Home ଜିଲ୍ଲା ପରିକ୍ରମା ଭଦ୍ରକ ହାଇସ୍କୁଲ ପୁରାତନ ଛାତ୍ର ସଙ୍ଗଠନ ୭୪ ଡ଼୍ରିମ୍ସର ସପ୍ତଦଶ ବାର୍ଷିକ ଉତ୍ସବ

ଭଦ୍ରକ ହାଇସ୍କୁଲ ପୁରାତନ ଛାତ୍ର ସଙ୍ଗଠନ ୭୪ ଡ଼୍ରିମ୍ସର ସପ୍ତଦଶ ବାର୍ଷିକ ଉତ୍ସବ

8

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରଜ ଉତ୍ସବ ଅବସର ରେ ଭଦ୍ରକ ହାଇସ୍କୁଲର ପୁରାତନ ଛାତ୍ର ସଙ୍ଗଠନ ୭୪ ଡ଼୍ରିମ୍ସ ତାର ସପ୍ତଦଶ ବାର୍ଷିକ ଉତ୍ସବ ପାଳନ କରିଅଛି । ହାଇସ୍କୁଲ ସଭାଗୃହରେ ପୂର୍ବତନ ମନ୍ତ୍ରୀ ତଥା ସଙ୍ଗଠନର ସଭାପତି ମନମୋହନ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ଭଦ୍ରକ ହାଇସ୍କୁଲର ୧୯୬୨ ମସିହା ମାଟ୍ରିକ ବ୍ୟାଚର ଛାତ୍ର ତଥା ସୁନାମଧନ୍ୟ ଡ଼ାକ୍ତର, ସାହିତ୍ୟକ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ଦାସ ଯୋଗ ଦେଇଥିବା ବେଳେ ଭଦ୍ରକ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମିଲି ପରିଡ଼ା ଅନ୍ୟତମ ଅତିଥି ଭାବରେ ଯେଗ ଦେଇଥିଲେ । ମୁଖ୍ୟଅତିଥି ନିଜର ପୁରୁଣା ଅନୁଭୂତି ତଥା ୭୪ ଡ଼୍ରିମ୍ସର ହାଇସ୍କୁଲର ଉନ୍ନତି ମୂଳକ କାର୍ଯ୍ୟରେ ଯୋଗଦାନକୁ ପ୍ରଶଂସା କରିଥିଲେ। ଉତ୍ସବର ଆରମ୍ଭରେ ପରିସରରେ ଥିôବା ଗାନ୍ଧିଜୀ, ସୁବାଷ ଚନ୍ଦ୍ର ବୋଷ ଏବଂ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗୋକୁଳାନନ୍ଦ ନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ମୁଖ୍ୟଅତିଥି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଦିବସବ୍ୟାପି ଉତ୍ସବରେ ନିମନ୍ତ୍ରୀତ ଅତିଥି ଭାବରେ ଡ଼ାକ୍ତର ପ୍ରଭାସ ମହାନ୍ତି, ଶିକ୍ଷକ ସତ୍ୟ ନାରାୟଣ ମଲ୍ଲିକ, ଶିକ୍ଷୟତ୍ରୀ ସୁସମା ବେହେରା ଓ ସ୍ୱର୍ଣ୍ଣପ୍ରଭା ପ୍ରଧାନଙ୍କ ସମେତ ପୁରତାନ ଛାତ୍ର ସଙ୍ଗଠନର ସଦସ୍ୟ ସୁଦର୍ଶନ ପଣ୍ଡା, ବିଜୟ ମହାନ୍ତି, ଜୟନାରାୟଣ ମହାନ୍ତି, ସୁଶାନ୍ତ ନାୟକ, ତଥା ଇନ୍ଦ୍ରମଣି ପଣ୍ଡା ପ୍ରମୁଖ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ସଂଙ୍ଗଠନର ସଂଯୋଜକ ସୌରେଶ ଚନ୍ଦ୍ର ମହାନ୍ତି ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ସମାଜସେବୀ କିଶୋର ଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଅଧିବକ୍ତା ସରୋଜ ତପନ ଦାସ ମାନପତ୍ର ପାଠ କରିଥିଲେ । ଜିଲ୍ଲା ସ୍ତରୀୟ ଚିତ୍ରକଳା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୂରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଚିତ୍ରଶିଳ୍ପୀ ବିଭୂତି ସାହୁ ସହଯୋଗ କରିଥିଲେ। ଦିବସବ୍ୟାପି ଉତ୍ସବରେ ବହୁ ସଦସ୍ୟ ଓ ମାନ୍ୟଗଣ୍ୟ ବ୍ୟକ୍ତି ତଥା ସଙ୍ଗଠନର ସଦସ୍ୟ ବିନଦା ପ୍ରସନ୍ନ ଦାସ, କଳ୍ପତରୁ ସାହୁ, ଶଙ୍କର୍ଷଣ ମହାନ୍ତି, ଗଜେନ୍ଦ୍ର ପଣ୍ଡା, ରାଜକିଶୋର ପଣ୍ଡା, ବାଦଲ ବଳ, ବିନୟ ଭୂଷଣ ନାୟକ, ସୁଶାନ୍ତ ଜେନା, କାର୍ତିକ ମହାପାତ୍ର, ଚିତରଂଜନ ମହାନ୍ତି, କେ ହରିହର ରାଓ, ପ୍ରଦୀପ ମିଶ୍ର, ଗୋଲାମ ମୁସ୍ତୁଫା, ପ୍ରମୋଦ ପଣ୍ଡା, ଅଶ୍ୱିନୀ ଦାସ, ପ୍ରମୁଖ ଯୋଗ ଦେଇ ଉତ୍ସବଟିକୁ ସଫଳ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.