Home ଜିଲ୍ଲା ପରିକ୍ରମା ନିଟ-ୟୁଜିରେ ଜୟଜିତଙ୍କ ସଫଳତା

ନିଟ-ୟୁଜିରେ ଜୟଜିତଙ୍କ ସଫଳତା

66

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମେଡିକାଲ ନାମ ଲେଖା ପାଇଁ ହୋଇଥିବା ଜାତୀୟ ପ୍ରବେଶିକା ପରୀକ୍ଷା (ନିଟ-ୟୁଜି )ରେ ବନ୍ତ ବ୍ଲକ ଅଣ୍ଢିଆ ଗ୍ରାମ ନିବାସୀ ବର୍ତମାନ ସାମରାଏପୁର (ଆରଡ଼ିଛକ )ରେ ବାସ କରୁଥିବା ଭୂତପୁର୍ବ ସୈନିକ ଶକ୍ତିଶଙ୍କର ଧଳ, ମାତା ନର୍ମଦା ପାତ୍ର (ଗୃହିଣୀ )ଙ୍କର ଏକମାତ୍ର ପୁତ୍ର ଜୟଜିତ ଧଳ ମୋଟ ୬୦୯ ନମ୍ବର ରଖି ସର୍ବ ଭାରତୀୟ ସ୍ତରରେ ୮୪୫ ରାଙ୍କରେ ପ୍ରଥମ ଥର ପରୀକ୍ଷାରେ ସ୍ଥାନ ପାଇଛନ୍ତି।ସେ ସଫଳତାର ସମସ୍ତ ଶ୍ରେୟ ଶିକ୍ଷକ, ଶିକ୍ଷୟିତ୍ରୀ, ପିତା -ମାତା, ବଡ଼ ବାପା -ମା, ସାନ ବାପା -ମା ତଥା ଭାଈ ଭଉଣୀଙ୍କୁ ଦେଇଛନ୍ତି। ଜୟଜିତଙ୍କର ଜେଜେମା ମଳୟ ମଞ୍ଜରୀ ସାହୁ ଆକାଶବାଣୀ କଟକ କେନ୍ଦ୍ରର ପୂର୍ବତନ ଓଡିଶୀ କଣ୍ଠ ଶିଳ୍ପୀ ତଥା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଓ ଜେଜେବାପା ଦେବକୁମାର ଧଳ ଅବସରପ୍ରାପ୍ତ (ବିଏସଏନଏଲ )କର୍ମଚାରୀ ଥାଇ ନାତିର ଶୁଭକାମନା କରିଛନ୍ତି।ବିଦ୍ୟାର୍ଜନ ପାଇଁ ମନରେ ସଂକଳ୍ପ, ବାପା -ମା ଙ୍କର ଅକ୍ଲାନ୍ତ ପରିଶ୍ରମ,ଏସବିଡି ଇଂଟର ନେସନାଲ ସ୍କୁଲ, ଭଦ୍ରକ ଓ ଯାଜପୁର ଜିଲ୍ଲାସ୍ଥ ପ୍ରୟାସ ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କର ଶିକ୍ଷାଦାନ ଓ ଆଶୀର୍ବାଦ ଲାଭ କରି ସଫଳତା ପାଇଛନ୍ତି ଓ ସେ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ଲୋକଙ୍କର ସେବା କରିବେ ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.