Home ଜିଲ୍ଲା ପରିକ୍ରମା ଝାଡାବାନ୍ତି ଆକ୍ରାନ୍ତ ଅଂଚଳରେ ବିଧାୟକ, ମୃତକଙ୍କ ପରିବାରକୁ ଭେଟିଲେ

ଝାଡାବାନ୍ତି ଆକ୍ରାନ୍ତ ଅଂଚଳରେ ବିଧାୟକ, ମୃତକଙ୍କ ପରିବାରକୁ ଭେଟିଲେ

16

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ମାଳଦା ଓ ଷୋଳମପୁର ଗ୍ରାମପଂଚାୟତ ଅଧିନ କେତେକ ଗାଁରେ ଦୁଇ ତିନି ଦିନ ହେବ ଝାଡ଼ାବାନ୍ତି ବ୍ୟାପୁଥିବା ଜଣାପଡିଛି। କେତେକ ଆକ୍ରାନ୍ତ ମେଡିକାଲରୁ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ଆହୁରି କେତେକ ଏବେବି ଚିକିତ୍ସାଧୀନ ଅଛନ୍ତି। ଏସଂପର୍କରେ ଖବର ପାଇବା ପରେ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ପ୍ରଥମେ ଯାଜପୁର ମେଡିକାଲ ଓ ପରେ ଆକ୍ରାନ୍ତ ଗାଁକୁ ଯାଇ ରୋଗୀମାନଙ୍କୁ ଭେଟିବା ସହିତ ଉନ୍ନତ ମାନର ଚିକିତ୍ସା ଯୋଗାଇ ଦେବା ଉପରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମାନଙ୍କ ସହିତ ବିଭିନ୍ନ ଆଲୋଚନା କରିଛନ୍ତି। ବିଧାୟକ ପ୍ରଥମେ ଦାଣ୍ଡକୂଳ,ମଣୀନାଥପୁର ଓ ମୁଢାପଦା ଠାରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ଜଳହରି କବି ସାହି ଠାରେ ପହଂଚି ଝାଡ଼ାବାନ୍ତିରେ ମୃତ୍ୟୁବରଣ କରିଥିବା ଗୋଲଖ କବିଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ଉପସ୍ଥିତ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର କମଳାକାନ୍ତ ସ୍ୱାଇଁ ଙ୍କ ସହିତ ଝାଡ଼ାବାନ୍ତି ବ୍ୟାପୁଥିବା ଗ୍ରାମରେ କେଉଁ ଭଳି ନିରାକରଣ ବ୍ୟବସ୍ଥା ଗ୍ରହଣ କରାଯାଇଛି ସେନେଇ ବିଧାୟକ ବିସ୍ତୃତ ଆଲୋଚନା କରିଥିଲେ। ଏହାଛଡା ଆକ୍ରାନ୍ତ ଅଂଚଳରେ ସମସ୍ତ ପ୍ରକାରର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ। ପରିଦର୍ଶନ ସମୟରେ ଜିଲ୍ଲା ପରିଷଦ ସଭ୍ୟ ଉତ୍କଳ କେଶରୀ ମହାନ୍ତି, ଲକ୍ଷ୍ମୀଧର ସାହୁ, ସରପଂଚ ପରମାନନ୍ଦ ନାୟକ, ମିନତୀ ପରିଡା, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପୃଥିରାଜ ପୋଥାଳ,ସୁପର ଭାଇଜର ନବଘନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହାଛଡା ଯୁବ ନେତା ମୁକୁନ୍ଦ ଚରଣ ମଲ୍ଲିକ, ମୋହନ କୁମାର ରାୟ, ପ୍ରତ୍ୟୁଷ କୁମାର ସାମଲ, ସୁରଥ ଦାସ, ଭାଗିରଥି ପରିଡା, ବିଦ୍ୟାଧର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.