ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ରେ ରାଜ୍ୟ ସରକାର ଙ୍କ ପଂଚାୟତ ରାଜ,ପାନୀୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟଜିତ ଶୀତ ମହୋତ୍ସବ ଏବଂ ପଲ୍ଲି ଶ୍ରୀ ମେଳା ଦ୍ୱିତୀୟ ସଂଧ୍ୟା ରେ ଜୟନଗର ପଡ଼ିଆ ରେ ବିଷ୍ଣୁ ସେଠୀ ମଂଚ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତ ରାୟ,ପୂର୍ବାଂଚଳ ଡିଆଇଜି ସତ୍ୟ ଜିତି ନାୟକ, ଭଦ୍ରକ ଆରକ୍ଷୀ ଅଧିକ୍ଷକ ମାଡକର ସନ୍ଦୀପ ସମ୍ପଦ,ଧାମନଗର ବିଡିଓ ବନ ବିହାରୀ ଦିନ୍ଦା, ଭାରପ୍ରାପ୍ତ ତହସିଲଦାର ଶାଇ ସିଲନା , ସଂସ୍କୃତି ସଂଯୋଜକ ମିହିରି ଦାସ ପ୍ରମୁଖ ଯୋଗଦେଇ କଳା ସଂସ୍କୃତି କୁ ବଂଚାଇ ରଖିବାକୁ ହେଲେ ମହୋଉତ୍ସବ ର ଆବଶ୍ୟକତା ରହିଛି। ଗୋଟିଏ ସୂତାରେ ସମସ୍ତ ଙ୍କୁ ବାନ୍ଧୀ ରଖିବାର ଏହା ଏକ ଉଦ୍ୟମ ବୋଲି ଅତିଥି ମାନେ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଥିଲା। ଏହି ଅବସର ରେ ସଙ୍ଗୀତ ଓ ନୃତ୍ୟ ରେ ଦର୍ଶକ ମାନେ ଝୁମିଥିଲେ ।ପରେ ମଞ୍ଚ ନିର୍ଦ୍ଦେଶକ ବାଦଲ ଶିକଦାର, ସମାଜ ସେବୀ ବିଜୟ ଦାସ, ଲେଖକ କୁଳମଣି ବେହେରା,ଶିକ୍ଷାବିତ ସୁବାସ ପରିଡ଼ା, ବାଲୁକା ଶିଳ୍ପୀ ଗୋପାଳ ସାମଲ, ବଂଶୀବାଦକ ଦୀପକ ନାୟକ, କ୍ରିଡ଼ାବିତି ସୁଶ୍ରୀ ସ୍ୱର୍ଣ୍ଣ ପ୍ରଭା ସାହୁ,ଶିକ୍ଷାବିତ ଆନନ୍ଦ ବେହେରା,ଚିତ ରଞ୍ଜନ ମହାନ୍ତି,ମଖନ ଲାଲ ଗୁପ୍ତା ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଶ୍ୟାମା ମହାପାତ୍ର ସଂଯୋଜନା କରିଥିଲେ।
Home ଜିଲ୍ଲା ପରିକ୍ରମା ରାଜ୍ୟ ସରକାରଙ୍କ ପଂଚାୟତରାଜ,ପାନୀୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଧାମନଗରରେ ଶୀତ ମହୋତ୍ସବ ଦ୍ୱିତୀୟ ଦିନରେ...