Home ଜିଲ୍ଲା ପରିକ୍ରମା ଭଦ୍ରକରେ ବିଶ୍ୱ କର୍ଦ୍ଦମ ଦିବସ ପାଳିତ

ଭଦ୍ରକରେ ବିଶ୍ୱ କର୍ଦ୍ଦମ ଦିବସ ପାଳିତ

11

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଧାକାନ୍ତ ତ୍ରିପାଠୀ ସ୍ମୃତି କମିଟି ଆନୁକୂଲ୍ୟରେ ସାହାପୁର ସାଳନ୍ଦୀ ନଦୀ କୂଳରେ ବିଶ୍ୱ କର୍ଦ୍ଦମ ଦିବସ ପାଳିତ ହୋଇଯାଇଛି । ପଂଚ ଭୂତରେ ଗଢ଼ା ଶରୀର ନିମନ୍ତେ ମାଟି, ପାଣି, ପବନର ବେଶ ଗୁରୁତ୍ୱ ରହିଛି । ଜୀବ ଜଗତର ଦୈନିକ ଆବଶ୍ୟକତାର ଏକ ମୁଖ୍ୟ ଅଂଶ ମାଟି । ଏହାର ଗୁରୁତ୍ୱ ଉପଲବ୍‌ଧି କରି ସର୍ବୋଚ୍ଚ ନ୍ୟାୟାଳୟର ଅଧିବକ୍ତା,ପରିବେଶବିତ୍ ସ୍ୱର୍ଗତ ରାଧାକାନ୍ତ ତ୍ରିପାଠୀ ଆଜିର ଦିନ ଜୁନ୍ ୧୬ ତାରିଖକୁ ବିଶ୍ୱ କର୍ଦ୍ଦମ ଦିବସ ଭାବରେ ପାଳନ କରି ଆସୁଥିଲେ । ଚଳିତ ବର୍ଷ ତାଙ୍କ ଅବର୍ତମାନରେ ଭଦ୍ରକର ପ୍ରକୃତିପ୍ରେମୀମାନେ ଏହାକୁ ସାହାପୁର ହନୁମାନ ମନ୍ଦିର ପାଖ ସାଳନ୍ଦୀ ନଦୀ କୂଳରେ ପାଳନ କରିଛନ୍ତି । ପ୍ରଥମେ ସ୍ୱର୍ଗତ ତ୍ରିପାଠୀଙ୍କର ଅମର ଆତ୍ମାର ସଦ୍‌ଗତି ଉଦ୍ଦ୍ୟେଶରେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ତତ୍ପରେ ଦେହରେ କାଦୁଅ ବୋଳି ହୋଇ ସମଗ୍ର ଜୀବଜଗତ ପାଇଁ ଆଦ୍ର ମାଟିର ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ବ୍ୟକ୍ତିମାନେ ଆଲୋଚନା କରିଯାଇଥିଲା । ଏହାର ପ୍ରଦୂଷଣ ରୋକିବା ପାଇଁ ଉକ୍ତ ଦିବସ ପାଳନ ଅବସରରେ ସମାଜସେବୀ ଜଗନ୍ନାଥ କରଙ୍କ ଆବାହତ୍ୱରେ ନିରଞ୍ଜନ ସଠେୀ, ମନୋଜ ପଣ୍ଡା, ସରୋଜ ପାଣିଗ୍ରାହୀ, ରବି ସିଂ, କାଳନ୍ଦୀ ମଲିକ୍‌, ସତ୍ୟରଞ୍ଜନ ସେଠୀ, ସାଇରଞ୍ଜନ ସେଠୀ, ଅଚ୍ୟୁତାନନ୍ଦ କର, ଦେବବ୍ରତ କର, ଉପାସନା ପାଣିଗ୍ରହୀ, ପ୍ରକାଶ କୁମାର, ମାନସ, ମଳୟ, ସୁନନ୍ଦ ଉପସ୍ଥିତ ରହି ଆଜି ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ମାଟିର ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.