Home ଜିଲ୍ଲା ପରିକ୍ରମା ତିହିଡ଼ି ଯୁବମଂଚ ପକ୍ଷରୁ ଦୁଇ ଦିନିଆ ରଜ ମହୋତ୍ସବ ଉଦ୍‌ଯାପିତ

ତିହିଡ଼ି ଯୁବମଂଚ ପକ୍ଷରୁ ଦୁଇ ଦିନିଆ ରଜ ମହୋତ୍ସବ ଉଦ୍‌ଯାପିତ

6

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରଜ ମେଘ ଓ ମାଟିର ମିଳନପର୍ବ ମନରେ ନୂଆ ଉତ୍ସାହ, ଉନ୍ମାଦନା ଓ ଶକ୍ତିଜାଗ୍ରତର ଏକ ଅନୁପମ ଅବସର। ଅଗ୍ରଣୀ ସାମାଜିକ ସଂଗଠନ ତିହିଡ଼ି ଯୁବମଂଚ ପକ୍ଷରୁ ତିହିଡ଼ି ଟାଉନ ହଲ ପରିସରରେ ଅନୁଷ୍ଠିତ ହେଉଥିବା ଦୁଇଦିନିଆ ଦଶମ ବାର୍ଷିକ ଦୁଇ ଦିନିଆ ‘ରଜ ମହୋତ୍ସବ’ ଉଦ୍‌ଯାପିତ ହୋଇଯାଇଛି। ପ୍ରଥମ ଅଧିବେସନରେ ସମାଜସେବଙ୍କୁ ନେଇ ଏକ ଆଲୋଚନା ଚକ୍ର ଶୀର୍ଷକ “ସେବା, ସମସ୍ୟା, ଆଳାପ’ ପର୍ଯ୍ୟାୟ କ୍ରମେ ଦୁଇଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ସଂଚାଳକ ଭାବେ ସଂଗଠନର ସମ୍ପାଦକ ନିରଞ୍ଜନ ବାରିକ ଓ କବି ବିପ୍ଳବ ରଞ୍ଜନ ପତି ମଂଚ ସଂଚାଳନ କରିଥିବା ବେଳେ ସଦସ୍ୟ ସୁବ୍ରତ ମିଶ୍ର ମଂଚ ଆହ୍ୱାନ କରିଥିଲେ। ସମାଜସ୍ୱେୀମାନଙ୍କ ମଧ୍ୟ୍ୟରେ ବିସ୍ମୟ ବିହାରୀ ସାହୁ, ଧୀରେନ୍ଦ୍ର ସାହୁ ରାଜୀବ କୁମାର ନାୟକ, ଧ୍ରୁବ ଚରଣ ପାଣିଗ୍ରାହୀ, ଜ୍ୟୋତିର୍ମୟ ପାଣ୍ଡବ, ଖଗେଶ୍ୱର ତ୍ରିପାଠୀ, କାହ୍ନୁ ଚରଣ ଶତପଥୀ, ରଞ୍ଜୁଲତା ଗାହାଣ, ସୁଶାନ୍ତ ସାହୁ, ସତ୍ୟ ନାରାୟଣ ସାବତ, ଉମାକାନ୍ତ ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ କ୍ଷ ସ୍ୱେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇ ଉତ୍ସାହିତ କରାଯାଇଥିଲା। ଦ୍ୱିତୀୟ ଅଧିବେଶନରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ବରିଷ୍ଠ ବର୍ଗରେ ସରୋଜିନୀ ପାଣିଗ୍ରାହୀ ପ୍ରଥମ, ସାଇ ସୁକନ୍ୟା ମହାନ୍ତି ଦ୍ୱିତୀୟ, ପ୍ରଜ୍ଞା ପାରମିତା ପଲାଇ ଏବଂ ସତ୍ୟବ୍ରତ ପଳାଇ ତୃତୀୟ ହୋଇଥିବାବେଳେ କନିଷ୍ଠ ବର୍ଗରେ ପ୍ରାଚୀ ପ୍ରୟାସୀ ନାୟକ ପ୍ରଥମ, ସୌମ୍ୟାରାଣୀ ନାୟକ, ତ୍ରିସା କୁଣ୍ଡ ଦ୍ୱିତୀୟ, ସଂପୂର୍ଣ୍ଣା ନାୟକ, ଶୁଭଶ୍ରୀ ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଅତିଥିମାନଙ୍କ ଦ୍ୱାରା କୃତୀ ପ୍ରତିଯୋଗୀଙ୍କୁ ପ୍ରେରଣା ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ସଭାପତି କୈଳାସ ବେହେରା ସଭା ସଂଚାଳନ କରିଥିଲେ, ସମ୍ପାଦକ ନିରଞ୍ଜନ ବାରିକ ବିବରଣୀ ପ୍ରଦାନ କରିଥିଲେ। ବିଚାରିକା ଭାବେ ବିଶିଷ୍ଟ ନୃତ୍ୟ ପ୍ରଶିକ୍ଷିକା ପ୍ରଗତିକା ଦାସ, ବିଚାରକ ଶ୍ରୀକାନ୍ତ ସମଲ ଉପସ୍ଥାପିକା ବନ୍ଦେ ବିଶ୍ୱେଶ୍ୱରୀ ଦାସ, ସଂଯୋଜକ ନୀଳମାଧବ ସେନାପତି ପ୍ରମୁଖ କୃତି ପ୍ରତିଯୋଗୀଙ୍କୁ ପ୍ରେରଣା ପତ୍ର ଟ୍ରଫି ପ୍ରଦାନ ପୂର୍ବକ ଉତ୍ସାହିତ କରିଥିଲେ। ସଂଗଠନ ପକ୍ଷରୁ ରେଣୁବାଳା ନାଥ, ଦିଲ୍ଲୀପ ପତି ଜିତେନ୍ଦ୍ର ନାୟକ, ସୟଦ ରଫିକ, ସୌମ୍ୟଗୋପାଳ ନାୟକ, ଅଜିତ ଜେନା, ଅଲେଖ ବଳ, ନିଳାମ୍ବର ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.