Home ଜିଲ୍ଲା ପରିକ୍ରମା ଚାନ୍ଦବାଲିର ବିଜେଡ଼ି ଜିଲ୍ଲା ପରିଷଦ ସଭ୍ୟଙ୍କ ଭିଡ଼ିଓ ଭାଇରାଲ, ପ୍ରତିବାଦରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଚାନ୍ଦବାଲିର ବିଜେଡ଼ି ଜିଲ୍ଲା ପରିଷଦ ସଭ୍ୟଙ୍କ ଭିଡ଼ିଓ ଭାଇରାଲ, ପ୍ରତିବାଦରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

32

ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜେଡି ଜିଲାପରିଷଦ ସଦସ୍ୟ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ପ୍ରତିନିଧି ରଞ୍ଜନ ସାହୁଙ୍କ ଅଶୀଳ ନୃତ୍ୟ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ଘଟଣାରେ ଚାନ୍ଦବାଲି ଅରଣ୍ୟ ନିବାସ ଠାରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସୂଚନା ମୁତାବକ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଦୁଇ ନମ୍ବର ଜୋନ ବିଜେଡି ଜିଲା ପରିଷଦ ସଭ୍ୟ ତଥା ଚାନ୍ଦବାଲି ବିଧାୟକ ଡ଼. ବ୍ୟୋମକେଶ ରାୟଙ୍କ ପ୍ରତିନିଧି ରଞ୍ଜନ କୁମାର ସାହୁଙ୍କ ଏକ ଆଶୀଳ ନୃତ୍ୟ ଭିଡିଓ ଏବେ ସୋସିଆଲ ମିଡିଓ ରେ ଭାଇରାଲ ହେବାରେ ଲାଗିଛି।ଭିଡ଼ିଓ କେବେ ଉତୋଳନ ହୋଇଛି ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଶ୍ରୀ ସାହୁଙ୍କ ଚାନ୍ଦବାଲିସ୍ଥିତ ବାସଭବନ ରେ ଚାନ୍ଦବାଲିର ଜଣେ ଅକେଷ୍ଟ୍ର। ମାଲିକଙ୍କ ସ୍ତ୍ରୀଙ୍କ ସହ ମନୋ ରଞ୍ଜନ କରୁଥିବା ଭିଡ଼ିଓ ଭାଇରାଲ ହେଉଛି। ତେବେ ଏହି ଭିଡ଼ିଓକୁ ନେଇ ବିଭିନ୍ନ ମହଲ ସମାଲୋଚନା ଆରମ୍ଭ ହୋଇଛି।ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ବିଜେପି ନେତା ମାନେ ସ୍ଥାନୀୟ ବିଧାୟକ ଓ ବିଜେଡି ବିରୁଦ୍ଧରେ ବର୍ଷିଥିଲେ। ଯୁବ ନେତା ସୁଶାନ୍ତ ମହାନ୍ତି ଓ ଚନ୍ଦନ ବଳ କହିଥିଲେ ଯଦି ବିଜେଡିର ସାହସ ଅଛି ୨୪ ଘଂଟା ଭିତରେ ସେ ରଞ୍ଜନ ସାହୁଙ୍କୁ ଦଳରୁ ନିଲମ୍ବନ କରିବା ସହ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏହା ଦ୍ୱାରା ଚାନ୍ଦବାଲିର ଛବି ସାରା ରାଜ୍ୟରେ ମଳିନ ହୋଇଛି। ଏବଂ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ନିବେଦନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀ ପାରିଷଦ ଚନ୍ଦନ ରାଉତ, ଶୀତ ମହାଳିକ,ଅଭୟ ବଳ,ସୁଶାନ୍ତ ମହାନ୍ତି, ଚନ୍ଦନ ବଳ, ଅର୍ଜିତ ପଣ୍ଡା, ଅନୁପ ଜେନା, ବିଜୟ କୁମାର ବେହେରା,ଉଦୟ କେତନ ବିଶ୍ୱାଳ,ବିଜୟକୁମାର ପାଢ଼ୀ,କିଶ୍ୱର ଦାସ, ନାରୀ ନେତ୍ରୀ ଅଞ୍ଜନା ମହଲା, ସସ୍ମିତା ଦାସ, ସମିନା ପରବିନ ପ୍ରମୁଖ ଉପସ୍ଥିତ ରହି ବିଜେଡି ବିରୁଦ୍ଧରେ ବର୍ଷିଥିଲେ। ଅନ୍ୟ ପଟେ ରଞ୍ଜନ ସାହୁଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ଫୋନ ବନ୍ଦ ଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇ ପାରି ନଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.