Home ଜିଲ୍ଲା ପରିକ୍ରମା ଜିଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ, ୩ କୋଟି ୪୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ

ଜିଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ, ୩ କୋଟି ୪୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ

25

ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ସହୀଦ ସ୍ମୃତି ଭବନ ଠାରେ ଜିଲା ପ୍ରଶାସନ ଏବଂ ଜିଲା ଶ୍ରମ କାର୍ଯ୍ୟାଳୟ, ଭଦ୍ରକ ପକ୍ଷରୁ ‘ଜିଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ’ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ମୁଖ୍ୟଅତିଥି, ଜିଲାପାଳ ଦିଲ୍ଲୀପ ରାଉତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏହି ସମାରୋହକୁ ଉଦ୍‌ଘାଟନ କରିଥିଲେ। ବିଧାୟକ ଶ୍ରୀ ମହାପାତ୍ର ଏହି ଯୋଜନା ନିର୍ମାଣ ଶ୍ରମିକମାନଙ୍କର ରୋଜଗାର, ସୁରକ୍ଷା, ଉନ୍ନତି ଓ ସମ୍ମାନକୁ ସୁନିଶ୍ଚିତ କରୁଥିବାବେଳେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ନିର୍ମାଣ ଶ୍ରମିକଙ୍କ ପାଇଁ ଦୁର୍ଘଟଣା ଜନିତ ମୃତ୍ୟୁକାଳୀନ ସହାୟତା ରାଶିକୁ ୪ ଲକ୍ଷ ଟଙ୍କାରୁ ବଢାଇ ୬ ଲକ୍ଷ ଟଙ୍କା କରିବା ଓ ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ମିଳୁଥିବା ସହାୟତା ରାଶିକୁ ୨ ଲକ୍ଷରୁ ୩ ଲକ୍ଷ ଟଙ୍କା କରିଛନ୍ତି ବୋଲି ସୂଚନା ଦେଇଥିଲେ। ଜିଲାପାଳ ଶ୍ରୀ ରାଉତରାୟ ନିଜ ବକ୍ତବ୍ୟରେ ଶ୍ରମିକମାନଙ୍କ ସହାୟତା ସଂପର୍କରେ ଆଲୋକପାତ କରିଥିଲେ। ଏହି ସମାରୋହରେ ଜିଲାର ୧୯ ଶହ ୪୯ ଜଣ ହିତାଧିକାରୀଙ୍କୁ ମୋଟ ୩ କୋଟି ୪୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହି ସମାରୋହକୁ ଶ୍ରମ ଅଧିକାରୀ ଦିପ୍ତୀରଂଜନ ସାହୁ ସଂଚାଳନା କରି ଜିଲାରେ ୧୪୩୦ ଜଣ ହିତାଧିକାରୀଙ୍କ ପିଲାମାନଙ୍କ ଶିକ୍ଷା କ୍ଷେତ୍ରରେ ୧ କୋଟି ୧୨ ଲକ୍ଷ ୩୬ ହଜାର ୨ ଶହ ଟଙ୍କା, ୧୮ ଜଣ ପ୍ରସୂତି ସହାୟତା ବାବଦ ୧ ଲକ୍ଷ ୮୦ ହଜାର ଟଙ୍କା, ୭୪ ଜଣଙ୍କୁ ବିବାହ ସହାୟତା ୩୬ ଲକ୍ଷ ୭୫ ହଜାର, ୮୪ ଜଣଙ୍କୁ ଶବ ସଂସ୍କାର ନିମନ୍ତେ ୪ ଲକ୍ଷ ୨୦ ହଜାର ଓ ୯୩ ଜଣଙ୍କୁ ମୃତ୍ୟୁକାଳୀନ ସହାୟତା ୧ କୋଟି ୮୫ ଲକ୍ଷ ଟଙ୍କା ହିସାବରେ ୩ କୋଟି ୪୦ ଲକ୍ଷ ୧୧ ହଜାର ୨ ଶହ ଟଙ୍କା ପ୍ରଦାନ କରାଯାଇଥିବାର ସୂଚନା ଦେଇଥିଳେ। ଏବଂ ଏଥିସହ ୨୫୦ ଜଣ ନିର୍ମାଣ ଶ୍ରମିକଙ୍କୁ ପଂଜିକରଣ ପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଶ୍ରମ ଅଧିକାରୀ ଶ୍ରୀ ସାହୁ ବିଧାୟକ ଓ ଜିଲାପାଳଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସ୍ୱାଗତ କରିଥିଲେ। ପ୍ରଭାଗୀୟ ଶ୍ରମ ଆୟୁକ୍ତ ସଚ୍ଚିଦାନନ୍ଦ ଜେନା ସଂଚାଳନା କରିଥିବାବେଳେ ସହକାରୀ ଶ୍ରମ ଅଧିକାରୀ ପ୍ରତ୍ୟୁଷ ବେହେରା ସହଯୋଗ କରିଥିଲେ। ଏବଂ ଶେଷରେ ଶ୍ରମ ଅଧିକାରୀ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.