Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ପୀଠରେ ମହାକାର୍ତିକ ବ୍ରତ ଆରମ୍ଭ,ବଡ଼ସିଂହାର ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ଆଖଣ୍ଡଳମଣିଙ୍କ ପୀଠରେ ମହାକାର୍ତିକ ବ୍ରତ ଆରମ୍ଭ,ବଡ଼ସିଂହାର ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

1

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପବିତ୍ର କୁମାର ପୂର୍ଣ୍ଣିମା ଠାରୁ ରାହାସ ପୂର୍ଣ୍ଣିମା ଯାଏଁ ଏକମାସ ଧରି ମହାକାର୍ତିକ ବ୍ରତ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସୋମବାର ଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ପୀଠରେ ହଜାରହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଲାଗିଥିଲା। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଅନ୍ୟପଟେ କାର୍ତିକ ସୋମବାର ଥିବାରୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଭୋର ୪ଟା୩୦ରେ ମନ୍ଦିର ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତି, ମହାସ୍ନାନ, ଘର୍ଷଣଲାଗି, ଜଳାଭିଷେକ ନୀତି ସରିବା ପରେ ବାବାଙ୍କୁ ନବବସ୍ତ୍ର, ଫୁଲ, ଚନ୍ଦନ, ବେଲପତ୍ର ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଥିଲା। ପରେ ପହିଲି ବାଲ୍ୟ ଭୋଗ ନୀତି ସକାଳ ୫ଟାରେ ସମ୍ପନ୍ନ ହେବା ପରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦର୍ଶନ ନିମନ୍ତେ ସାହଣମେଲା ହୋଇଥିଲା। ସକାଳ ୯ଟାରେ ପହଡଖିଆ ଅନ୍ନନୀତି ଭୋଗ, ଦିବା ୧ଟାରେ ବାବାଙ୍କୁ ଯୋଗୀ ବେଶରେ ସଜ୍ଜିତ କରାଯାଇ ବଡ଼ ଅନ୍ନନୀତି ଭୋଗ ଲାଗି କରାଯିବା ପରେ ୧ଘଂଟା ଅବକାଶ(ଶୟନ)ନୀତି କରାଯାଇଥିଲା। ଅପରାହ୍ନ ୪ଟା ସୁଧା ସମସ୍ତ ସକାଳ ରୁପ ସରିବା ପରେ ବାବାଙ୍କୁ ବିଭିନ୍ନ ଅଳଙ୍କାର, ଫୁଲ, ଚନ୍ଦନ ଆଦିରେ ବଡ଼ସିଂହାର ବେଶରେ ସଜ୍ଜିତ କରାଯିବା ପରେ ଭକ୍ତଙ୍କ ଦର୍ଶନ ଓ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.