Home ଜିଲ୍ଲା ପରିକ୍ରମା ଦ ବେଲ୍ ଓମେନସ୍ କ୍ଲବର ନିଆରା ପ୍ରୟାସ : ରଜ ଉତ୍ସବରେ ବସ୍ତି ଅଞ୍ଚଳ କିଶୋରୀ...

ଦ ବେଲ୍ ଓମେନସ୍ କ୍ଲବର ନିଆରା ପ୍ରୟାସ : ରଜ ଉତ୍ସବରେ ବସ୍ତି ଅଞ୍ଚଳ କିଶୋରୀ ଓ ମହିଳାମାନଙ୍କୁ ବାଣ୍ଟିଲେ ସାନି ଟ୍ୟାରି ପ୍ୟାଡ୍

45

ପୁରୀ ୧୪/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସ୍ବେଛାସେବୀ ସଂଗଠନ ଦ ବେଲ୍ ଓମେନ୍ସ୍ କ୍ଲବ୍ ତରୁଫରୁ ନିଆରା ଢଙ୍ଗରେ ପାଳିତ ହୋଇଛି ରଜ ଉତ୍ସବ ‘ ଝୁମର ‘।ପହିଲି ରଜରେ ପୁରୀ ବଳିଆ ପଣ୍ଡା ବସ୍ତି ଅଞ୍ଚଳରେ ଥିବା ୫୦୦ ରୁ ଉର୍ଦ୍ଧ୍ବ କିଶୋରୀମାନଙ୍କୁ ପିଠା ପାନ ଇତ୍ୟାଦି ସହିତ ସାନିଟାରୀ ପ୍ୟାଡ୍ ବଣ୍ଟା ଯାଇଥିଲା। ରଜସ୍ୱଳା ହେବା ସମୟରେ ମହିଳାମାନେ କଷ୍ଟ ଅନୁଭବ କରିଥାନ୍ତି ଏବଂ ଏହି ସମୟରେ ପରିବାର ଲୋକମାନେ ସେମାନଙ୍କ ପ୍ରତି ସମ୍ବେଦନ ଶିଳ ହେବା ଆବଶ୍ୟକ। ଏହି କଥାକୁ ଲକ୍ଷ କରି ପୂର୍ବ ସମୟରୁ ରଜ ଭଳି ଏକ ପର୍ବର ବ୍ୟବସ୍ଥା ଆମ ପୂର୍ବପୁରୁଷମାନେ କରିଥିଲେ ଏବଂ ପରେ ଏହାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ତାକୁ ଧର୍ମୀୟ ସାଂସ୍କୃତିକ ଭାବଧାରା ସହିତ ଯୋଡି ଦିଆ ଗଲା।କିନ୍ତୁ ବର୍ତ୍ତମାନ ସମୟରେ ଆମେ ଏହି ପର୍ବର ମୂଳଲକ୍ଷଠାରୁ ଦୂରେଇ ଯାଇ କେବଳ ରଜକୁ ମଉଜ ମଧ୍ୟରେ ସୀମିତ ରଖିଛୁ।ଏହା ଛଡ଼ା ମେନ୍ସୁରେସନ ସମୟ କୁ ନେଇ ଅନେକ ଭ୍ରାନ୍ତ ଧାରଣା, କୁସଂସ୍କାର ଏବେ ମଧ୍ୟ ରହିଛି ତେଣୁ ଲୋକମାନଙ୍କୁ ଆମ ଅନୁଷ୍ଠାନ ତରଫରୁ ରଜର ମୂଳ ଲକ୍ଷ ପ୍ରତି ସଚେତନ କରିବା ପାଇଁ ଅନୁଷ୍ଠାନ ତରଫରୁ ଏଭଳି ଏକ ଅଭିନବ ପ୍ରୟାସ କରିଛୁ ବୋଲି ଦି ବେଲ୍ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ଏହି ଅବସରରେ କହିଛନ୍ତି।ଏହି ସଚେତନା କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ପାଇଁ କିଶୋରୀ ଓ ମହିଳା ମାନଙ୍କ ମଧ୍ୟରେ ପୁଚି, ରଙ୍ଗୋଲି, ଦୌଡ଼ ଡିଆଁ, ମ୍ୟୁଉଜିକ ଚେୟାର ଭଳି ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯିବା ସହିତ କିଶୋରୀ ଓ ମହିଳାମାନଙ୍କୁ ନିଜର ଶାରୀରିକ ସ୍ୱଚ୍ଛତା କିପରି ରଖିବେ ସେ ସମ୍ପର୍କରେ ବାର୍ତ୍ତା ଦିଆ ଯାଇଥିଲା। ଆଗାମୀ ସମୟରେ ଅନୁଷ୍ଠାନ ତରଫରୁ ପାଞ୍ଚ ହଜାର ସାନି ଟାରୀ ପ୍ୟାଡ ବିଭିନ୍ନ ବସ୍ତି ଅଞ୍ଚଳରେ କିଶୋରୀମାନଙ୍କୁ ବଣ୍ଟା ଯିବାର ଲକ୍ଷ୍ୟ ରଖା ଯାଇଚି ବୋଲି ବେଲ୍ ଓମେନ୍ସ୍ କ୍ଲବ ସମ୍ପାଦିକା ରାଜଲକ୍ଷ୍ମୀ ଦାସ ଏହି ଅବସରରେ କହିଛନ୍ତି।କାର୍ଯ୍ୟ କ୍ରମକୁ ଦ ବେଲ୍ ଅନୁଷ୍ଠାନର ଓମେନ୍ସ କ୍ଲବ୍ ଓ ୟୁଥ୍ କ୍ଲବ ସଦସ୍ୟ ସଦସ୍ୟାମାନେ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.