Home ଜିଲ୍ଲା ପରିକ୍ରମା ଶବ ନେଇ ଫେରୁଥିଲେ ଶବ ହୋଇଗଲେ

ଶବ ନେଇ ଫେରୁଥିଲେ ଶବ ହୋଇଗଲେ

6

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଟକରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣେ ମୃତକଙ୍କୁ ଆମ୍ବୁଲାନ୍ସରେ ଘରକୁ ଆଣିବା ବାଟରେ ଗାଡି ଚାଳକ ସମେତ ୩ ଜଣ ପରିବାର ଲୋକ ଶବ ହୋଇଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭୋଗରାଇ ଅଂଚଳର ଦିବାକର ଜେନାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକେ କଟକ ମେଡିକାଲ ନେଇଯାଇଥିଲେ। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହେବାରୁ ତାଙ୍କୁ ଏକ ଆମ୍ବୁଲାନ୍ସରେ ଭୋଗରାଇକୁ ଅଣାଯିବା ରାସ୍ତାରେ ୧୬ନଂ ଜାତୀୟ ରାଜପଥ ମଇତାପୁର ନିକଟରେ ଆମ୍ବୁଲାନ୍ସଟି ଏକ ଡମ୍ପର ପଛରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦିବାକରଙ୍କ ପୁତ୍ର, ଭିଣୋଇ ଓ ଆମ୍ବୁଲାନ୍ସ ଚାଳକଙ୍କର ମୃତ୍ୟୁ ହୋଇଥିବାବେଳେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇ ପ୍ରଥମେ ଭଦ୍ରକ ଓ ପରେ କଟକ ସ୍ଥାନାନ୍ତର ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.