Home ଜିଲ୍ଲା ପରିକ୍ରମା ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ ଧଳଙ୍କ ପରଲୋକରେ ଶୋକ

ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ ଧଳଙ୍କ ପରଲୋକରେ ଶୋକ

12

ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ବରିଷ୍ଠ ସାମ୍ବାଦିକ ଶୁଭେନ୍ଦୁ କୁମାର ଧଳଙ୍କର ୫୭ ବର୍ଷ ବୟସରେ ଗତକାଲି ରାତି ପ୍ରାୟ ୩.୨୦ ମିନିଟ୍ ସମୟରେ ହୃଦଘାତ ଜନିତ ମୃତ୍ୟୁ ଘଟିଛି। ଏଠାରେ ସୂଚନାଯୋଗ୍ୟ ଏହି ଜିଲାର ବନ୍ତ ବ୍ଲକ୍ ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନସ୍ଥ ଅଣ୍ଢିଆ ଗ୍ରାମନିବାସୀ ଅବସରପ୍ରାପ୍ତ କୃଷି ଅଧିକାରୀ ସ୍ୱର୍ଗତଃ ସୀତାରାମ ଧଳଙ୍କର ଜ୍ୟେଷ୍ଠ ପୁତ୍ର ସ୍ୱର୍ଗତଃ ଧଳ ନିଜର ସାମ୍ବାଦିକ ଜୀବନ ଅନୁପମ ଭାରତ, ନକ୍ଷତ୍ରଜ୍ୟୋତି ଓ ହିନ୍ଦୁସ୍ଥାନ ସମାଚାରର ଭଦ୍ରକ ଜିଲା ପ୍ରତିନିଧି ଭାବେ ଆରମ୍ଭ କରି ଏବେ ଓଡ଼ିଶାର ଏକମାତ୍ର ଉର୍ଦ୍ଧ୍ୱୁ ଦୈନିକ ଖବରକାଗଜ ଆଖବରନାମାର ବନ୍ତ ବ୍ଲକ୍ ପ୍ରତିନିଧି ଭାବେ କାର୍ଯ୍ୟ କରିଆସୁଥିଲେ। ଏଥିସହ ସେ ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ’ ର ଆଜୀବନ ସଦସ୍ୟ ତଥା କୋଷାଧ୍ୟକ୍ଷ ଥିଲେ। ଗତ କିଛିଦିନ ତଳେ ତାଙ୍କର ଦୁଇଟି ଯାକ କିଡନ୍‌ୀ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଫଳରେ ସେ ପ୍ରଥମେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ସମ୍ ଓ ଆପୋଲୋ ହସ୍‌ପିଟାଲର ଆଇସିୟୁରେ ଚିକିତ୍ସିତ ହୋଇ ଘରକୁ ସାମାନ୍ୟ ସୁସ୍ଥ ହୋଇ ଫେରିବା ପରେ ହଠାତ୍ ଗତକାଲି ରାତିରେ ହୃଦଘାତ ଜନିତ ମୃତ୍ୟୁ ଘଟିଛି। ନିଜର ଦୀର୍ଘ ୨୦ ବର୍ଷର ସାମ୍ବାଦିକ ଜୀବନ ମଧ୍ୟରେ ସେ ନିଜ ଅଂଚଳ ସହ ଜିଲାର ବହୁ ସାମାଜିକ କାର୍ଯ୍ୟ କରି ବେଶ୍ ଲୋକାଦୃତ ହୋଇପାରିଥିଲେ। ତାଙ୍କର ମୃତ୍ୟୁ ଖବର ପାଇ ଜିଲାର ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ପ୍ରତି ଶ୍ରଦ୍ଧାଶୁମନ ଅର୍ପଣ ପୂର୍ବକ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ। ସ୍ୱର୍ଗତଃ ଧଳଙ୍କ ମୃତ୍ୟୁରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ବନ୍ତ ବିଜେପି ବରିଷ୍ଠ ନେତା ସୁଧାଂଶୁ ନାୟକ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରମେଶ ନାୟକ, ରାଜ୍ୟ ସାମ୍ବାଦିକ ସଂଘର ସଭାପତି କୈଳାସ ଚନ୍ଦ୍ର ନାୟକ, ବାସୁଦେବ ତ୍ରିପାଠୀ, ଭଦ୍ରକ ଜିଲା ସଭାପତି ପ୍ରତାପ ଦାସ, ବରିଷ୍ଠ ସାମ୍ବାଦିକ ନିହାର ଦାସ, ସଂପାଦକ ତପନ ମିଶ୍ର, ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର, ଭଦ୍ରକ ଜିଲା ସଭାପତି ରବିନାରାୟଣ ଖିଲାର, ସାମ୍ବାଦିକ ନରେନ୍ଦ୍ର ସାମଲ, ରାଜେନ୍ଦ୍ର ଜେନା, ଶିବାନନ୍ଦ ଦାସ, ତପନ ସ୍ୱାଇଁ, ସମ୍ବିତ ନାୟକ, ଉମାକଲ୍ୟାଣ ମହାପାତ୍ର, ଚାରୁଦତ ନାୟକ, ଜ୍ଞାନପ୍ରକାଶ ପାଣି, ଅବିନାଶ ପଣ୍ଡା, ଗୌରହରି ନାୟକ, ଶଶିଭୂଷଣ ସ୍ୱାମୀ, ସଂଜୀବ ନାୟକ,, ପ୍ରଦୀପ ମହାପାତ୍ର, ପ୍ରକାଶ ମହାପାତ୍ର, ଦୁର୍ଗାଚରଣ ସାମଲ, ତପନ ସାହୁ, ଅମ୍ଳାନ ପଣ୍ଡା, ଶିକ୍ଷାବିତ୍ ଧର୍ମେନ୍ଦ୍ର ନାରାୟଣ ଜେନା, ସଂଗ୍ରାମ କେଶରୀ ଦାସ ଓ ବହୁ ସାମ୍ବାଦିକ ଶୋକବ୍ୟକ୍ତ କରିଛନ୍ତି। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଏକମାତ୍ର ପୁତ୍ର ସୁଜିତ୍ କୁମାର ଧଳ, କନ୍ୟା ସୁଶ୍ରୀ ଶ୍ରାବଣୀ ଧଳ ଓ ପତ୍ନୀ ଝରଣା ଧଳଙ୍କ ସମେତ ତାଙ୍କର ଏକମାତ୍ର ଭିଣୋଇ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ସିଗ୍ଧା ରାୟ, ଭାଣିଜୀ ସିପ୍ରା ରାୟ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ତାଙ୍କର ଜନ୍ମମାଟି ଅଣ୍ଢିଆରେ ଶେଷକୃତ୍ୟ ସଂପନ୍ନ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.