Home ଜିଲ୍ଲା ପରିକ୍ରମା ଭଦ୍ରକର ଲୋକନାଥ ମନ୍ଦିରରେ ବାର୍ଷିକ ପ୍ରତିଷ୍ଠା ଦିବସ ଓ ଅଗ୍ନ୍ୟୁତ୍ସବ ଉତ୍ସବ ପାଳିତ

ଭଦ୍ରକର ଲୋକନାଥ ମନ୍ଦିରରେ ବାର୍ଷିକ ପ୍ରତିଷ୍ଠା ଦିବସ ଓ ଅଗ୍ନ୍ୟୁତ୍ସବ ଉତ୍ସବ ପାଳିତ

4

ଭଦ୍ରକ, ୧୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ପ୍ରସିଦ୍ଧ ଲୋକନାଥ ମନ୍ଦିରରେ ୮୭ତମ ବାର୍ଷିକ ପ୍ରତିଷ୍ଠା ଦିବସ ଓ ଅଗ୍ନ୍ୟୁତ୍ସବ ଅବସରରେ ଅଷ୍ଟପ୍ରହର ନାମ ସଂକୀର୍ତନ ସମାରୋହ ଭକ୍ତିଭାବାପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଛି। ଏଥି ଉପଲକ୍ଷେ ଗତକାଲି ଅଧିବାସ ପରେ ପବିତ୍ର ସାଳନ୍ଦୀ ନଦୀରୁ ଘଟୋତୋଳନ ପୂର୍ବକ ମନ୍ଦିର ପରିସରରେ ସଂସ୍ଥାପନ ପରେ ଆଜି ବିଭିନ୍ନ ପଣ୍ଡିତ ଓ ନାମ ସଂକୀର୍ତନ ଦଳଙ୍କ ଦ୍ୱାରା ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ବିଜୟ କୁମାର ପାଣି (ବୁଢା ନନା)ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ଅଗ୍ନ୍ୟୁତ୍ସବ ଓ ବାର୍ଷିକ ଉତ୍ସବରେ ଶତାଧିକ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ବାବା ଲୋକନାଥଙ୍କୁ ଦର୍ଶନ କରି ନାମ ସଂକୀର୍ତନରେ ଅଂଶଗ୍ରହଣ କରି ପ୍ରସାଦ ସେବନରେ ଆପ୍ୟାୟିତ ହୋଇଥିଲେ। ଏଥିରେ ଅଜୟ କୁମାର ପାଣି, ସଂଜୟ କୁମାର ପାଣି, ହରିହର ଶୁକ୍ଳ, ଗୌରାଙ୍ଗ କର, ହିମାଂଶୁ ଶେଖର ପାଣି ଓ ତ୍ରିନାଥ କର ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.