Home ଜିଲ୍ଲା ପରିକ୍ରମା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଖଣ୍ଡଳମଣି ସେବାୟତଙ୍କ ପକ୍ଷରୁ ଆଶୁ ଆରୋଗ ନିମନ୍ତେ ସମୁହ ଦୀପ...

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଖଣ୍ଡଳମଣି ସେବାୟତଙ୍କ ପକ୍ଷରୁ ଆଶୁ ଆରୋଗ ନିମନ୍ତେ ସମୁହ ଦୀପ ଦାନ

22

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡିଦଳର ସଭାପତି ନବୀନ ପଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସେବାୟତଙ୍କ ପକ୍ଷରୁ ବୁଧବାର ରୁଦ୍ରାଭିଷେକ ସହ ୧୦୮କଳସ ଜଳଲାଗି କରାଯାଇଥିଲା। ଭୋର ୪ଟାରେ ବାବାଙ୍କ ମନ୍ଦିର ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତୀ ସରିବା ପରେ ସକାଳ ୬ଟାରେ ନବୀନ ପଟନାୟକଙ୍କ ଆଶୁ ଆରୋଗ୍ୟ କାମନା ନିମନ୍ତେ ସେବାୟତମାନେ ୧୦୮କଳସ ଜଳ ଆଣିବା ସହ କ୍ଷୀର, ମହୁ ପଂଚାମୃତ ଆଦିରେ ବାବାଙ୍କ ନିକଟରେ ରୁଦ୍ରାଭିଷେକ କରିଥିଲେ। ପରେ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଧାୟକ ବ୍‌ଯୋମକେଶ ରାୟଙ୍କ ସହ ଶହଶହ ମହିଳା ଓ ପୁରୁଷ ଦୀପ ଜାଳି ନବୀନଙ୍କର ଆଶୁ ଆରୋଗ୍ୟ ନିମନ୍ତେ ବାବାଙ୍କ ପାଖରେ ପାର୍ଥନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.