Home ଜିଲ୍ଲା ପରିକ୍ରମା ସଡ଼କ ସୁରକ୍ଷା ମାସ – ୨୦୨୫ ର ଉଦଯାପନୀ ଉତ୍ସବ, ସଡକ ସୁରକ୍ଷା ନିୟମ ଜାଣିଲେ...

ସଡ଼କ ସୁରକ୍ଷା ମାସ – ୨୦୨୫ ର ଉଦଯାପନୀ ଉତ୍ସବ, ସଡକ ସୁରକ୍ଷା ନିୟମ ଜାଣିଲେ ସମସ୍ତେ ସୁରକ୍ଷିତ ରହିବା

5

ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଡ଼କ ସୁରକ୍ଷା ମାସ-୨୦୨୫ ର ଉଦଯାପନୀ ଉତ୍ସବ ସରକାରୀ ଜିଲ୍ଲା ସ୍କୁଲ ପରିସର ରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଭଦ୍ରକ ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି ଯୋଗ ଦେଇ ସଡକ ସୁରକ୍ଷା ମାସ ପାଳନ ର ଆଭିମୁଖ୍ୟ ଓ ଏଥି ପାଇଁ ଶୃଙ୍ଖଳା ରକ୍ଷା ର ନିୟମ ଜାଣିବା ଆବଶ୍ୟକ ବୋଲି ପ୍ରକାଶ କରିଥଲେ । ଜୀବନ ଏକ ଅମୂଲ୍ୟ ସମ୍ପଦ ଏହାର ସୁରକ୍ଷା ନିହାତି ଆବଶ୍ୟକ ବୋଲି ମଧ୍ୟ କହିଥିଲେ । ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ସୁଧାଂଶୁ ଶେଖର ବଳ, ଆଂଚଳିକ ପରିବହନ ଅଧିକାରୀ ରାମ ନିବାସ ସିରିକା, ମୋଟର ଯାନ ନିରୀକ୍ଷକ ବାମଦେବ ସାହୁ, ଉପ ଆରକ୍ଷୀ ଅଧିକ୍ଷକ ଏସ. କେ. ନନ୍ଦ, ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀକାନ୍ତ ଦାସ, ରୋଟକ୍ଷରିଆନ ଅତିସ୍ ବେହେରା, ପତ୍ରକାର ରବି ନାରାୟଣ ଖିଲାର ପ୍ରମୁଖ ଏହି କାର୍ଯ୍ୟ କ୍ରମ ରେ ଯୋଗ ଦେଇ ଥିଲେ। ଓଲଙ୍ଗ ଆଦର୍ଶ ବିଦ୍ୟାଳୟ ର ଶିକ୍ଷୟିତ୍ରୀ କାଦମ୍ବରୀ କର ଶର୍ମା ମଂଚ ପରିଚାଳନା କରିଥିଲେ। ସଡ଼କ ସୁରକ୍ଷା ମାସ ରେ ହୋଇଥିବା ସଚେତନତା କାର୍ଯ୍ୟକ୍ରମ ର ଭିଜୁଆଲ ପ୍ରଦର୍ଶନ କରାଯାଇଥିଲା। ଏହା ପରେ ଅତିଥି ମାନେ ସଡ଼କ ସୁରକ୍ଷା ଉପରେ ପିଲା ମାନଙ୍କୁ ସଚେତନ କରାଇ ନିଜ ନିଜ ଅଭିଭାଷଣ ରଖିଥିଲେ। ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ଏବଂ ସାଧରଣଜ୍ଞାନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନ ଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷ ରେ ଏସ. ବି. ଡି. ଇଂଟର ନ୍ୟାସନାଲ ସ୍କୁଲ ର ଛାତ୍ରଛାତ୍ରୀ ମାନ ଙ୍କ ଦ୍ୱାରା ସଡ଼କ ସୁରକ୍ଷା ନାଟକ ପରିବେଷଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.