Home ଜିଲ୍ଲା ପରିକ୍ରମା ଅଶାନ୍ତ ହେବାର ଲାଗିଛି ଚାନ୍ଦବାଲି ବାଁଶଡ଼ା ଥାନା ତୋଟାପଡା ଅଂଚଳ, ଗୋଷ୍ଠୀ ସଂଘର୍ଷରେ ୩ ଜଣ...

ଅଶାନ୍ତ ହେବାର ଲାଗିଛି ଚାନ୍ଦବାଲି ବାଁଶଡ଼ା ଥାନା ତୋଟାପଡା ଅଂଚଳ, ଗୋଷ୍ଠୀ ସଂଘର୍ଷରେ ୩ ଜଣ ଆହତ ସହ ଦୋକାନ ଘର ପୋଡି

24

ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଶାନ୍ତ ହୋଇ ପଡିଛି ବାଁଶଡ଼ା ଥାନା ତୋଟାପଡା ଅଂଚଳ। ଦୁଇ ଦିନ ପୂର୍ବରୁ ଦୃର୍ବୁତ ମାନେ ମରଣାନ୍ତକ ଆକ୍ରମଣି କରି ସୁନା ଦୋକାନୀଙ୍କ ଠାରୁ ସୁନା ଚୋରି ଘଟଣା ଲିଭି ନଥିବା ବେଳେ ପୁଣି ତୋଟାପଡା ଛକରେ ଦେଖା ଦେଇଛି ଗୋଷ୍ଠୀ ସଂଘର୍ଷ। ଏହି ଗୋଷ୍ଠୀ ସଂଘର୍ଷରେ ୩ ଜଣ ଗୁରୁତ୍ୱର ଆହତ ହୋଇ ଥିବା ବେଳେ ଗୋଟିଏ ଦୋକାନ ଗୃହକୁ ନିଆଁ ଲଗାଇ ଦେଇଛନ୍ତି ଦୃର୍ବୁତ। ଖବର ପାଇ ବାଂଶଡା ପୋଲିସ ଓ ଘେଂଟଶ୍ୱର ଫାଣ୍ଡି ପୋଲିସ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହ ଘଟଣା ଉପରେ କଢ଼ା ନଜର ରଖିଛନ୍ତି, ଗଦି ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିଥିଲେ । ତେବେ ଏହି ଗୋଷ୍ଠୀ ସଂଘର୍ଷର କାରଣ ସଠିକ ଜଣା ପଡ଼ି ନାହିଁ । ନୂତନ ଭାବେ ବାଂଶଡା ଥାନା ରେ ଥାନାଧିକାରୀ ଭାବେ ସେକ ହାଫିଜ଼ ଯୋଗ ଦେଇଥିବା ର ପ୍ରଥମ ଦିନରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଆଗାମୀ ଦିନରେ ଭୀଷଣ ରୂପ ନେବ ବୋଲି ଅଂଚଳ ବାସୀ ଆଶଙ୍କା କରୁଥିବା ବେଳେ ପୁଲିସ ପ୍ରଶାସନ ପ୍ରତି ଏହା ଚାଲେଞ୍ଜ ସଦୃଶ ହୋଇପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.