Home ଜିଲ୍ଲା ପରିକ୍ରମା ଜୁଲାଇ ୯ ସର୍ବଭାରତୀୟ ସାଧାରଣ ଧର୍ମଘଟ ନେଇ ବିଭିନ୍ନ ଟ୍ରେଡ଼ ୟୁନିୟନ ଓ ଗଣସଂଗଠନ ପକ୍ଷରୁ...

ଜୁଲାଇ ୯ ସର୍ବଭାରତୀୟ ସାଧାରଣ ଧର୍ମଘଟ ନେଇ ବିଭିନ୍ନ ଟ୍ରେଡ଼ ୟୁନିୟନ ଓ ଗଣସଂଗଠନ ପକ୍ଷରୁ ଭଦ୍ରକରେ ମିଳିତ ବୈଠକ

29

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ କର, ରାଷ୍ଟ୍ରାୟତ ଉଦ୍ୟୋଗ ର ଘରୋଇକରଣ ବଂଦ କର, ଚାଷୀ ଆତ୍ମହତ୍ୟା ରୋକ, ଦେଶର ସରକାରୀ ସଂପତି ର ସୁରକ୍ଷା କର, ଇସ୍ରାଏଲ ବିରୁଦ୍ଧରେ ମୋଦି ସରକାର ତାଙ୍କ ନୀତି ସ୍ପଷ୍ଟ କର, ପେହେଲଗାଁ ଆତଙ୍କବାଦୀ ଘଟଣାରେ ସଂସଦର ସ୍ୱତନ୍ତ୍ର ବୈଠକ ଡାକ, ଛାତ୍ର ବିରୋଧି ଜାତୀୟ ଶିକ୍ଷା ନୀତି-୨୦୨୦ ବାତିଲ କର, ଆମ ଦେଶ ଓ ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ମହିଳା ଗଣଦୁଷ୍କର୍ମ ରୋକ ଆଦି ଦାବି ନେଇ ଆସନ୍ତା ଜୁଲାଇ, ୯ ତାରିଖ ରେ ହେବାକୁ ଥିବା ସର୍ବଭାରତୀୟ ସାଧାରଣ ଧର୍ମଘଟ କୁ ଭଦ୍ରକ ଜିଲ୍ଲାରେ ସଫଳ କରିବା ପାଇଁ ବିଭିନ୍ନ ଟ୍ରେଡ଼ ୟୁନିୟନ, କୃଷକ ସଂଗଠନ ଓ ସ୍ୱାଧୀନ ଫେଡେରେସନ ମାନଙ୍କ ମିଳିତ ବୈଠକ ଶ୍ରମିକ ନେତା ଦିବ୍ୟସିଂହ ନାୟକ ଙ୍କ ସଂଯୋଜନାରେ ଭଦ୍ରକ ନେତାଜୀ ନଗର ସ୍ଥିତ ଜାନକୀ ନିଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଜୁଲାଇ, ୯ ସର୍ବଭାରତୀୟ ସାଧାରଣ ଧର୍ମଘଟ ପୂର୍ବରୁ ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟ ଠାରେ ସାଧାରଣ ସଭା ଅନୁଷ୍ଠିତ ହେବା ସହ ସର୍ବଭାରତୀୟ ସାଧାରଣ ଧର୍ମଘଟ ଦିନ ଜିଲ୍ଲା ସଦରମହକୁମା ରେ ସମସ୍ତ ଶ୍ରମିକ-କୃଷକ ଓ ସାଧାରଣ ଜନତା ଏକଜୁଟ ହୋଇ ସାଧାରଣ ଧର୍ମଘଟ କୁ ଭଦ୍ରକ ଜିଲ୍ଲାରେ ସଫଳ କରିବେ ବୋଲି ପ୍ରସ୍ତୁତି ବୈଠକରେ ନିଷ୍ପତି ନିଆଯାଇଛି । ଏଥିପାଇଁ ଜିଲ୍ଲାର ସକଳ ଶ୍ରେଣୀର ଜନସାଧାରଣ ସାମିଲ ହେବାକୁ ମିଳିତ ବୈଠକ ରେ ନିବେଦନ କରାଯାଇଛି । ଦେଶର ସମସ୍ତ ଶ୍ରମଜୀବି ମଣିଷ ଓ ଚାଷୀ ମୂଲିଆ, ଛାତ୍ର ଓ ଯୁବ ବଂଧୁ ମାନଙ୍କ ସ୍ୱାର୍ଥ ପାଇଁ ଆସନ୍ତା ଜୁଲାଇ,୯ ରେ ସମସ୍ତ ଗାଡି ମଟର, କଳକାରଖାନା, ଧାମରା ବନ୍ଦର, ଜିଲ୍ଲାର ସମସ୍ତ ଫେରିଘାଟ, ଦୋକାନ ବଜାର, ସ୍କୁଲ କଲେଜ, ଜିଲ୍ଲାର ସମସ୍ତ ଅଫିସ ଦପ୍ତର ବଂଦ ରଖିବାକୁ ମିଳିତ ନେତୃତ୍ୱ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି । ଏହି ମିଳିତ ବୈଠକରେ ସିଆଇଟିୟୁ ଜିଲ୍ଲା ସଂପାଦକ କାଳନ୍ଦୀ ପାତ୍ର, ଜିଲ୍ଲା ଉପସଭାପତି ରାଧାନାଥ ଦାସ, ଓଡିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ଓଡିଶା କୃଷକ ସଭା ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ, ଏଆଇଟିୟୁସି ରାଜ୍ୟ ଯୁଗ୍ମ ସଂପାଦକ ରମେଶ ଯେନା, ଅଖିଳ ଭାରତ କୃଷକ ସଭା ବାସୁଦେବପୁର ବ୍ଲକ ସଭାପତି ହରିହର ବେହେରା, ଏଆଇସିସିଟିୟୁ ଜିଲ୍ଲା ସଭାପତି ସମର ବଳ, ଏଆଇଏଫଟିୟୁ ଜିଲ୍ଲା ସଭାପତି ସୁଶାନ୍ତ ଜେନା, ଏଆଇୟୁଟିୟୁସି ଜିଲ୍ଲା ସଭାପତି ରାମଚନ୍ଦ୍ର ଶଙ୍ଖୁଆ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ରାଜ୍ୟ ସଂପାଦିକା ସୁରଜିତା ନାୟକ, ବିଜୁ ଶ୍ରମିକ ସାମ୍ମୁଖ୍‌ଯ ଜିଲ୍ଲା ସଂଯୋଜକ ନାସିରୁଦ୍ଦିନ ଖାନ୍‌, ଶ୍ରମିକ ନେତା ରବିନ୍ଦ୍ର ସେଠୀ, ସୁଦର୍ଶନ ଯେନା, ସେକ୍ ସନାଉଲ୍ଲା, ସେକ୍ ସତାର, ଚାଷୀ ନେତା ଅଶୋକ ବେହେରା, ଫକୀର ସ୍ୱାଇଁ, କ୍ଷେତ୍ରବାସୀ ଜେନା, ନରହରି ବେହେରା, ଧାମରା ପୋର୍ଟ ୱାର୍କର୍ସ ୟୁନିୟନ ସଂଗଠକ ସୁବ୍ରତ ସାମଲ ପ୍ରମୁଖ ଯୋଗଦେଇ ଏହି ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ଭଦ୍ରକ ଜିଲ୍ଲାରେ ସଫଳ କରିବା ପାଇଁ ଜିଲ୍ଲାବାସୀଙ୍କୁ ନିବେଦନ କରିଥିଲେ । ଏହି ଆନ୍ଦୋଳନରେ ଆଇଏନଟିୟୁସି ପୂର୍ଣ୍ଣ ମାତ୍ରାରେସାମିଲ ହେବ ବୋଲି ଜାତୀୟ କଂଗ୍ରେସ ଭଦ୍ରକ ଜିଲ୍ଳା ସଭାପତି ତଥା ବାସୁଦେବପୁର ବିଧାୟକ ଅଶୋକ ଦାସ ପ୍ରକାଶ କରିଥିବା ବେଳେ ବିଜୁ ଶ୍ରମିକ ସାମ୍ମୁଖ୍ୟ ସାମିଲ ହେବ ବୋଲି ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ସଭାପତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.