Home ଜିଲ୍ଲା ପରିକ୍ରମା ଧାନମଣ୍ଡି ଓ ମେଡିକାଲ ପରେ ସ୍କୁଲ ଉପରେ ଭଦ୍ରକ ଜିଲାପାଳଙ୍କ ଚଢାଉ

ଧାନମଣ୍ଡି ଓ ମେଡିକାଲ ପରେ ସ୍କୁଲ ଉପରେ ଭଦ୍ରକ ଜିଲାପାଳଙ୍କ ଚଢାଉ

15

ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଲୋକପ୍ରିୟ ଜିଲାପାଳ ଦିଲ୍ଲୀପ ରାଉତରାୟଙ୍କୁ ଗତ କିଛିଦିନ ହେବ ପୁରା ଆକ୍ସନ ମୁଡ୍‌ରେ ଦେଖିବାକୁ ମିଳିଛି। ଚାଷୀଙ୍କ ଠାରୁ ଅଭିଯୋଗ ପାଇ ସେ ନିକଟରେ ଧାମନଗରର ଏକ ଧାନମଣ୍ଡି ଉପରେ ଚାଷୀ ବେଶରେ ଚଡାଉ କରିଥିଲେ। ସେହିପରି ରୋଗୀଙ୍କ ଠାରୁ ଅଭିଯୋଗ ପାଇ ଗତ ଦୁଇଦିନ ତଳେ ରାତି ଅଧରେ ଡାକ୍ତର ଖାନା ଉପରେ ଚଡ଼ାଉ କରି ଡାକ୍ତରଙ୍କୁ ତାଗିଦ କରିଥିଲେ। କେବଳ ଏତିକି ନୁହେଁ ଜିଲାପାଳ ଶ୍ରୀ ରାଉତରାୟ ଭଣ୍ଡାରିପୋଖରୀ ବ୍ଲକରୁ ଜନଶୁଣାଣି ସାରି ଦିନ ଗୋଟାଏ ବେଳେ ଉଦୁଉଦିଆ ଖରା ରେ ପହଁଚିଥିଲେ ରହଣିଆ ସରକାରୀ ଉଚ୍ଚବିଦ୍ୟାଳୟ ରେ । ସେଠାରେ ପରିବେଶ ଦେଖି ତାଜୁବ ହୋଇଥିଲେ ଜିଲ୍ଲପାଳ । ସ୍କୁଲ ସମୟରେ ଗେଟରେ ଚାବି ପଡ଼ିଥିବାରୁ ୧୦ ମିନିଟ୍ କାଳ ଜିଲ୍ଲାପାଳ ଙ୍କୁ ଗେଟ ବାହାରେ ଅପେକ୍ଷା କରିବାକୁ ପଡିଥିଲା । ପରେ ସ୍କୁଲ ଭିତରକୁ ପ୍ରବେଶ କରିଥିଲେ ଜିଲ୍ଲାପାଳ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପସ୍ଥିତ ନ ଥିବାରୁ ବିରକ୍ତି ପ୍ରକାଶ କରିବା ସହିତ ସହକାରୀ ଶିକ୍ଷକମାନଙ୍କୁ ତାଗିତି କରିବା ସହ ଛାତ୍ରଛାତୀ ମାନଙ୍କୁ ମଧ୍ୟାନ୍ନ ଭୋଜନ ମେନୁ ବିଷୟରେ ରେ ପଚାରିବା ସହିତ ପାଠ ପଢା ବିଷୟରେ ବୁଝିଥିଲେ। ସମସ୍ତ ଶିକ୍ଷକ ଉପସ୍ଥିତ ନ ଥିବାରୁ ଉପସ୍ଥାନ ଖାତା ମଧ୍ୟ ଯାଂଚ କରି ଶିକ୍ଷକ ମାନଙ୍କ ଅନୁପସ୍ଥିତକୁ ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ଶ୍ରେଣୀ ଗୃହରେ ପିଲା ମାନଙ୍କୁ ପାଠ ବିଷୟରେ କିଛି ପ୍ରଶ୍ନ କରିଥିଲେ । ଏହାପରେ ଜିଲ୍ଲାପାଳ ସ୍କୁଲରୁ ବିଦାୟ ନେବା ସବୟରେ ବିଦ୍ୟାଳୟରେ ଅବ୍ୟବସ୍ତା ନେଇ ପ୍ରଧାନ ଶିକ୍ଷକଙ୍କୁ ତାଗିଦ କରିବାକୁ ଭୁଲିନଥିଲେ । ଜିଲ୍ଲାପାଳଙ୍କ ଏଭଳି ଆକ୍ସନ ମୁଡ୍‌କୁ ଦେଖି ସମସ୍ତ ଅଧିକାରୀଙ୍କ ଛାତିରେ ଛନକା ପଶିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.