Home ଜିଲ୍ଲା ପରିକ୍ରମା ପୀରହାଟ ବଜାର ମୋବାଇଲ ସୋ ରୁମରୁ ଟଙ୍କା ଓ ମୋବାଇଲ ଚୋରି ଅଭିଯୋଗ, ସାଇଂଟିଫିକ୍ ଟିମ୍...

ପୀରହାଟ ବଜାର ମୋବାଇଲ ସୋ ରୁମରୁ ଟଙ୍କା ଓ ମୋବାଇଲ ଚୋରି ଅଭିଯୋଗ, ସାଇଂଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ତଦନ୍ତ

11

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି଼ ବ୍ଲକ ପୀରହାଟ ଥାନା ଅଧୀନ ପୀରହାଟ ବଜାରରେ ଥିବା ଶ୍ରୀକ୍ଷେତ୍ର କମ୍ୟୁନିକେଶନ ନାମକ ଏକ ମୋବାଇଲ ସୋରୁମରୁ ଶନିବାର ରାତିରେ ଟଙ୍କା ଓ ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପୀରହାଟ ପୁଲିସ ୧୬୨/୨୫ରେ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି। ଖବର ପାଇ ଭଦ୍ରକରୁ ସାଇଂଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଆସି ଘଟଣାର ସ୍ଥଳରେ ପହଂଚି ତଦନ୍ତ କରି ଫେରିଛନ୍ତି। ପ୍ରକାଶ ଯେ, ଦକ୍ଷିଣ ଦୌଲତପୁର ଗ୍ରାମର ବିଶ୍ୱରଂଜନ ମହାନ୍ତିଙ୍କର ପୀରହାଟ ବଜାରରେ ଏକ ମୋଇଲ ସୋରୁମ୍ ଅଛି। ସେ ଦୀର୍ଘ ୭ବର୍ଷ ହେବ ସୋରୁମ ଖୋଲି ବ୍ୟବସାୟ ଚଳାଇଥିଲେ। ଶନିବାର ବିଳମ୍ବିତ ରାତିରେ କେତେକ ଦୁର୍ବୁତ ତାଙ୍କ ସୋରୁମର କବାଟ ଭାଙ୍ଗି ବିଭିନ୍ନ କମ୍ପାନୀର ମୋବାଇଲ ସହିତ ବ୍ୟାଟେରି, ଚାର୍ଜର ଓ ଟଙ୍କା ଚୋରି କରି ନେଇଥିଲେ। ଯାହାର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କାରୁ ଅଧିକ ହେବ। ସୋରୁମରେ ଥିବା କ୍ୟାସ ବାକ୍ସରୁ ୫୦ହଜାର ଟଙ୍କା ଦୁର୍ବୁତ୍ତମାନେ ଚୋରି କରି ନେଇଥିବା ବିଶ୍ୱରଂଜନ ଅଭିଯୋଗରେ ଦର୍ଶାଇଛନ୍ତି। ସେହିଦିନ ରାତିରେ ବିଶ୍ୱରଂଜନଙ୍କ ଭାଇ ସୋରୁମର ଉପର ମହଲାରେ ଶୋଇଥିଲେ। ସେ ସକାଳୁ ସୋରୁମରୁ ଚୋରି ହୋଇଥିବା ସମ୍ପର୍କରେ ତାଙ୍କ ଭାଇ ବିଶ୍ୱରଂଜନଙ୍କୁ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.