Home ଜିଲ୍ଲା ପରିକ୍ରମା ଚରମ୍ପା ମହାବିଦ୍ୟାଳୟରେ ରକ୍ତଦାନ ଶିବିର

ଚରମ୍ପା ମହାବିଦ୍ୟାଳୟରେ ରକ୍ତଦାନ ଶିବିର

4

ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଚରଂପା ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ୍ ଓ ରୋଭର୍ ରେଞ୍ଜର ବିଭାଗର ମିଳିତ ଆୟୋଜନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାର ଅଧିକାରୀ ଡ଼ାଃ ବିମଳା ମିଶ୍ର, ରକ୍ତ ଭଣ୍ଡାରର କର୍ମଚାରୀ ରତିକାନ୍ତ ବଳ, ରବୀନ୍ଦ୍ର କୁମାର ଜେନା, ଶୁଭଶ୍ରୀ ନାୟକ ଓ ଏସ୍‌.କେ. ବୁଧିଆ ରକ୍ତ ସଂଗ୍ରହ କାର୍ଯ୍ୟ ସୁରୁଖୁରୁରେ ସଂପାଦନ କରିଥିବା ବେଳେ ଯୁବ ରେଡକ୍ରସ୍ ବିଭାଗର ପରାମର୍ଶଦାତା ଡଃ ସୁକାନ୍ତି ମହାପାତ୍ର, ସିଦ୍ଧାନ୍ତ ଲାଲ୍‌, ରୋଭରସ୍ ରେଞ୍ଜରସ୍ ର ଅଧିକାରୀ ଡ଼ଃ ଫିରଦୋସ୍ ହୋସେନ୍‌, ସୁଶାନ୍ତ କୁମାର ଶଂଖୁଆ ସଫଳତାର ସହ ଏହାକୁ ପରିଚାଳନା କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଡଃ ପ୍ରମଥ କୁମାର ପାଣି, ପରିଚାଳନା ଅଧିକାରୀ ସଂଯୁକ୍ତା ବୋଷ୍‌, ପ୍ରାଧ୍ୟାପକ ଜୟନ୍ତ କୁମାର ପରିଡ଼ା, ପ୍ରାଧ୍ୟାପିକା କଳ୍ପନା ଲେଙ୍କା, ମୁଖ୍ୟ କିରାଣୀ ଶୁଭେନ୍ଦ୍ର ଚନ୍ଦ୍ର ମହାନ୍ତି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହ ସହଯୋଗ କରିଥିଲେ। ସ୍ୱେଚ୍ଛାସେବୀ ଦୀପକ, ଜୟଦେବ, ଦିଲନ୍‌, ସରସ୍ୱତୀ, ବର୍ଷା, ମୋନାଲିସା, ସୀମା ଓ ଅନ୍ୟ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ନିଜ ନିଜର ଦାୟିତ୍ୱ ସୁଚାରୁରୂପେ ନିର୍ବାହ କରିଥିଲେ। ଏଇ ଶିବିରରେ ମୋଟ ୫୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.