Home ଜିଲ୍ଲା ପରିକ୍ରମା ଯାଜପୁର ରୋଡ- ଧାମରା ରେଳପଥ ସଂଗ୍ରାମ ସମିତି ଓ ଭଦ୍ରକ- ଧାମରା ରେଳ ସଂଗ୍ରାମ ସମିତି...

ଯାଜପୁର ରୋଡ- ଧାମରା ରେଳପଥ ସଂଗ୍ରାମ ସମିତି ଓ ଭଦ୍ରକ- ଧାମରା ରେଳ ସଂଗ୍ରାମ ସମିତି ପକ୍ଷରୁ ଧାମରାରେ ବିକ୍ଷୋଭ ଓ ସଭା

5

ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଯାଜପୁର ରୋଡ- ଧାମରା ରେଳପଥ କୁ ସରକାରୀ ମଞ୍ଜୁରୀ ଦିଅ ଓ ବ୍ୟୟ ବରାଦ କର, ଭଦ୍ରକ- ଧାମରା ରେଳପଥରେ ସରକାରୀ ଯାତ୍ରୀବାହୀ ରେଳଗାଡି ଚଳାଅ ଦାବିରେ ଯାଜପୁର ରୋଡ- ଧାମରା ରେଳପଥ ସଂଗ୍ରାମ ସମିତି ଓ ଭଦ୍ରକ- ଧାମରା ରେଳ ସଂଗ୍ରାମ ସମିତି ପକ୍ଷରୁ ଧାମରା ବନ୍ଦର ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଆନ୍ଦୋଳନ କାର୍ଯ୍ୟକ୍ରମରେ ଭଦ୍ରକ- ଧାମରା ରେଳ ସଂଗ୍ରାମ ସମିତି ର ସଭାପତି ତଥା ଯାଜପୁର ରୋଡ- ଧାମରା ରେଳପଥ ସଂଗ୍ରାମ ସମିତି ର ସଭ୍ୟ ବିକାଶ ନାଥ, ଦିଗମ୍ବର ଦାସ, ତାରାକାନ୍ତ ସାମଲ,ଭଦ୍ରକ- ଧାମରା ରେଳ ସଂଗ୍ରାମ ସମିତି ସଂପାଦକ ହାକିମ ଦାସ, ଯାଜପୁର ରୋଡ- ଧାମରା ରେଳପଥ ସଂଗ୍ରାମ ସମିତି ର ବରିଷ୍ଠ ସଭ୍ୟ କାର୍ତିକ ଖିଲାର, ଗୌରାଙ୍ଗ ଯେନା, ମଳୟ ଭୋଇ, କାଳନ୍ଦୀ ଯତି, ଶଙ୍କର୍ଷଣ ବିଶ୍ୱାଳ, ଘନଶ୍ୟାମ ଦାସ, ଦିବାକର ସେନାପତି, ଅଞ୍ଜନ ଦାସ, ଶ୍ରୀନାଥ ଦାସ, ବନ୍ଧନ ଦାସ, ବିପିନ ଦାସ, ବଂଶୀଧର ଯେନା, ସୁଶାନ୍ତ ଗାହାଣ, ପ୍ରମୁଖ ଏହି ଆନ୍ଦୋଳନ କାର୍ଯ୍ୟାକ୍ରମରେ ସାମିଲ ହୋଇ ଦାବି ପୂରଣ କରିବା ଦିଗରେ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ଙ୍କୁ ଆନ୍ଦୋଳନ ମାଧ୍ୟମରେ ନିବେଦନ କରିଥିଲେ । ଯାତ୍ରୀବାହୀ ରେଳ ଚାଲିବା କଥା କହି ତତ୍କାଳୀନ ରାଜ୍ୟ ସରକାର ଭଦ୍ରକ- ଧାମରା ରେଳପଥ ପାଇଁ ଭଦ୍ରକ ଜିଲ୍ଲାବାସୀଙ୍କ ଠାରୁ ଶହ ଶହ ଏକର ଚାଷ ଜମି ଅଧିଗ୍ରହଣ କରିଥିଲେ ବି ଏପର୍ଯ୍ୟନ୍ତ ଯାତ୍ରୀବାହୀ ଟ୍ରେନ ନଚାଲିବା ପରିତାପ ର ବିଷୟ ଅଟେ । ସଂଗ୍ରାମ ସମିତି ପକ୍ଷରୁ ରେଳମନ୍ତ୍ରୀ ଙ୍କୁ ନିକଟ ଅତୀତରେ ଦାବିପତ୍ର ପ୍ରଦାନ କରାଯାଇଥିଲା, ଦିଲ୍ଲୀସ୍ଥିତ ଜନ୍ତର ମନ୍ତର ରୋଡ ରେ ମଧ୍ୟ ଆନ୍ଦୋଳନ ହୋଇଛି । ରେଳମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ଯେ ୨୦୨୫- ୨୬ ବଜେଟ୍ ରେ ଯାଜପୁର -ରୋଡ ଧାମରା ରେଳପଥ ମଞ୍ଜୁରୀ ସହ ନିର୍ମାଣ ପାଇଁ ବ୍ୟୟବରାଦ ଓ ଭଦ୍ରକ- ଧାମରା ରେଳପଥରେ ଯାତ୍ରୀ ବାହୀ ରେଳ ଚଳାଚଳ ପାଇଁ ମଞ୍ଜୁରୀ ବ୍ୟବସ୍ଥା କରିବେ । କିନ୍ତୁ ଯାଜପୁର- ରୋଡ ଧାମରା ରେଳପଥ ପାଇଁ ମନ୍ତ୍ରୀସ୍ତରୀୟ କମିଟି କୁ ଆଲୋଚନା ପାଇଁ କେନ୍ଦ୍ର ସରକାର ସୁପାରିଶ କରିଥିଲେ ହେଁ ମଞ୍ଜୁରୀ ଦେଇନାହାନ୍ତି । ଉଭୟ ଦାବି ପୂରଣ ନହେଲେ ଆଗାମୀ ଦିନରେ ଭଦ୍ରକ ଜିଲ୍ଲାରେ ଜନଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଆନ୍ଦୋଳନକାରୀ ନେତୃତ୍ୱ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.