Home ଜିଲ୍ଲା ପରିକ୍ରମା ଚାଷୀ- ଶ୍ରମିକ ବିରୋଧୀ କେନ୍ଦ୍ର ବଜେଟ୍ ବିରୁଦ୍ଧରେ ଫେବୃଆରୀ ୫ ଭଦ୍ରକରେ ପ୍ରତିବାଦ ଆନ୍ଦୋଳନ

ଚାଷୀ- ଶ୍ରମିକ ବିରୋଧୀ କେନ୍ଦ୍ର ବଜେଟ୍ ବିରୁଦ୍ଧରେ ଫେବୃଆରୀ ୫ ଭଦ୍ରକରେ ପ୍ରତିବାଦ ଆନ୍ଦୋଳନ

15

ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେନ୍ଦ୍ର ସରକାର ଙ୍କ ଦ୍ୱାରା ସଂସଦରେ ପେସ କରାଯାଇଥିବା ବଜେଟ୍ ହେଉଛି ଚାଷୀ ଓ ଶ୍ରମିକ ବିରୋଧୀ ବୋଲି ସିଆଇଟିୟୁ,ଓଡିଶା କୃଷକ ସଭା ଓ ଓଡିଶା କ୍ଷେତମଜଦୂର ୟୁନିୟନ ମିଳିତ ଭାବେ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ବଜେଟ୍ ଆସିବା ପୂର୍ବରୁ ଚାଷୀ ମାନେ କୃଷି ଋଣ ଛାଡ ପାଇଁ ଆଶାବାଦୀ ଥିବା ବେଳେ ବଜେଟ୍ ରେ ଟଙ୍କାଟିଏ କୃଷି ଋଣ ଛାଡ ନହେବା କୃଷକ ମାନଙ୍କ ପାଇଁ ପରିତାପ ର ବିଷୟ ଅଟେ କାରଣ କୃଷି ଋଣ ସୁଝି ନପାରି , କୃଷି ଫସଲର ଉଚିତ୍ ଦର ନପାଇ ୨୦୧୫ ରୁ ୨୦୨୨ ମଧ୍ୟରେ ୧,୦୦,୪୭୪ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ଐତିହାସିକ ଚାଷୀ ଆନ୍ଦୋଳନ ୨୦୨୦- ୨୧ ରେ ଭାରତ ବର୍ଷର ଚାଷୀ କୂଳ ସମସ୍ତ କୃଷି ଜାତ ଦ୍ରବ୍ୟର ଏମ୍ ଏସ୍ ପି ଯୁକ୍ତ ଆଇନ ପ୍ରଣୟନ ପାଇଁ ଲଢେଇ କରିଥିଲେ, ୭୨୮ ଜଣ ଚାଷୀ ସହୀଦ ହୋଇଥିଲେ , ଚାଷୀ ମାନେ ଆଶା ରଖିଥିଲେ ଯେ ଏମ୍ ଏସ୍ ପି ସଂପର୍କରେ ବଜେଟ୍ ରେ କିଛି ବ୍ୟବସ୍ଥା ହେବ, ତାହା ହୋଇନାହିଁ । କୃଷିଜାତ ସାମଗ୍ରୀ ର ଲାଭଜନକ ଦର ପାଇଁ ସଂସଦୀୟ ସ୍ଥାୟୀ କମିଟି ର ସୁପାରିସ କୁ ମଧ୍ୟ ବଜେଟ୍ ରେ ଗୁରୁତ୍ୱ ଦିଆଯାଇନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ” ଧନ୍ୟ ଧାନ୍ୟ କୃଷି ଯୋଜନା’ ଘୋଷଣା କରାଯାଇଥିଲେ ବି ବଜେଟ୍ ରେ ଏଥିପାଇଁ କୌଣସି ବ୍ୟୟବରାଦ ହୋଇନାହିଁ । ଖାଦ୍ୟ ସବସିଡି ଗତ ବଜେଟ୍ ଠାରୁ କମ୍ ହୋଇଛି । କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ କଳାପ ପାଇଁ ୨୦୨୪- ୨୫ କେନ୍ଦ୍ରୀୟ ବଜେଟ୍ ରେ ୩,୭୬,୭୨୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ୨୦୨୫-୨୬ କେନ୍ଦ୍ରୀୟ ବଜେଟ୍ ରେ ୩,୭୧,୬୮୭ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଗତ ବଜେଟ୍ ଠାରୁ ପ୍ରାୟ ୫୦୦୦ କୋଟି ଟଙ୍କା ବ୍ୟୟ ବରାଦ କମ କରାଯାଇଛି ।ସାର ସବସିଡି ଗତ ୨୦୨୪-୨୫ ବଜେଟ୍ ରେ ୧,୭୧,୨୯୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ୨୦୨୫-୨୬ ବଜେଟ୍ ରେ ୧,୬୭,୮୮୭ ଟଙ୍କା ବ୍ୟୟ ବରାଦ ହୋଇଛି । ଗତ ବଜେଟ୍ ତୁଳନାରେ ପ୍ରାୟ ୫୦୦୦ କୋଟି ଟଙ୍କା ବ୍ୟୟ ବରାଦ କମିଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଗତ ବଜେଟ୍ ଠାରୁ ୩୬୨୩ କୋଟି ଟଙ୍କା କମ ବ୍ୟୟବରାଦ ହୋଇଛି । ମହାତ୍ମାଗାନ୍ଧୀ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ରେ ମାତ୍ର ୮୬,୦୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ଯାହା ଭାରତର ଗ୍ରାମୀଣ ଶ୍ରମିକ ମାନଙ୍କ ପାଇଁ ଏକ ନୈରାଶ୍‌୍ୟଜନକ ପରିସ୍ଥିତି ସୃଷ୍ଟି କରିଛି । ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ନୈରାଶ୍‌୍ୟଜନକ ବଜେଟ୍ ବ୍ୟୟବରାଦ ହୋଇଛି । ଖାଦ୍ୟ ଶସ୍‌୍ୟ, ଔଷଧ, କୃଷି ଯନ୍ତ୍ରପାତି ଓ ପାଠ୍ୟ ଉପକରଣ ଉପରୁ ଜିଏସଟି ହଟିବ ବୋଲି ସାଧାରଣ ଜନତା ଆଶାବାଦୀ ଥିବା ବେଳେ ବଜେଟ୍ ରେ ତାହା ପରିପ୍ରକାଶ ହୋଇନାହିଁ । ବଜେଟ୍ ରେ ବୀମା କ୍ଷେତ୍ରରେ ଶତ ପ୍ରତିଶତ ବିଦେଶୀ ପୁଞ୍ଜିନିବେଶ, ପରମାଣୁ ଶକ୍ତି କ୍ଷେତ୍ରର ଘରୋଇକରଣ ଆଦି ଆମ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ନିରାପତା ପ୍ରତି ବିପଦ ସୃଷ୍ଟି କରିଛି । ରାଷ୍ଟ୍ରାୟତ ଶିଳ୍ପ ର ସୁରକ୍ଷା ପାଇଁ ବ୍ୟାପକ ବ୍ୟୟବରାଦ କମିଛି । ଅପ୍ରେଲ ୨୦୨୫ ଠାରୁ ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ଲାଗୁ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ବିଭିନ୍ନ ଦୃଷ୍ଟିକୋଣରୁ ଏହି ବଜେଟ୍ ଶ୍ରମିକ, ଚାଷୀ ଓ ଗରିବ ମଣିଷ ବିରୋଧୀ ବୋଲି ଶ୍ରମିକ- କୃଷକ ଗଣସଂଗଠନ ର ନେତୃବୃନ୍ଦ ପ୍ରକାଶ କରିଛନ୍ତି । ଅତି ଧନୀ ଲୋକଙ୍କ ଉପରେ ଟିକସ ଛାଡ଼ କରାଯାଇ ସାଧାରଣ ଲୋକଙ୍କ ଉପରେ ଟିକସ ବସିବା ଘଟଣା କୁ ବିରୋଧ କରି, କେନ୍ଦ୍ର ସରକାର ଙ୍କ ଜନବିରୋଧି କର୍ପୋରେଟ ସପକ୍ଷବାଦୀ ବଜେଟ୍ ବିରୁଦ୍ଧରେ ଆସନ୍ତା ଫେବୃଆରୀ, ୫ ରେ ଭଦ୍ରକ ଜିଲ୍ଲା ର ବିଭିନ୍ନ ସ୍ଥାନରେ ପ୍ରତିବାଦ ଆନ୍ଦୋଳନ କରାଯିବ ବୋଲି ଓଡିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ଓଡିଶା କୃଷକ ସଭା ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ, ଜିଲ୍ଲା ସଂପାଦକ ପ୍ରଭାସ ମହାପାତ୍ର, ସିଆଇଟିୟୁ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ଉପସଭାପତି ରାଧାନାଥ ଦାସ, ସିଆଇଟିୟୁ ଜିଲ୍ଲା ସଂପାଦକ କାଳନ୍ଦୀ ପାତ୍ର, ଓଡିଶା କ୍ଷେତମଜଦୂର ୟୁନିୟନ ଭଦ୍ରକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ପାଢୀ, ଜିଲ୍ଲା ସଂପାଦକ ଗିରିଧାରୀ ନାଥ ପ୍ରମୁଖ ମିଳିତ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.