବେ ଧାରଣାକାରୀଙ୍କ ଅଭିଯୋଗ ମୂଳେ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଗୁରୁଜୀ-ଗୁରୁମାଙ୍କୁ ଅଣଦେଖା କରି ପାରିଶ୍ରମିକ ଅନୁଯାୟୀ ବେତନ ଠିକ୍‌ରେ ଦେଉନାହାଁନ୍ତି। ଏପରିକି ତାଙ୍କର ଆପତିଜନକ ବ୍ୟବହାରରେ କେବଳ ଶିକ୍ଷକ-ଶିକ୍ଷୟିତ୍ରୀ ନୁହଁନ୍ତି ଛାତ୍ରଛାତ୍ରୀମାନେ ମଧ୍ୟ ଅତିଷ୍ଠ ହୋଇପଡିଛନ୍ତି। ପରିଚାଳନା ସମିତିର କେତେଜଣଙ୍କୁ ନିଜ ଆୟତରେ ରଖି ସେ ସେମାନଙ୍କୁ ଅକଥନୀୟ ମାନସିକ ଯନ୍ତ୍ରଣା ଦେବାଫଳରେ ସେମାନେ ମାନସିକ ଭାରସାମ୍ୟ ହରାଉଛନ୍ତି। ବିଦ୍ୟାଳୟର ସେବକ-ସେବିକାମାନଙ୍କୁ ନିଜର ବ୍ୟକ୍ତିଗତ କାର୍ଯ୍ୟରେ ଲଗାଇବା ଦ୍ୱାରା ପିଲାମାନେ ଅବହେଳା ହେଉଛନ୍ତି। ଗୁରୁଜୀ ଗୁରୁମା ମାନଙ୍କର ୬ ବର୍ଷ ଧରି ଇନକ୍ରିମେଂଟ ବନ୍ଦ କରିଛନ୍ତି। ବିଦ୍ୟାଳୟର ନିର୍ମାଣ ଦାୟିତ୍ୱ ଗୁରୁଜୀ-ଗୁରୁମା ମାନଙ୍କ ଉପରେ ନ୍ୟସ୍ତ ଥିଲେ ମଧ୍ୟ ସଂପାଦକ ଓ କୋଷାଧ୍ୟକ୍ଷଙ୍କୁ ଦାୟିତ୍ୱ ଦେଇ ବିଦ୍ୟାଳୟର ଅର୍ଥ ହେରଫେର କରୁଥିବା ଭଳି ବହୁ ଦାବି କରିଛନ୍ତି ଜ୍ୟୋତିରଂଜନ ଦାଶ, ପ୍ରକାଶ କୁମାର ବେହେରା, ଅମ୍ବିକା ପ୍ରସାଦ ପଣ୍ଡା, ପ୍ରଫୁଲ୍ଲ କୁମାର ନାୟକ, ଶବର ବେହେରା, କାହ୍ନୁଚରଣ ପାଣିଗ୍ରାହୀ, ସ୍ମିତାରାଣୀ ସେନାପତି, ସସ୍ମିତା ଧଳ, ପ୍ରଦୀପ କୁମାର ସାମଲ, ସାଧନା ସାମଲ ଭଳି ଗୁରୁଜୀ-ଗୁରୁମା ମାନେ। ଏହି ଅଭିଯୋଗ ଗୁଡିକୁ ସେମାନେ ଓଡ଼ିଶା ଶିକ୍ଷା ବିକାଶ ସମିତିର ସମ୍ଭାଗ ସଂଯୋଜକ ପୂର୍ବୋତର ସମ୍ଭାଗକୁ ଜଣାଇବା ସହ କେତେକ ଅଭିଭାବକମାନେ ମଧ୍ୟ ଏ ସଂପର୍କରେ ଜିଲାପାଳଙ୍କୁ ଜଣାଇଥିବା ବିଷୟ କହିଛନ୍ତି। ତେବେ ଆଜି ବିଦ୍ୟାଳୟରେ କେତେକ ଶିକ୍ଷକ-ଶିକ୍ଷୟିତ୍ରୀ ପିଲାମାନଙ୍କୁ ପାଠ ପଢାଇଥିବାବେଳେ ପ୍ରଧାନ ଆଚାର୍ଯ୍ୟ ଭାଗବତ ମହାଳିକ ସେମାନଙ୍କ ଅଭିଯୋଗରେ କୌଣସି ସତ୍ୟାସତ୍ୟ ନଥାଇ ସ୍କୁଲର କିଛି ମୁଷ୍ଟିମେୟ ଗୋଷ୍ଠୀ ତାଙ୍କୁ ଓ ଶିକ୍ଷାନୁଷ୍ଠାନକୁ ବଦନାମ କରିବା ପାଇଁ ଷଡଯନ୍ତ୍ର ରଚୁଥିବାର କହିଛନ୍ତି। ବିଗତ ଦିନରେ ସେମାନେ ଏଭଳି ଅନେକ ପ୍ରଧାନ ଆଚାର୍ଯ୍ୟଙ୍କ ନାମରେ ମିଥ୍ୟା ତଥା ଅବାସ୍ତବ ଅଭିଯୋଗ ଆଣିଛନ୍ତି। ଏହି ବିଦ୍ୟାଳୟଟି ରାଜ୍ୟରେ ଶିକ୍ଷାଦାନ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାବେଳେ କିଛି ଗୁରୁଜୀ-ଗୁରୁମା ଏଲଆଇସି ଓ ଭେଷ୍ଟିଜ୍ ଭଳି ବିଭିନ୍ନ ବେସରକାରୀ ସଂସ୍ଥାରେ ଚାକିରୀ କରିବା ସହ ଟ୍ୟୁସନ କରି ବିଦ୍ୟାଳୟକୁ ଆସି ଶିକ୍ଷାଦାନ କରିବା ସମୟରେ ଅନ୍ୟମନସ୍କ ରହିବା, ଚେୟାରରେ ବସି ଶୋଇବା, ଠିକ୍ ସମୟରେ ସ୍କୁଲ ନଆସିବା ଭଳି ଅନିୟମିତତାକୁ ସେ ବିରୋଧ କରିବାରୁ ସେମାନେ ଏଭଳି ଧାରଣାରେ ବସିଥିବା ବିଷୟ ଗଣମାଧ୍ୟମକୁ କହିଛନ୍ତି। ତେବେ ଯଦି ସ୍କୁଲ କମିଟି ଉଚିତ୍ ତଦନ୍ତ କରି ତାଙ୍କୁ ଦୋଷୀ ଭାବେ ସାବ୍ୟସ୍ତ କଲେ ସେ ନିଶ୍ଚିତ ଭାବେ ମଥାପାତି ସହିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ତେବେ ପରିଚାଳନା କମିଟି ପକ୍ଷରୁ ସଭାପତି ବ୍ରଜକିଶୋର ବଳ, ଉପସଭାପତି ଅମ୍ବିକା ସ୍ୱାଇଁ, ସଂପାଦକ ବିଭୁ ଚନ୍ଦନ ଜେନା, ସହ ସଂପାଦକ ମିଲି ମହାନ୍ତି, ସର୍ବେଶ୍ୱର ମହାପାତ୍ର, ରୀନାରାଣୀ ଜେନା ପ୍ରମୁଖ ଧାରଣା ସ୍ଥଳରେ ପହଂଚି ବୁଝାସୁଝା କରିଥିଲେ ମଧ୍ୟ ଧାରଣାକାରୀ ଗୁରୁଜୀ-ଗୁରୁମାମାନେ ଆଜି ସେମାନଙ୍କର ଅଭିଯୋଗ ପତ୍ର ଜିଲାପାଳ ଦିଲ୍ଲୀପ ରାଉତରାଏଙ୍କୁ ଦେଇଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.