Home ଜିଲ୍ଲା ପରିକ୍ରମା ମା’ ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଠୀ ଧାନ ମଣ୍ଡିକୁ ଜିଲାପାଳଙ୍କ ଅଚାନକ ଗସ୍ତ

ମା’ ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଠୀ ଧାନ ମଣ୍ଡିକୁ ଜିଲାପାଳଙ୍କ ଅଚାନକ ଗସ୍ତ

7

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ହରସିଂ ପୁର ପଂଚାୟତର ମା’ ସରସ୍ୱତୀ ସ୍ୱୟଂସହାୟକ ଗୋଷ୍ଠୀ ଧାନ ମଣ୍ଡିକୁ ଜିଲାପାଳ ଦିଲୀପ ରାଉତରାୟ ରବିବାର ଅଚାନକ ଗସ୍ତ କରିଥିବା ଜଣାପଡ଼ିଛି। ମଣ୍ଡିରେ ୨୦୦୦ରୁ ଅଧିକ କୁଇଂଟାଲ ଧାନ ବସ୍ତା ପଡ଼ି ରହିଥିବା ଜିଲାପାଳଙ୍କ ଦୃଷ୍ଟିକୁ ଆସିଥିଲା। ଜିଲାପାଳ ଶ୍ରୀ ରାଉତରାୟ ଧାନ ଉଠାଇବା ପାଇଁ ପିଏନ ଆଗ୍ରୋ ରାଇସ୍ ମିଲ ଓ ସମ୍ବଲପୁରର ମା’ ଦୁର୍ଗା ରାଇସ୍ ମିଲ୍‌କୁ ତୁରନ୍ତ ଗାଡ଼ି ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ ପାଇବା ପରେ ୨ଟି ମିଲର ୨ଟି ଗାଡ଼ି ପହଂଚି ଧାନ ଉଠାଇଥିଲେ। ମା’ ସରସ୍ୱତୀ ସ୍ୱୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ ପାଇଁ ୨୫୬ ଚାଷୀ ପଞ୍ଜୀକୃତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୮୬୯୦ କୁଇଂଟାଲ ଧାନ କିଣିବା ପାଇଁ ଟାର୍ଗେଟ ମିଳିଥିଲା। ତନ୍ମଧ୍ୟରୁ ୬ହଜାର ୮୪୫ କୁଇଂଟାଲ ଧାନ କିଣି ସାରିଥିବା ଜଣାପଡ଼ିଛି। ଜିଲାପାଳଙ୍କ ଗସ୍ତ ବେଳେ ସ୍ୱୟଂ ସହାୟଗ ଗୋଷ୍ଠୀର ସଭାନେତ୍ରୀ ଅନ୍ନପୂର୍ଣ୍ଣା ସାହୁ, ସମ୍ପାଦିକା ଭାରତୀ ଦାସ, ଡିଇଓ ତୃପ୍ତିସ୍ନେହା ସାହୁ, ସରପଂଚ ଅଜୟ ମହାନ୍ତି, ସମିତିସଭ୍ୟ ଧୀରେନ ସାହୁ, ସମାଜସେବୀ ସଂଗ୍ରାମ କେଶରୀ ମହାନ୍ତି ମଣ୍ଡିରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.